ଲୋକଙ୍କ ଭରସା ହରାଉଛି ଭାଜପା

ସରଣ୍ଡା,୭।୪(ଡି.ଏନ.ଏ.): ଅତାବିରା ଏନ୍‌ଏସି ନିର୍ବାଚନ ଶେଷ ହୋଇ ଫଳାଫଳ ସାମ୍ନାକୁ ଆସିଛି। ପ୍ରଥମ ଥର ପାଇଁ ଏନ୍‌ଏସିର ନଗରପାଳ ପାଇଁ ପ୍ରତ୍ୟକ୍ଷ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି ୧୨ଟି କାଉନସିଲର ପଦବୀରୁ ୧୧ଟି ପଦବୀ ଅକ୍ତିଆର କରି ବିଜେଡି ତାର ଗଡ଼ ରକ୍ଷା କରିବା ସହ ଦବଦବା ଜାହିର କରିଛି। କଂଗ୍ରେସ ମଧ୍ୟ ୧ନମ୍ବର ୱାର୍ଡ କାଉନସିଲର ପଦବୀକୁ ହାତେଇ ନିଜ ସମ୍ମାନ ରକ୍ଷା କରିଛି। ତେବେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଭାଜପା ତୃତୀୟ ସ୍ଥାନକୁ ଚାଲିଯାଇଛି।
୨୦୧୩ରେ ନବଗଠିତ ଅତାବିରା ଏନ୍‌ଏସିର ପ୍ରଥମ ନିର୍ବାଚନରେ ବିଜେଡି ଓ କଂଗ୍ରେସର ୬ଜଣ କାଉନସିଲର ବିଜୟୀ ହୋଇଥିଲେ। କଂଗ୍ରେସ ଅଧ୍ୟକ୍ଷ ପଦବୀ ହାତେଇଥିଲା। ୨୦୧୮ ଦ୍ୱିତୀୟ ନିର୍ବାଚନରେ ବିଜେଡି ସମସ୍ତ ୧୨ଟି ୱାର୍ଡରେ ବିଜୟୀ ହୋଇଥିଲା। ୨୦୧୮ ନିର୍ବାଚନରେ ବିଜେଡି କାଉନସିଲରମାନେ ୫୭୫୧ ଭୋଟ ପାଇଥିବା ବେଳେ ଚଳିତ ୨୦୨୩ ନିର୍ବାଚନରେ ୫୭୫ଟି ଭୋଟ ବଢ଼ି ୬୩୨୬ ଖଣ୍ଡରେ ରହିଛି। ହେଲେ ନଗରପାଳ ପଦବୀରେ ବିଜେଡିର ସମସ୍ତ ପ୍ରାର୍ଥୀଙ୍କ ଭୋଟଠାରୁ ୨୩୯ ଖଣ୍ଡ ଅଧିକ ଅର୍ଥାତ ୬୫୬୫ ଖଣ୍ଡ ଭୋଟ ପାଇଁ ବନମାଳି ବରିହା ବିଜୟୀ ହୋଇଛନ୍ତି। କଂଗ୍ରେସ ୨୦୧୮ରେ ୧୨୦୧ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ୫୯୯ ଅଧିକ ଭୋଟ ଯୋଡି ୧୮୦୦କୁ ଉନ୍ନୀତ ହୋଇ ଦ୍ୱିତୀୟ ଦଳ ଭାବେ ରହିଛି। ଭାଜପା ୨୦୧୮ରେ ୨୪୭୯ ଭୋଟ ପାଇଥିବା ବେଳେ ଚଳିତଥର ୬୮୨ ଖଣ୍ଡ କମ୍‌ ଭୋଟ ପାଇ ତୃତୀୟ ସ୍ଥାନକୁ ଖସିଛି। ଅତାବିରା ଏନ୍‌ଏସି ନିର୍ବାଚନ ସ୍ଥିତି ପରଖିଲେ ଏଠାରେ ଭାଜପା ହଜିଯାଇଥିବା ପରି ମନେହେଉଛି।

ବିକାଶଧାରାକୁ ଆହୁରି ତ୍ୱରାନ୍ବିତ କରାଯିବ
ଏନ୍‌ଏସି ନିର୍ବାଚନରେ ଅଧ୍ୟକ୍ଷ ଓ କାଉନସିଲରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିଥିବାରୁ ଅତାବିରାବାସୀଙ୍କୁ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଜନହିତକାରୀ ଯୋଜନାଗୁଡ଼ିକ ସୂଚାରୁ ରୂପେ ହୋଇଛି। ରାସ୍ତାଘାଟ, ପାନୀୟ ଜଳ, ଶ୍ମଶାନ, ଆଦର୍ଶ ସ୍କୁଲ, ଇନ୍‌ଡୋର ଷ୍ଟାଡିୟମ, ମିସନ ଶକ୍ତି ଗୃହ, ଜାଗା ମିଶନ ଆଦି କରାଯାଇଛି। ଆଗାମୀ ଦିନରେ ବିକାଶଧାରାକୁ ଆହୁରି ତ୍ୱରାନ୍ବିତ କରାଯିବ।
-ସ୍ନେହାଙ୍ଗିନୀ ଛୁରିଆ, ଅତାବିରା ବିଧାୟିକା
କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢୁଛି
ଶାସକ ଦଳ, କଳବଳ, ମନ୍ତ୍ରୀ ନେତାଙ୍କ ସହ କଂଗ୍ରେସ ଲଢେଇ କରିଥିଲା। ଜନମତକୁ ସମ୍ମାନ ସହ ସ୍ବାଗତ କରୁଛୁ। ଆମର ଯୁବ ପ୍ରାର୍ଥୀ ଦୀପକ ରାୟଙ୍କୁ ବିଜୟୀ କରାଇଥିବା ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ଅଧ୍ୟକ୍ଷ ପଦବୀରେ କଂଗ୍ରେସକୁ ଦ୍ବିତୀୟ ଦଳ ଭାବେ ବାଛିଥିବାରୁ ସମସ୍ତ ଏନ୍‌ଏସିବାସୀଙ୍କୁ କୃତଜ୍ଞତା ଜଣାଉଛୁ। ଦଳ ଦୁର୍ନୀତି, ଅନ୍ୟାୟ, ପିସି କାରବାର, ସଟ୍ଟା ଜୁଆ ବିରୋଧରେ ଆଗାମୀ ଦିନରେ ଲଢ଼େଇ କରିବ। ନିଶ୍ଚିତ ଭାବେ ଭବିଷ୍ୟତରେ କଂଗ୍ରେସ ପ୍ରତି ଲୋକ ଆସ୍ଥାଭାଜନ ହେଉଛନ୍ତି। ୨୦୨୪ରେ ନିଶ୍ଚୟ ପରିବର୍ତ୍ତନ ହେବ।
-ନିହାର ରଞ୍ଜନ ମହାନନ୍ଦ, ଜିଲା କଂଗ୍ରେସ ସଭାପତି
ଲୋକେ ଆମକୁ ଭରସା କରୁନାହାନ୍ତି
ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ଆମ ପାଇଁ ନିଶ୍ଚିତ ଭାବେ ନୈରାଶ୍ୟଜନକ। ଶାସକ ଦଳ ପଦ୍ମପୁର ଉପ ନିର୍ବାଚନ ଭଳି ପ୍ରତି ୱାର୍ଡରେ ୫/୭ ଶହ ଭୋଟ ପାଇଁ ରାଜ୍ୟ ସ୍ତରୀୟ ନେତା ମନ୍ତ୍ରୀମାନେ ଡେରା ପକାଇଲେ ଓ ଜିତିଲେ। ସାଧାରଣ ନିର୍ବାଚନରେ ସେଠି ଆମେ ଅଧିକ ଭୋଟ ପାଇଥିଲୁ। ମାତ୍ର ଏନ୍‌ଏସି ନିର୍ବାଚନରେ ଲୋକେ ଭରସା କରିପାରୁନାହାନ୍ତି। ଆମକୁ ତର୍ଜମା କରିବାକୁ ପଡ଼ିବ। ଅତାବିରାରେ ଦଳୀୟ ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ପଦକ୍ଷେପ ନିଆଯିବ।
-ସୁରେଶ୍ୱର ଶତପଥି, ଭାଜପା ନେତା


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri