ଗାଁରେ ମାତିଲା ପାଗଳ ମାଙ୍କଡ, ସକାଳ ହେଲେ ପଡିଯାଉଛି ତାଟି କବାଟ, ଆତଙ୍କିତ ଅବସ୍ଥାରେ ଲୋକେ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ୮ରୁ ଅଧିକ ଜଣ ପାଗଳ ମାଙ୍କଡ କାମୁଡ଼ାରେ ଆହାତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଛାଡି ଦିଆଯାଇଛି। ମଙ୍ଗଳବାର ଭୋରରେ ଗ୍ରାମର କିଛି ବ୍ୟକ୍ତି ଶୌଚ ପାଇଁ ଯାଉଥିବାବେଳେ ମାଙ୍କଡଟି ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ କାମୁଡ଼ିଥିଲା। ଏନେଇ ଗ୍ରାମବାସୀ ପାଟପୁର ବନବିଭାଗ କାର୍ଯ୍ୟାଳୟ କର୍ମଚାରୀଙ୍କୁ ଜଣାଇଥିଲେ। ଫରେଷ୍ଟର ସନ୍ତୋଷ କୁମାର ସାହୁ,ଫରେଷ୍ଟ ଗାର୍ଡ ସାରଥି କାର୍ଜୀ,ଜି.ଦିଲ୍ଲୀପ ଏବଂ ପାରା ବନ କର୍ମଚାରୀ ବୃନ୍ଦ ଗାଁରେ ପହଞ୍ଚି ମାଙ୍କଡଟିକୁ କାବୁ କରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି। ମାଙ୍କଡଟି ଗୋଟିଏ ଗଛରୁ ଅନ୍ୟ ଗଛକୁ ଡେଇଁ ବନ କର୍ମଚାରୀମାନଙ୍କୁ ଗାଁ ସାରା ବୁଲାଇ ଦେଇଥିଲା। ବନ କର୍ମଚାରୀ ବୃନ୍ଦ ମାଙ୍କଡକୁ ଧରିବା ପାଇଁ ନୟାନ୍ତ ହୋଇପଡ଼ିଥିଲେ।ବନ ବିଭାଗ ପକ୍ଷରୁ ଗାଁରେ ପାଗଳ ମାଙ୍କଡ ଉପଦ୍ରବ କରୁଥିବାରୁ ସତର୍କ ରହିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଇଛି।ଏନେଇ ଫରେଷ୍ଟର ବନ ବିଭାଗ ଉପରିସ୍ଥ ଅଧିକାରୀମାନଙ୍କୁ ଘଟଣା ସମ୍ପର୍କରେ ଜଣାଇଛନ୍ତି। ତାଲିମ ପ୍ରାପ୍ତ ମାଙ୍କଡ ଧରାଳିଙ୍କୁ ଡକାଯାଇ ମାଙ୍କଡକୁ କାବୁ କରାଯିବ। କିମ୍ବା ବନବିଭାଗ ପକ୍ଷରୁ ମାଙ୍କଡକୁ ଟ୍ରାଙ୍କୁଲାଇଜ କରାଯିବା ପରେ ତାକୁ ଧରାଯିବ ବୋଲି ସେ କହିଛନ୍ତି। ଗତ ସୋମବାର ଅପରାହ୍ନରୁ ସା ମଧ୍ୟରେ ଗ୍ରାମର ମହିଳା,ଯୁବତୀ ଓ କିଛି ଶିଶୁଙ୍କୁ ମାଙ୍କଡ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା। ଲୋକେ ପାଗଳ ମାଙ୍କଡର ଉପଦ୍ରବ ନେଇ ଆତଙ୍କିତ ହୋଇପଡିଛନ୍ତି। ସକାଳୁ ଗାଁରେ ତାଟି କବାଟ ପଡିଛି। ରାସ୍ତାଘାଟ ଶୂନଶାନ ହୋଇପଡିଛି। କିଛି ଯୁବକ ଠେଙ୍ଗା ଧରି ଗାଁ ସାରା ପହଁରା ମାରୁଥିବା ଦେଖିବାକୁ ମିଳିଛି।ଏନେଇ ଦିଗପହଣ୍ଡି ବନବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଙ୍କୁ ପଚାରିବାରୁ ପାଗଳ ମାଙ୍କଡ ଉପଦ୍ରବ ନେଇ ସୂଚନା ପାଇବା ପରେ ସେ ବନ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି।ମାଙ୍କଡ କାମୁଡା ନେଇ ବନ ବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ଦିଆଯିବା ବ୍ୟବସ୍ଥା ନଥିବା କହିଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାମ କରୁ କରୁ ଚାଲିଗଲା ଜୀବନ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨୭ ବର୍ଷୀୟା ମହିଳା ଶ୍ରମିକଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି,୧୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁର୍ଜୁବାଡ଼ି ବିଦ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧୀନ କୋଠାରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ମହିଳା ଶ୍ରମିକଙ୍କ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?