ଦିନକୁ ୧୬୭ ଟଙ୍କା ରୋଜଗାର କରୁଥିବା ଲୋକ ଗରିବ, ବିଶ୍ୱ ବ୍ୟାଙ୍କର ନୂଆ ମାନଦଣ୍ଡ…

ଓ୍ବାଶିଂଟନ, ୬।୬ : ବିଶ୍ୱ ବ୍ୟାଙ୍କ ବର୍ତ୍ତମାନ ଅତ୍ୟନ୍ତ ଗରିବଙ୍କ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି। ମୁଦ୍ରାସ୍ଫୀତି, ଦରଦାମ୍‌ ବୃଦ୍ଧି , ଜୀବନଧାରଣର ମୂଲ୍ୟ ବୃଦ୍ଧି, ଅତ୍ୟଧିକ ଦାରିଦ୍ର ସୀମାରେଖା ସହିତ ଅନେକ ମାନକ ଆଧାରରେ ବିଶ୍ୱବ୍ୟାଙ୍କ ସମୟ ସମୟରେ ତଥ୍ୟ ବଦଳାଇଥାଏ । ନୂଆ ମାନଦଣ୍ଡ ଅନୁସାରେ ଦିନକୁ ୧୬୭ ଟଙ୍କା ବା ୨.୧୫ ଡଲାର ରୋଜଗାର କରୁଥିବା ଲୋକ ଗରିବ ତାଲିକା ଭୁକ୍ତ ହେବେ।

ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ତଥାପି, ବର୍ତ୍ତମାନ, ୨୦୧୫ ବର୍ଷର ତଥ୍ୟ ଆଧାରରେ ଏହି ମୂଲ୍ୟାଙ୍କନ କରାଯାଇଛି। ବିଶ୍ୱ ବ୍ୟାଙ୍କ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ନୂତନ ମାନକ କାର୍ଯ୍ୟକାରୀ କରିବ।

ବିଶ୍ୱ ବ୍ୟାଙ୍କ ନୀତି ରିପୋର୍ଟରେ କୁହାଯାଇଛି ଯେ ଆଠ ବର୍ଷ ମଧ୍ୟରେ ଭାରତରେ ଦାରିଦ୍ର୍ୟରେ ୧୨.୩ ପ୍ରତିଶତ ହ୍ରାସ ପାଇଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଦ୍ରୁତ ଗତିରେ ଏହା ହ୍ରାସ ପାଇଛି। ଏହି ସୂଚନା ବିଶ୍ୱ ବ୍ୟାଙ୍କ ନୀତି ଅନୁସନ୍ଧାନର ୱାର୍କିଂ ପେପରରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ଭାରତ ଅତ୍ୟଧିକ ଦାରିଦ୍ର୍ୟକୁ ଦୂର କରି ଦେଇଛି।

ଏହା ସହିତ ଦେଶରେ ଉପଭୋକ୍ତା ଅସମାନତା ୪୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ରହିଛି । ୨୦୧୧ରେ ଭାରତରେ ଦାରିଦ୍ର୍ୟ ହାର ୨୨.୫ ପ୍ରତିଶତ ଥିଲା। ଏହା ୨୦୨୯ ବର୍ଷରେ ୧୦.୨ ପ୍ରତିଶତରେ ପହଞ୍ଚିଥିଲା। ରିପୋର୍ଟ ଅନୁଯାୟୀ, ଭାରତର ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ଏକ ବୃହତ ହ୍ରାସ ପଞ୍ଜିକୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri