ଜାଣିଶୁଣି କରୋନା ପଜିଟିଭ ହେବେ ୨,୫୦୦ ଲୋକ!

ଲଣ୍ଡନ,୨୬ ।୧୨: ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ନେଇ ଲଣ୍ଡନରୁ ଏକ ଚ୍ୟାଲେଞ୍ଜ କଲାଭଳି ଖବର ସାମ୍ନାକୁ ଆସିଛି । ସେଠାରେ ଏକ ହ୍ୟୁମାନ ଟ୍ରାଏଲ ଚ୍ୟାଲେଞ୍ଜ ହେବାକୁ ଯାଉଛି । ଲଣ୍ଡନର ରୟାଲ ଫି ହସ୍ପିଟାଲରେ ଏହି ଚ୍ୟାଲେଞ୍ଜ କରାଯିବ ବୋଲି କୁହାଯାଉଛି । ଏଥିରେ ପ୍ରାୟ ୨,୫୦୦ ବ୍ରିଟିଶ ନାଗରିକ ଜାଣିଶୁଣି କରୋନା ପଜିଟିଭ ହେବେ । ଏହାପରେ ସେମାନଙ୍କୁ ଭ୍ୟାକ୍ସିନ ଦିଆଯିବ । ତେବେ ଭ୍ୟାକ୍ସିନ ପରୀକ୍ଷଣ ଓ ଏହାର ଫଳ ଜାଣିବାକୁ ଏଭଳି କରାଯାଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ଏହାପୂର୍ବରୁ ଟାଇଫଏଡ, ମେଲେରିଆ, ଫ୍ଲୁ ଆଦି ପାଇଁ ଏଭଳି ପରୀକ୍ଷା କରାଯାଉଥିଲା । ଏବେ କରୋନା ଭ୍ୟାକ୍ସିନକୁ ତୁରନ୍ତ କାମରେ ଲଗାଇବା ପାଇଁ ଏଭଳି କରାଯାଉଛି । ଏହି ଚ୍ୟାଲେଞ୍ଜରେ ଭାଗ ନେଉଥିବା ବ୍ୟକ୍ତିଙ୍କ ବୟସ ୧୮-୩୦ ବର୍ଷ ମଧ୍ୟରେ ହୋଇଥିବ । କାରଣ ଏହି ବୟସର ଲୋକଙ୍କ ମଧ୍ୟରେ କରୋନାରେ ମୃତ୍ୟୁ ହାର କମ୍ ରହିଛି । ଯେଉଁମାନେ ଏହି ଚ୍ୟାଲେଞ୍ଜରେ ଭାଗ ନେବେ ବା ଜାଣିଶୁଣି କରୋନା ପଜିଟିଭ ହେବେ ସେମାନଙ୍କୁ ପାଖାପାଖି ଭାରତୀୟ ମୁଦ୍ରାରେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିରେ ଭାଗ ନେଉଥିବା କେତେଜଣ ସ୍ୱେଚ୍ଛାସେବୀ କହିଛନ୍ତି ଆମେ ଜାଣିଶୁଣି କରୋନା ପଜିଟିଭ ହେବା ଓ ଭ୍ୟାକ୍ସିନ ନେବା ଦ୍ୱାରା ଯଦି ଏହା ସଫଳ ହେବ ତେବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଯିବ । ତେଣୁ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିଥିବା ବେଳେ ଏହାକୁ ହାତଛଡା କରିବା ଉଚିତ ନୁହେଁ ବୋଲି ସେମାନେ କୁହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଇଓ ଶୁଭମ ପତିଙ୍କ ବଦଳି ବାତିଲ ଦାବି: ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ପଦ୍ମପୁର,୨୬।୫ (ପ୍ରଦୀପ୍ତ ଦାଶ): ପାଇକମାଳ ବ୍ଲକର ଅତିରିକ୍ତ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଶୁଭମ ପତିଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରିବା ଦାବି ଏବେ ଜୋର…

ଦାଣ୍ଡରେ ପଡି ହାଟରେ ଗଡିଲା ଭାଜପାର ଗୋଷ୍ଠୀ କନ୍ଦଳ: ଫଳକରେ ଏମ୍‌ପିଙ୍କ ନାମ ନଥିବାରୁ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମଥର ଭାଜପା ସରକାରକୁ ଆସିଥିବା ବେଳେ କିପରି ଦଳ ସୁଦୃଢ ହେବ, ସଂଗଠନ ବଢିବ ସେନେଇ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତରର ନେତାମାନେ…

ଟ୍ରମ୍ପଙ୍କୁ ଆଖି ଦେଖାଇଲା ପାକିସ୍ତାନ: ଚୁକ୍ତି ସ୍ବାକ୍ଷର କରିବାକୁ ସିଧା ସିଧା କଲା ମନା

ଇସଲାମାବାଦ୍‌,୨୬।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନା ଅଧ୍ୟକ୍ଷ ଅସୀମ ମୁନିର ଆମେରିକା ପ୍ରତି ଯେତେ ପ୍ରେମ ଦେଖାଉଥିଲେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାହାକୁ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

ଭିଜିଲାନ୍ସ ଦୁର୍ନୀତି ମାମଲାରେ ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜ ଦୋଷୀ ସାବ୍ୟସ୍ତ

କେନ୍ଦୁଝର,୨୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜଙ୍କୁ ଏକ…

ଟ୍ରମ୍ପଙ୍କ ୩ ବଡ଼ ସର୍ତ୍ତ: ଯାହା କାରଣରୁ ଅଟକିଲା ଇରାନ-ଆମେରିକାର ଶାନ୍ତି ଚୁକ୍ତି

ନୂଆଦିଲ୍ଲୀ, ୨୬।୫: ଇରାନ ଏବଂ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନାର ଅନ୍ତ ଘଟାଇବା ପାଇଁ ଆଶା କରାଯାଉଥିବା ଶାନ୍ତି ଚୁକ୍ତିନାମା ଏବେ ଝୁଲି…

ଆଶ୍ଚର୍ଯ୍ୟ! ବାହାଘର ରିଟର୍ନ ଗିଫ୍ଟ ଦେଖି ଛାନିଆ ହେଲେ ଗାଁ ଲୋକେ, ଯିଏ ଶୁଣିଲା…

ମୁମ୍ବାଇ,୨୬।୫: ବିବାହରେ ଅତିଥିମାନଙ୍କୁ ପ୍ରତିଦାନ(ରିଟର୍ନ) ଉପହାର ଦେବାର ପ୍ରଥା ଏକ ବହୁ ପୁରୁଣା ପରମ୍ପରା । ତେବେ ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରେ ସମ୍ପ୍ରତି ଅନୁଷ୍ଠିତ ଏକ ବିବାହ…

ଭଞ୍ଜ ରାଜବଂଶର ସ୍ମୃତି : ଲୋକଙ୍କ ଦାନରେ ଚାଲିଛି କୁଲାଡ ଜଗନ୍ନାଥ ମନ୍ଦିର

ଭଞ୍ଜନଗର,୨୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି ଭାବେ ପରିଚିତ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ନିର୍ମାଣ ହୋଇଥିଲା। ସେ ସମୟରେ ମନ୍ଦିର ପରିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri