ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି କି? ଆପଣାନ୍ତୁ ଚାଣକ୍ୟଙ୍କ ଏସବୁ ଉପାୟ

ଜୀବନର ଛୋଟବଡ଼ ଆବଶ୍ୟକତାକୁ ପୂରଣ କରିବାକୁ ଧନର ଆବଶ୍ୟକତା ପଡ଼ିଥାଏ। ଏଥିନେଇ ସମସ୍ତେ ଅଧିକରୁ ଅଧିକ ଧନ ରୋଜଗାର କରିବାକୁ ଚାହିଁଥାନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିଲେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରିସ୍ଥିତିରେ ଚାଣକ୍ୟ ନୀତିରେ ଲିଖିତ ଏସବୁ କଥାକୁ ପାଳନ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ଅସୁବିଧା ଦୂର ହୋଇଥାଏ।

ଧନ ଖର୍ଚ୍ଚ ପୂର୍ବରୁ କରନ୍ତୁ ବିଚାର: ଚାଣକ୍ୟ କୁହନ୍ତି ବୁଝି ବିଚାରି ଧନ ଖର୍ଚ୍ଚ କରିବା ଉଚିତ। ଯିଏ ଏଭଳି ନ କରନ୍ତି ତେବେ ତାଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ସଠିକ ଉପାୟରେ କରନ୍ତୁ ଧନ ବ୍ୟୟ: ବିପଦ ସମୟରେ ଧନ ବ୍ୟକ୍ତିର ସବୁଠାରୁ ବଡ଼ ବନ୍ଧୁ ପାଲଟେ। ଏଭଳିସ୍ଥିତିରେ ସଠିକ ଉପାୟରେ ଧନ ବ୍ୟୟ କରନ୍ତୁ। ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ଧନ ସଞ୍ଚୟ କରେ, ଧନବ୍ୟୟ ଠିକ୍‌ ଭାବେ କରିଥାଏ, ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ନାହିଁ।

ଭୁଲ କାମରେ ଲଗାନ୍ତୁ ନାହିଁ ଟଙ୍କା: ଚାଣକ୍ୟ କୁହନ୍ତି ଧନର ବ୍ୟବହାର ଭଲ କାମରେ କରିବା ଉଚିତ। ଯେଉଁ ଲୋକ ଟଙ୍କାକୁ ଭୁଲ କାମରେ ବ୍ୟବହାର କରିଥାନ୍ତି, ଜୁଆ ଖେଳନ୍ତି, ଅନ୍ୟ ଲୋକଙ୍କୁ ଅସୁବିଧା ପକାଇବାକୁ ଚେଷ୍ଟା କରିଥାନ୍ତି, ସେମାନେ ଅସୁବିଧାରେ ପଡ଼ିଥାନ୍ତି।

ଲୋକଙ୍କ ସହାୟତା କରିବାକୁ ପଛଘୁଞ୍ଚା କରନ୍ତୁ ନାହିଁ: ଚାଣକ୍ୟ କୁହନ୍ତି ଧନବାନ ହେବା ପରେ ମନୁଷ୍ୟଙ୍କୁ ସେବାରେ ମନୋନିବେଶ କରିବା ଉଚିତ। କାରଣ ଶାସ୍ତ୍ରରେ ଦାନପୂଣ୍ୟର ମହତ୍ତ୍ୱ ରହିଛି। ଏଥିପାଇଁ ଆବଶ୍ୟକତା ସହରେ ଲୋକଙ୍କ ସହାୟତା କରିବା ଉଚିତ। ଧନ ଥିଲେ ଅହଙ୍କାର କରିବା ଠିକ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri