ଘର ସହ ଲୋକଙ୍କ ଇମୋଶନ ଜଡ଼ିତ: ସୋଫିଆ ଫିର୍ଦୋସ

ଲୋକେ ସାରା ଜୀବନର ସଞ୍ଚୟ ଘର କିଣାରେ ଲଗାଇଦିଅନ୍ତି। ଘର ସହିତ ଗ୍ରାହକଙ୍କ ଭାବପ୍ରବଣତା ଜଡ଼ିତ। ସେମାନଙ୍କୁ ଇମୋଶନ ଓ ହାପିନେସ୍‌ ଡେଲିଭର କରିବା ପାଇଁ ମେଟ୍ରୋ ବିଲ୍ଡର୍ସ ଉଦ୍ୟମ ଜାରି ରଖିଛି। ଠିକ୍‌ ସମୟରେ ଘର ଯୋଗାଇବା ସହ ଗୁଣବତ୍ତାକୁ ପ୍ରାଥମିକତା ଦେଉଥିବାରୁ ମେଟ୍ରୋ ବିଲ୍ଡର୍ସ ଓଡ଼ିଶା ପ୍ରାଇଭେଟ ଲିଃ ସଫଳତାର ଶୀର୍ଷକୁ ସ୍ପର୍ଶ କରିପାରିଛି ବୋଲି ଧରିତ୍ରୀକୁ କହିଛନ୍ତି ଏହି ପ୍ରତିଷ୍ଠିତ ରିୟଲ ଇଷ୍ଟେଟ୍‌ ସଂସ୍ଥାର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ସୋଫିଆ ଫିର୍ଦୋସ।

ରାଜ୍ୟ ରିୟଲ ଇଷ୍ଟେଟ୍‌ କ୍ଷେତ୍ରର ଅଭିବୃଦ୍ଧିକୁ କେମିତି ଦେଖୁଛନ୍ତି?
ସଙ୍ଗଠିତ ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ଅଭିବୃଦ୍ଧିର ଅନେକ ସୁଯୋଗ ରହିଛି। ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଆକ୍ଟ ଲାଗୁହେବା ପରେ ଏହି କ୍ଷେତ୍ରର ଅଭିବୃଦ୍ଧି ତ୍ୱରାନ୍ବିତ ହୋଇଛି। ପ୍ଲେୟରମାନେ ଭଲ ଭଲ ପ୍ରକଳ୍ପ ଶୁଭାରମ୍ଭ କରୁଛନ୍ତି। ମାତ୍ର ବଡ଼ ବଡ଼ ସହରର ଜନସଂଖ୍ୟା ଅଭିବୃଦ୍ଧି ହାର ଏକ ସୀମାରେ ରହୁଥିବାରୁ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଭଳି ସହରରେ ଚାହିଦା ଅଧିକ ରହିଲେ ମଧ୍ୟ ଅଭିବୃଦ୍ଧି ସୁଯୋଗ ସୀମିତ ରହିବ।

ମଧ୍ୟବିତ୍ତଙ୍କ ଘର କିଣା ଚାହିଦା ପୂରଣ ଲାଗି ଆପଣଙ୍କ ପ୍ରସ୍ତୁତି ?
ଲୋକଙ୍କ ଚାହିଦା ହିସାବରେ ପ୍ରକଳ୍ପ ଆଣିବା ଲାଗି ଆମେ ଉଦ୍ୟମ ଜାରି ରଖିଛୁ। ଆମ ପାଖରେ ବଡ଼ ଲାଇଫ୍‌ ଷ୍ଟାଇଲର ପ୍ରକଳ୍ପ ମଧ୍ୟ ରହିଛି। ଟାଉନ୍‌ଶିପ ପ୍ରୋଜେକ୍ଟ କରୁଛୁ। ତା’ ସହିତ ସହର ଭିତରେ ପ୍ରାଇମ୍‌ ପ୍ରୋଜେକ୍ଟ ଉପରେ ମଧ୍ୟ ଧ୍ୟାନ ଦେଉଛୁ। ଗ୍ରାହକ ଆମ ପାଖରେ ବିସ୍ତୃତ ବର୍ଗରେ ବିକଳ୍ପ ଲାଭ କରିପାରିବେ।

କିଛି ନୂଆ ପ୍ଲାନ୍‌ ରଖିଛନ୍ତି କି?
ଆମ କମ୍ପାନୀ ବର୍ତ୍ତମାନ ଗୁଣବତ୍ତା ଉପରେ ଫୋକସ୍‌ କରୁଛି। ମେଟ୍ରୋ ୧୦୦ ଏକର ଟାଉନ୍‌ଶିପ ପ୍ରୋଜେକ୍ଟ ପର୍ଯ୍ୟାୟ ଭିତ୍ତିରେ ଆସିବ। ଏହା ସହିତ କଟକ ସହରରେ ଏକ ବଡ଼ ପ୍ରକଳ୍ପ ଆଣିବା ପାଇଁ ଯୋଜନା ରଖାଯାଇଛି। ତ୍ରିଶୂଳିଆରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ କାମ ହାତକୁ ନିଆଯାଇଛି।

କରୋନା ମହାମାରୀରେ କାମ କିଭଳି ପ୍ରଭାବିତ ହୋଇଛି?
ଲକ୍‌ଡାଉନ୍‌ରେ କାମ ଉପରେ ପ୍ରଭାବ ପଡ଼ିଥିଲା। ଏବେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। କରୋନା ସମୟରେ ଆମ ପ୍ରକଳ୍ପ ସାଇଟ୍‌ଗୁଡ଼ିକରେ ୩୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ରହିଯାଇଥିଲେ। କୋଭିଡ୍‌ ନିୟମ ପାଳନକରି ସେମାନଙ୍କୁ ଖାଦ୍ୟ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇଦେଇଥିଲୁ। ସେହିଭଳି ମୁକିମ୍‌ ଫାଉଣ୍ଡେଶନ ଅଧୀନରେ ଦୈନିକ ରାଶନ ଏବଂ ଶୁଖିଲା ଖାଦ୍ୟ ପ୍ୟାକେଟ୍‌ ଲୋକଙ୍କ ନିକଟରେ ପହଞ୍ଚାଇଥିଲୁ।

ରିୟଲ ଇଷ୍ଟେଟ୍‌ କ୍ଷେତ୍ର ଆଗରେ ଚ୍ୟାଲେଞ୍ଜ କ’ଣ?
ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଥାଏ। ଜମି ସଂଗ୍ରହଠାରୁ ପ୍ରକଳ୍ପ ସାଇଟ୍‌ର ସମସ୍ୟା, ଶ୍ରମିକ ପରିଚାଳନା, ବିଭିନ୍ନ ବିଭାଗ ସହ ସମନ୍ବୟ, ମଞ୍ଜୁରୀ ଏବଂ ଅକ୍ୟୁପାନ୍ସି ଭଳି ପ୍ରକ୍ରିୟା ଦେଇ ଯିବାକୁ ପଡ଼େ। ସରକାର ୨୦୨୦ରେ ଓଡିଏ ନିୟମ ଆଣି ରିୟଲ ଇଷ୍ଟେଟ୍‌ କ୍ଷେତ୍ରକୁ ଉତ୍ସାହିତ କରିଛନ୍ତି। ଏହି କ୍ଷେତ୍ର ଲାଗି ସିଙ୍ଗଲ ଓ୍ବିଣ୍ଡୋ, ଠିକ୍‌ ସମୟରେ ମଞ୍ଜୁରୀ, ଷ୍ଟାମ୍ପ୍‌ ଡ୍ୟୁଟି ହ୍ରାସ, ଉଚିତ ସମୟରେ ରେରା ପଞ୍ଜୀକରଣ ଗ୍ରାଣ୍ଟ କରିବା ଭଳି ପ୍ରସଙ୍ଗ ନେଇ ସରକାରଙ୍କୁ ରିୟଲ ଇଷ୍ଟେଟ୍‌ ଶିଳ୍ପର ପ୍ରତିନିଧିଙ୍କ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି। ସରକାର ଏସବୁ ପ୍ରସଙ୍ଗକୁ ଧ୍ୟାନ ଦେଲେ ରିୟଲ ଇଷ୍ଟେଟ୍‌ କ୍ଷେତ୍ରର ଅଭିବୃଦ୍ଧି ସମ୍ଭବ।

ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ଯୁବବର୍ଗଙ୍କୁ ପରାମର୍ଶ?
ଯଦି ଆପଣ କରୁଥିବା କାମ ପ୍ରତି ଭଲ ପାଇବା ଏବଂ ଅନୁରାଗ ରହିବ ତେବେ କିଛି ବି ଜିନିଷ ଅସମ୍ଭବ ନୁହେଁ। ସଫଳତା ଲାଗି କିଛି ଶର୍ଟକଟ୍‌ ନାହିଁ। କଠିନ ପରିଶ୍ରମ କରିବାକୁ ହିଁ ପଡ଼ିବ। ମୁଁ ଏହି କ୍ଷେତ୍ରରେ ୭ ବର୍ଷ ହେବ କାମ କରୁଛି। ଏହାକୁ ନେଇ ଅତ୍ୟନ୍ତ ଖୁସି।

ରିୟଲ ଇଷ୍ଟେଟ୍‌ ପାଇଁ ରାଜ୍ୟରେ ଆଉ କିଛି ସ୍ବତନ୍ତ୍ର ନୀତି ଆସିବାର ଆବଶ୍ୟକତା ରହିଛି କି?
ରିୟଲ ଇଷ୍ଟେଟ୍‌ ପାଇଁ ଡେଭେଲପ୍‌ମେଣ୍ଟ ଅଥରିଟି ରହିଛି। ପ୍ରକଳ୍ପ ମଞ୍ଜୁରୀ ଏବଂ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ ପ୍ରଦାନ ଭଳି ବିଭିନ୍ନ ନିୟାମକ କାମକୁ ଏହା ତଦାରଖ କରୁଛି। ସେହିଭଳି ୫୦୦ ବର୍ଗ ମିଟରର ପ୍ରକଳ୍ପ କିମ୍ବା ୮ ଫ୍ଲାଟ୍‌ର ପଞ୍ଜୀକରଣ ବ୍ୟବସ୍ଥା ରେରାରେ ରହିଛି।

ଘର କିଣିବା ବେଳେ ଗ୍ରାହକ କେଉଁ ଦିଗ ପ୍ରତି ବେଶି ଧ୍ୟାନଦେବା ଉଚିତ?
ଘର କିଣିବା ପୂର୍ବରୁ ବଜାରରେ ବିଲ୍ଡରଙ୍କ କ’ଣ ସ୍ଥିତି ରହିଛି ତାହା ଗ୍ରାହକମାନେ ଜାଣିବା ଦରକାର। ରେରା ପଞ୍ଜୀକୃତ ପ୍ରକଳ୍ପରେ ନିବେଶ କରିବାକୁ ଆମେ ପରାମର୍ଶ ଦେଉଛୁ। ବର୍ତ୍ତମାନ ମିଡିଲ ଇନ୍‌କମ୍‌ ଗ୍ରୁପ୍‌ର ଫ୍ଲାଟ୍‌ ବିକ୍ରି ବେଶି ରହିଛି। ୪୦ରୁ ୬୦ ଲକ୍ଷ ଟଙ୍କାର ଫ୍ଲାଟ୍‌ କ୍ରୟକୁ ଲୋକେ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri