ସ୍ବାବ୍‌ ଟେଷ୍ଟ ପାଇଁ ଡରୁଛନ୍ତି ଲୋକେ୍‌

ସିମୁଳିଆ,୧୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ଲକର ସଦର ମହକୁମା ମାର୍କୋଣା ପଞ୍ଚାୟତର ୬ନଂ. ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ରୂପେ ଘୋଷଣା କରାଯାଇ ରାସ୍ତା ସିଲ୍‌ କରାଯାଇଛି। ସେହିପରି ୧ରୁ ୫ନଂ. ଓ ୧୧ନଂ. ୱାର୍ଡ ଇନାୟତପୁରକୁ ବଫର ଜୋନ ରୂପେ ଘୋଷଣା କରାଯାଇ ବରିରୋଡ଼କୁ ସିଲ୍‌ କରାଯାଇଛି ା ଗୁରୁବାର ସନ୍ଧ୍ୟା ୭ଟାରୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ କଟକଣା ଲାଗି ରହିବ ବୋଲି ସୂଚନା ଦିଆଯାଇଛି। ତହସିଲଦାର ରବିନାରାୟଣ ସାହୁଙ୍କ ସମେତ ବିଡିଓ ଡ. ନରହରି ବେହେରା, ଥାନା ଅଧିକାରୀ ପର୍ଶୁରାମ ସାହୁ ଓ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ ଦ୍ୱାରା ଅନୁଷ୍ଠିତ ସଭାରେ ଏହା ଘୋଷଣା କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ଏହି ଅଞ୍ଚଳର ଶହେ ଜଣଙ୍କ ସ୍ବାବ ଟେଷ୍ଟ ପାଇଁ ନାମ ଦିଆଯାଇଥିବା ବେଳେ ୬୪ଜଣ ନିଜର ସ୍ବାବ ଟେଷ୍ଟ କରାଇଛନ୍ତି। ପ୍ରକୃତପକ୍ଷେ ଲୋକେ ସ୍ବାବ ଟେଷ୍ଟ କରିବାକୁ ଭୟ କରୁଛନ୍ତି।
ସିମୁଳିଆ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚତ୍ଛି। ନିକଟରେ ବେଙ୍ଗାଲୁରୁରୁ ଫେରିଥିବା ଜଣେ ୩୪ବର୍ଷୀୟ ଯୁବକ କ୍ୱାରାଣ୍ଟାଇନ ସେଣ୍ଟରରେ ନ ରହି ହୋମ କ୍ୱାରାଣ୍ଟାଇନରେ ରହିବା ଆଳରେ ଘରକୁ ଚାଲିଆସିଥିଲେ। ପରେ ଘରେ ନ ରହି ସେ ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରିବା ପରେ ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଇଥିଲା। ସ୍ବାବ ନମୁନା ପରୀକ୍ଷା ପରେ ତାଙ୍କଠାରେ କରୋନା ପଜିଟିଭ ବାହାରିଥିଲା। ଏହାପରେ ଗତ ୬ତାରିଖରେ ୪୩ ଜଣଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କଠାରେ କରୋନା ପଜିଟିଭ ଥିବା ଜଣାପଡିଥିଲା। ତେବେ ପ୍ରବାସୀ ଫେରନ୍ତାମାନେ ସାମାଜିକ ଦୂରତା ରକ୍ଷା କରୁ ନ ଥିବାର ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri