ଘର ସହ ଲୋକଙ୍କ ଇମୋଶନ ଜଡ଼ିତ: ସୋଫିଆ ଫିର୍ଦୋସ

ଲୋକେ ସାରା ଜୀବନର ସଞ୍ଚୟ ଘର କିଣାରେ ଲଗାଇଦିଅନ୍ତି। ଘର ସହିତ ଗ୍ରାହକଙ୍କ ଭାବପ୍ରବଣତା ଜଡ଼ିତ। ସେମାନଙ୍କୁ ଇମୋଶନ ଓ ହାପିନେସ୍‌ ଡେଲିଭର କରିବା ପାଇଁ ମେଟ୍ରୋ ବିଲ୍ଡର୍ସ ଉଦ୍ୟମ ଜାରି ରଖିଛି। ଠିକ୍‌ ସମୟରେ ଘର ଯୋଗାଇବା ସହ ଗୁଣବତ୍ତାକୁ ପ୍ରାଥମିକତା ଦେଉଥିବାରୁ ମେଟ୍ରୋ ବିଲ୍ଡର୍ସ ଓଡ଼ିଶା ପ୍ରାଇଭେଟ ଲିଃ ସଫଳତାର ଶୀର୍ଷକୁ ସ୍ପର୍ଶ କରିପାରିଛି ବୋଲି ଧରିତ୍ରୀକୁ କହିଛନ୍ତି ଏହି ପ୍ରତିଷ୍ଠିତ ରିୟଲ ଇଷ୍ଟେଟ୍‌ ସଂସ୍ଥାର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ସୋଫିଆ ଫିର୍ଦୋସ।

ରାଜ୍ୟ ରିୟଲ ଇଷ୍ଟେଟ୍‌ କ୍ଷେତ୍ରର ଅଭିବୃଦ୍ଧିକୁ କେମିତି ଦେଖୁଛନ୍ତି?
ସଙ୍ଗଠିତ ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ଅଭିବୃଦ୍ଧିର ଅନେକ ସୁଯୋଗ ରହିଛି। ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଆକ୍ଟ ଲାଗୁହେବା ପରେ ଏହି କ୍ଷେତ୍ରର ଅଭିବୃଦ୍ଧି ତ୍ୱରାନ୍ବିତ ହୋଇଛି। ପ୍ଲେୟରମାନେ ଭଲ ଭଲ ପ୍ରକଳ୍ପ ଶୁଭାରମ୍ଭ କରୁଛନ୍ତି। ମାତ୍ର ବଡ଼ ବଡ଼ ସହରର ଜନସଂଖ୍ୟା ଅଭିବୃଦ୍ଧି ହାର ଏକ ସୀମାରେ ରହୁଥିବାରୁ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଭଳି ସହରରେ ଚାହିଦା ଅଧିକ ରହିଲେ ମଧ୍ୟ ଅଭିବୃଦ୍ଧି ସୁଯୋଗ ସୀମିତ ରହିବ।

ମଧ୍ୟବିତ୍ତଙ୍କ ଘର କିଣା ଚାହିଦା ପୂରଣ ଲାଗି ଆପଣଙ୍କ ପ୍ରସ୍ତୁତି ?
ଲୋକଙ୍କ ଚାହିଦା ହିସାବରେ ପ୍ରକଳ୍ପ ଆଣିବା ଲାଗି ଆମେ ଉଦ୍ୟମ ଜାରି ରଖିଛୁ। ଆମ ପାଖରେ ବଡ଼ ଲାଇଫ୍‌ ଷ୍ଟାଇଲର ପ୍ରକଳ୍ପ ମଧ୍ୟ ରହିଛି। ଟାଉନ୍‌ଶିପ ପ୍ରୋଜେକ୍ଟ କରୁଛୁ। ତା’ ସହିତ ସହର ଭିତରେ ପ୍ରାଇମ୍‌ ପ୍ରୋଜେକ୍ଟ ଉପରେ ମଧ୍ୟ ଧ୍ୟାନ ଦେଉଛୁ। ଗ୍ରାହକ ଆମ ପାଖରେ ବିସ୍ତୃତ ବର୍ଗରେ ବିକଳ୍ପ ଲାଭ କରିପାରିବେ।

କିଛି ନୂଆ ପ୍ଲାନ୍‌ ରଖିଛନ୍ତି କି?
ଆମ କମ୍ପାନୀ ବର୍ତ୍ତମାନ ଗୁଣବତ୍ତା ଉପରେ ଫୋକସ୍‌ କରୁଛି। ମେଟ୍ରୋ ୧୦୦ ଏକର ଟାଉନ୍‌ଶିପ ପ୍ରୋଜେକ୍ଟ ପର୍ଯ୍ୟାୟ ଭିତ୍ତିରେ ଆସିବ। ଏହା ସହିତ କଟକ ସହରରେ ଏକ ବଡ଼ ପ୍ରକଳ୍ପ ଆଣିବା ପାଇଁ ଯୋଜନା ରଖାଯାଇଛି। ତ୍ରିଶୂଳିଆରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ କାମ ହାତକୁ ନିଆଯାଇଛି।

କରୋନା ମହାମାରୀରେ କାମ କିଭଳି ପ୍ରଭାବିତ ହୋଇଛି?
ଲକ୍‌ଡାଉନ୍‌ରେ କାମ ଉପରେ ପ୍ରଭାବ ପଡ଼ିଥିଲା। ଏବେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। କରୋନା ସମୟରେ ଆମ ପ୍ରକଳ୍ପ ସାଇଟ୍‌ଗୁଡ଼ିକରେ ୩୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ରହିଯାଇଥିଲେ। କୋଭିଡ୍‌ ନିୟମ ପାଳନକରି ସେମାନଙ୍କୁ ଖାଦ୍ୟ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇଦେଇଥିଲୁ। ସେହିଭଳି ମୁକିମ୍‌ ଫାଉଣ୍ଡେଶନ ଅଧୀନରେ ଦୈନିକ ରାଶନ ଏବଂ ଶୁଖିଲା ଖାଦ୍ୟ ପ୍ୟାକେଟ୍‌ ଲୋକଙ୍କ ନିକଟରେ ପହଞ୍ଚାଇଥିଲୁ।

ରିୟଲ ଇଷ୍ଟେଟ୍‌ କ୍ଷେତ୍ର ଆଗରେ ଚ୍ୟାଲେଞ୍ଜ କ’ଣ?
ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଥାଏ। ଜମି ସଂଗ୍ରହଠାରୁ ପ୍ରକଳ୍ପ ସାଇଟ୍‌ର ସମସ୍ୟା, ଶ୍ରମିକ ପରିଚାଳନା, ବିଭିନ୍ନ ବିଭାଗ ସହ ସମନ୍ବୟ, ମଞ୍ଜୁରୀ ଏବଂ ଅକ୍ୟୁପାନ୍ସି ଭଳି ପ୍ରକ୍ରିୟା ଦେଇ ଯିବାକୁ ପଡ଼େ। ସରକାର ୨୦୨୦ରେ ଓଡିଏ ନିୟମ ଆଣି ରିୟଲ ଇଷ୍ଟେଟ୍‌ କ୍ଷେତ୍ରକୁ ଉତ୍ସାହିତ କରିଛନ୍ତି। ଏହି କ୍ଷେତ୍ର ଲାଗି ସିଙ୍ଗଲ ଓ୍ବିଣ୍ଡୋ, ଠିକ୍‌ ସମୟରେ ମଞ୍ଜୁରୀ, ଷ୍ଟାମ୍ପ୍‌ ଡ୍ୟୁଟି ହ୍ରାସ, ଉଚିତ ସମୟରେ ରେରା ପଞ୍ଜୀକରଣ ଗ୍ରାଣ୍ଟ କରିବା ଭଳି ପ୍ରସଙ୍ଗ ନେଇ ସରକାରଙ୍କୁ ରିୟଲ ଇଷ୍ଟେଟ୍‌ ଶିଳ୍ପର ପ୍ରତିନିଧିଙ୍କ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି। ସରକାର ଏସବୁ ପ୍ରସଙ୍ଗକୁ ଧ୍ୟାନ ଦେଲେ ରିୟଲ ଇଷ୍ଟେଟ୍‌ କ୍ଷେତ୍ରର ଅଭିବୃଦ୍ଧି ସମ୍ଭବ।

ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ଯୁବବର୍ଗଙ୍କୁ ପରାମର୍ଶ?
ଯଦି ଆପଣ କରୁଥିବା କାମ ପ୍ରତି ଭଲ ପାଇବା ଏବଂ ଅନୁରାଗ ରହିବ ତେବେ କିଛି ବି ଜିନିଷ ଅସମ୍ଭବ ନୁହେଁ। ସଫଳତା ଲାଗି କିଛି ଶର୍ଟକଟ୍‌ ନାହିଁ। କଠିନ ପରିଶ୍ରମ କରିବାକୁ ହିଁ ପଡ଼ିବ। ମୁଁ ଏହି କ୍ଷେତ୍ରରେ ୭ ବର୍ଷ ହେବ କାମ କରୁଛି। ଏହାକୁ ନେଇ ଅତ୍ୟନ୍ତ ଖୁସି।

ରିୟଲ ଇଷ୍ଟେଟ୍‌ ପାଇଁ ରାଜ୍ୟରେ ଆଉ କିଛି ସ୍ବତନ୍ତ୍ର ନୀତି ଆସିବାର ଆବଶ୍ୟକତା ରହିଛି କି?
ରିୟଲ ଇଷ୍ଟେଟ୍‌ ପାଇଁ ଡେଭେଲପ୍‌ମେଣ୍ଟ ଅଥରିଟି ରହିଛି। ପ୍ରକଳ୍ପ ମଞ୍ଜୁରୀ ଏବଂ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ ପ୍ରଦାନ ଭଳି ବିଭିନ୍ନ ନିୟାମକ କାମକୁ ଏହା ତଦାରଖ କରୁଛି। ସେହିଭଳି ୫୦୦ ବର୍ଗ ମିଟରର ପ୍ରକଳ୍ପ କିମ୍ବା ୮ ଫ୍ଲାଟ୍‌ର ପଞ୍ଜୀକରଣ ବ୍ୟବସ୍ଥା ରେରାରେ ରହିଛି।

ଘର କିଣିବା ବେଳେ ଗ୍ରାହକ କେଉଁ ଦିଗ ପ୍ରତି ବେଶି ଧ୍ୟାନଦେବା ଉଚିତ?
ଘର କିଣିବା ପୂର୍ବରୁ ବଜାରରେ ବିଲ୍ଡରଙ୍କ କ’ଣ ସ୍ଥିତି ରହିଛି ତାହା ଗ୍ରାହକମାନେ ଜାଣିବା ଦରକାର। ରେରା ପଞ୍ଜୀକୃତ ପ୍ରକଳ୍ପରେ ନିବେଶ କରିବାକୁ ଆମେ ପରାମର୍ଶ ଦେଉଛୁ। ବର୍ତ୍ତମାନ ମିଡିଲ ଇନ୍‌କମ୍‌ ଗ୍ରୁପ୍‌ର ଫ୍ଲାଟ୍‌ ବିକ୍ରି ବେଶି ରହିଛି। ୪୦ରୁ ୬୦ ଲକ୍ଷ ଟଙ୍କାର ଫ୍ଲାଟ୍‌ କ୍ରୟକୁ ଲୋକେ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତଥାଗତଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ  ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସାୟୀଙ୍କୁ ଉଦ୍ୟୋଗ କ୍ଷେତ୍ରରେ...

ଏସ୍‌ଭିଜିଓଆଇର ସ୍ବାଗତ ସମାରୋହ ଉତ୍ସବ

ଭୁବନେଶ୍ୱର,୨୨।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ (ଏସ୍‌ଭିଜିଓଆଇ)ର ଏମବିଏ, ବିବିଏ, ବିସିଏ ଓ ପିଏମଆଇଆର ବିଭାଗର ବାର୍ଷିକ ସ୍ବାଗତ...

ସୁଷମା ସ୍ବରାଜଙ୍କ ବିୟୋଗରେ ଶିଳ୍ପ ଜଗତର ଶୋକ

ନୂଆଦିଲ୍ଲୀ,୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଦେଶର ଶିଳ୍ପ ଜଗତ ପକ୍ଷରୁ ଶୋକ ପ୍ରକାଶ ପାଇଛି। ସୁଷମା ଜଣେ ମହାନ ନେତ୍ରୀ ଏବଂ...

ଖାଦ୍ୟଡବା, ପ୍ୟାକେଟରେ ଦର୍ଶାଇବାକୁ ହେବ ଚିନି, ଚର୍ବି, ଲୁଣ ମାତ୍ରା

ନୂଆଦିଲ୍ଲୀ,୨୮-୬: ଖାଦ୍ୟପଦାର୍ଥ ନିର୍ମାତା ପ୍ରସ୍ତୁତ ଖାଦ୍ୟକୁ ପ୍ୟାକେଟ ଓ ଡବାରେ ବିକ୍ରି କରିବା ବେଳେ ଏଣିକି ନୂଆ ନିୟମ ପାଳନ କରିବାକୁ ବାଧ୍ୟ ରହିବେ। ଏଣିକି...

କାନାରା ବ୍ୟାଙ୍କର ଭ୍ରାମ୍ୟମାଣ ଏଟିଏମ୍‌ ସେବା

ଭୁବନେଶ୍ୱର,୧୩।୫: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ନିକଟରେ ଏକ ଭ୍ରାମ୍ୟମାଣ ଏଟିଏମ୍‌ ସେବା ଲୋକାର୍ପିତ ହୋଇଯାଇଛି। ଉକ୍ତ ଭ୍ରାମ୍ୟମାଣ ଏଟିଏମ୍‌ ସେବା ସହରର ପ୍ରମୁଖ ହାଉସିଂ...

ପିଏମ୍‌ସିଠାରୁ ଋଣ ନେଇ ଜମି କିଣିଛି ଏଚ୍‌ଡିଆଇଏଲ୍‌

ନୂଆଦିଲ୍ଲୀ,୧୩-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ(ପିଏମ୍‌ସି) ବ୍ୟାଙ୍କଠାରୁ ଋଣ ନେଇ ଏଚ୍‌ଡିଆଇଏଲ ଜମି କିଣିଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୧୦୦ ଏକର ଜମିର ପତ୍ତା...

କେଏଫ୍‌ସିର ପପ୍‌କର୍ଣ୍ଣ ମ୍ୟାଗି ବାଉଲ୍‌

ନୂଆଦିଲ୍ଲୀ,୨୧।୧୧: ଅନ୍ତଃରାଷ୍ଟ୍ରୀୟ ଫାଷ୍ଟଫୁଡ ବ୍ରାଣ୍ଡ୍‌ କେଏଫସି ପ୍ରଥମ ଥର ପାଇଁ ନେସ୍‌ଲେ ସହଭାଗିତାରେ ଏକ ସ୍ବତନ୍ତ୍ର ଡିସ୍‌ ‘ପପ୍‌କର୍ଣ୍ଣ ମ୍ୟାଗି ବାଉଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା...

ସଙ୍କଟରେ ଭାରତୀୟ ଅର୍ଥ ବ୍ୟବସ୍ଥା; ୧୪.୮% ଖସିଯିବ ଜିଡିପି

ନୂଆଦିଲ୍ଲୀ, ୯।୯ : କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଏହାର ପ୍ରଭାବରେ ଭାରତୀୟ ଅର୍ଥ ବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷ...

Advertisement
Archives

Model This Week