Posted inଜାତୀୟ

ଟିକା ବଦଳରେ ଦିଆଯାଇଛି ଲୁଣ ପାଣି

ମୁମ୍ବାଇ, ୨୫।୬: ମହାରାଷ୍ଟ୍ରର ମୁମ୍ବାଇ ମହାନଗରୀରେ ପ୍ରାୟ ୨,୦୦୦ ଲୋକଙ୍କୁ କୋଭିଡ୍‌-୧୯ର ନକଲି ଟିକା ଦିଆଯାଇଛି। ସେହିପରି ପଶ୍ଚିମବଙ୍ଗର କୋଲକାତାରେ ମଧ୍ୟ ୫୦୦ ଲୋକ ଏଭଳି ଟିକା ନେଇଥିବା ଜଣାପଡ଼ିଛି। ସେମାନଙ୍କୁ ଟିକା ବଦଳରେ ଲୁଣ ପାଣି ଦିଆଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲର ୨ ଡାକ୍ତରଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଛି। ମୁମ୍ବାଇର ୯ଟି ସ୍ଥାନରେ  ଏଭଳି ନକଲି ଟିକା ଦିଆଯାଉଥିଲା ବୋଲି ପୋଲିସ କମିଶନର ବିଶ୍ୱାସ ପାଟିଲ କହିଛନ୍ତି। ଅଭିଯୁକ୍ତଙ୍କଠାରୁ ୧୨.୪ ଲକ୍ଷ ଟଙ୍କା ଜବତ କରାଯାଇଛି। ସେହିପରି କୋଲକାତା ପୋଲିସ ନକଲି ଟିକାଦାନ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ନିଜକୁ ପ୍ରଶାସନିକ ଅଧିକାରୀର ପରିଚୟ ଦେଇ ଏଭଳି ୮ଟି ନକଲି ଟିକାକରଣ କ୍ୟାମ୍ପ ଚଳାଇଥିଲେ। ଗୋଟିଏ କ୍ୟାମ୍ପ୍‌ରେ ୨୫୦ ଜଣ ଭିନ୍ନକ୍ଷମ ଓ କିନ୍ନର ଏହି ଟିକା ନେଇଥିବା ପୋଲିସ କହିଛି। ଜବତ ଭାଏଲ୍‌ଗୁଡ଼ିକରେ ଜାଲ୍‌ କୋଭିଶିଲ୍ଡ ଲେବ୍‌ଲ ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri