ନିଜର ବିଜ୍ଞାପନ ପାଇଁ ଫଶିଗଲା ପାକିସ୍ତାନୀ ଏୟାରଲାଇନ୍ସ: ଟୁଇଟରରେ ୟୁଜର୍ସଙ୍କ ବିରୋଧ

ଇସଲମାବାଦ,୨।୫: କିଛି ଦିନରୁ ପାକିସ୍ତାନ ଚାରିଆଡୁ ସମସ୍ୟାରେ ପଡ଼ିଥିବା ବେଳେ ଏବେ ତାର ଏୟାରଲାଇନ୍ସ ବିବାଦ ଘେରକୁ ଚାଲିଆସିଛି। ସୂଚନାଯୋଗ୍ୟ, ପାକିସ୍ତାନୀ ଏୟାରଲାଇନ୍ସ ଯାତ୍ରୀଙ୍କ ପାଇଁ ନୁଆ ବ୍ରେକଫାଷ୍ଟର ବିଜ୍ଞାପନ ବାହାର କରିଛି, ଯାହାକୁ ଦେଖି ଲୋକମାନେ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ନିକଟରେ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ସ(ପିଆଇଏ) ଏକ ବିଜ୍ଞାପନ ଜାରି କରିଛି। ଯେଉଁଥିରେ ଚିଜ୍‌ ଆମ୍‌ଲେଟ, ସସ୍‌ ଓ ବିନ୍‌ର ଫଟୋ ଦେଖିବାକୁ ମିଳିଛି। ଏଥିସହ ଏୟାରଲାଇନ୍ସର ବ୍ରେକଫାଷ୍ଟରେ ‘ଘରର ଖାଦ୍ୟ ଉପଲବ୍ଧ ହେବ’ ବୋଲି ଲେଖାଯାଇଛି। ଅପରପକ୍ଷରେ ପିଆଇଏ ଟୁଇଟ କରି କହିଛି ‘ଯେତେବେଳେ ଆପଣ ତାକୁ ଭାବିବାକୁ ଆରମ୍ଭ କରିବେ ସେତେବେଳେ ଆମେ ଆପଣଙ୍କୁ ଘରର ସ୍ବାଦ ସହ ଉପଲବ୍ଧ କରାଇବୁ’। ସେଥିରେ ଟିକେ ଲୁଣ ଓ ଗୋଲମରିଚ ପକାଇ ଶୁଭ ସକାଳର ସ୍ବାଗତ ପାଇଁ ସ୍ବାଦିଷ୍ଟ ଭୋଜନ ଆପଣଙ୍କୁ ସର୍ଭ କରିବୁ। ଏୟାରଲାଇନ୍ସର ଏହି ଟୁଇଟ ପରେ ଗୋଟିଏ ପରେ ଗୋଟିଏ ସୋସିଆଲ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜଣେ ୟୁଜର୍ସ କହିଛନ୍ତି ଏହି ଖାଦ୍ୟ ବିଲକୁଲ ପାକିସ୍ତାନୀ ନୁହେଁ। କିଏ କହୁଛି ସସ୍‌ ଓ ବିନ୍ସ ପାକିସ୍ତାନର ପାରମ୍ପରିକ ଖାଦ୍ୟ ବୋଲି। ଆପଣମାନଙ୍କୁ ସାଂସ୍କୃତିକ ପ୍ରଶିକ୍ଷଣର ଆବଶ୍ୟକତା ରହିଛି ବୋଲି ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି। ଅପରପକ୍ଷରେ ଆଉ ଜଣେ ୟୁଜର୍ସ ଏୟାରଲାଇନ୍ସକୁ କହିଛନ୍ତି, ଖାଇବାରେ ‘ଅଣ୍ଡା ପରାଠା’ ଦରକାର। ଆଉ ଅନ୍ୟ ଜଣେ ୟୁଜର୍ସ ଏହି ଖାଦ୍ୟକୁ ବ୍ରିଟିଶମାନଙ୍କର ପସନ୍ଦ। ହଲଓ୍ବା ପୁରୀ ନୁହେଁ। ଲୋକେ ଏହାକୁ ଇଂରେଜଙ୍କ ଖାଦ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

‘ଆମେ ଏହି ବନ୍ଧୁତାକୁ କେବେ ଭୁଲି ପାରିବୁ ନାହିଁ’, ଭାରତକୁ କାହିଁକି କୃତଜ୍ଞତା ଜଣାଇଲା ଇରାନ? ଜାଣନ୍ତୁ…

ତେହରାନ,୬।୭: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସେୟଦ ଅଲି ଖାମେନେଇଙ୍କ ରାଷ୍ଟ୍ରଗତ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଇରାନ ଭାରତ ସରକାର ଏବଂ ଏହାର ଜନତାଙ୍କ…

ପାକିସ୍ତାନ ଖବରକାଗଜର ବଡ଼ ଦାବି: ଇସଲାମାବାଦରେ ହେବ ଆମେରିକା-ଇରାନ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା

ଇସଲାମାବାଦ,୬।୭: ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇପାରେ। ପଶ୍ଚିମ ଏସିଆରେ ଶାନ୍ତି ଫେରାଇ ଆଣିବା…

‘କେବଳ ଆମେରିକା ନୁହେଁ, ଭାରତ ମଧ୍ୟ ଆମର ବନ୍ଧୁ’, ଜେଡି ଭାନ୍ସଙ୍କୁ କଡ଼ା ଜବାବ ଦେଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ଜେରୁଜେଲମ,୬।୭: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତକୁ ଇସ୍ରାଏଲର ସବୁଠାରୁ ଶକ୍ତିଶାଳୀ ସମର୍ଥକମାନଙ୍କ ମଧ୍ୟରୁ ଜଣେ ବୋଲି ବର୍ଣ୍ଣନା କରିଥିଲେ। ସେ ଆମେରିକାର ନିର୍ବାଚିତ ଉପ-ରାଷ୍ଟ୍ରପତି ଜେଡି…

ପ୍ରଥମେ ଝଗଡ଼ା, ଆଉ ଏବେ ଟ୍ରମ୍ପ ମେଲୋନି ନିଜକୁ ପ୍ରଶଂସା କରୁଥିବାର ଏକ ଫଟୋ ଶେୟାର କରିଛନ୍ତି, ଇଟାଲୀୟ ପ୍ରଧାନମନ୍ତ୍ରୀ କ୍ୟାପସନ ଦେଖିଲେ…

ଓ୍ବାଶିଂଟନ,୬।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନିଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ ସୋସିଆଲରେ…

NATO ସମିଟ୍ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୮ ମୃତ

ମସ୍କୋ,୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ପରେ ଉପସାଗରୀୟ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାରି…

କେଉଁଠି ଲୁଚିଛନ୍ତି ମୋଜତାବା ଖାମେନେଇ? ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ; ପୂର୍ବତନ ସର୍ବୋଚ୍ଚ ନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ଅନ୍ୟ ତିନି ପୁଅ

ତେହରାନ,୬।୭: ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ଇରାନରେ ଚାଲିଛି। ତାଙ୍କୁ ଜୁଲାଇ ୯ରେ କବର ଦିଆଯିବାର କାର୍ଯ୍ୟକ୍ରମ ରହିଛି, ତାଙ୍କ ଅସ୍ଥିକୁ ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri