ପେଣ୍ଟାଗନ-ଭାରତୀୟ ପ୍ରତିରକ୍ଷା ବିଭାଗ ସମ୍ପର୍କ ସୁଦୃଢ଼…

ଓ୍ବାଶିଂଟନ, ୧୬।୮ : ଭାରତ ଏବଂ ଆମେରିକା ମଧ୍ୟରେ ସାମରିକ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି। ଏହାର କାରଣ ହେଉଛି ଯେ ବର୍ତ୍ତମାନ ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନରେ ଭାରତୀୟ ପ୍ରତିରକ୍ଷା ଅଧିକାରୀ ଅଣସଂରକ୍ଷିତ ପ୍ରବେଶ ସୁବିଧା ଯୋଗାଇ ଦିଆଯାଇଛି। ଆମେରିକାର ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତୀୟ ପ୍ରତିରକ୍ଷା ବିଭାଗ ବର୍ତ୍ତମାନ ପେଣ୍ଟାଗନକୁ ସହଜରେ ପ୍ରବେଶ କରି ପାରିବେ। ସୋମବାର ଆମେରିକାର ଇଣ୍ଡିଆ ହାଉସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକାର ବାୟୁସେନା ସଚିବ ଫ୍ରାଙ୍କ କେଣ୍ଡଲର ଏହି ଘୋଷଣା କରିଛନ୍ତି।

କେଣ୍ଡଲ କହିଛନ୍ତି ଯେ ବିଶ୍ୱାସ ଏବଂ ସହଯୋଗରେ ଏଭଳି ପଦକ୍ଷେପ ନିଆଯାଇଛି। ଭାରତ ସହିତ ଆମର ସମ୍ପର୍କ ବିଶ୍ୱାସ ଏବଂ ସହଯୋଗର ଏକ ଉଦାହରଣ। କେଣ୍ଡଲ କହିଛନ୍ତି ଯେ ଏଣିକି ଭାରତୀୟ ପ୍ରତିରକ୍ଷା ଦଳ ପେଣ୍ଟାଗନରେ ସୁରକ୍ଷା ବିନା ଚଳପ୍ରଚଳ କରିପାରିବ। ଭାରତ ସହ ଆମର ଘନିଷ୍ଠ ସମ୍ପର୍କ ଯୋଗୁ ଏବଂ ଭାରତ ଆମର ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ହୋଇଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ସେ କହିଛନ୍ତି, ଯଦି ଆପଣ ଭାବୁଥିବେ ସୁରକ୍ଷା ଯାଞ୍ଚ ବିନା ପେଣ୍ଟାଗନ ଯିବା ବଡ କଥା ନୁହେଁ, ତେବେ ଆପଣ ଜାଣି ରଖନ୍ତୁ ଯେ ମୁଁ ମଧ୍ୟ ଏସକର୍ଟ ବିନା ସେଠାକୁ ଯାଇପାରିବି ନାହିଁ। ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ, ପୃଥିବୀର ସବୁଠାରୁ ସୁଦୃଢ଼ ସୁରକ୍ଷା ସ୍ଥାନ ହୋଇଥିବାରୁ ଏହା ମଧ୍ୟରେ ପ୍ରବେଶ କରିବା କଷ୍ଟକର। ଏପରିକି ଆମେରିକାର ନାଗରିକମାନେ ମଧ୍ୟ ଉଚ୍ଚ ସ୍ତରର ସୁରକ୍ଷା ମଞ୍ଜୁର ବିନା ବିଲ୍ଡିଂକୁ ପ୍ରବେଶ କରିପାରିବେ ନାହିଁ।

ଆମେରିକାର ପ୍ରତିରକ୍ଷା ଅଧିକାରୀ କେଣ୍ଡଲ କହିଛନ୍ତି, ଭାରତ ସହିତ ଆମେ ଅନ୍ୟ ଦେଶ ତୁଳନାରେ ଅଧିକ ମିଳିତ ସାମରିକ ଅଭ୍ୟାସ କରୁଛୁ। ଦୀର୍ଘ ସମୟ ଧରି ଆମର ଘନିଷ୍ଠ ସମ୍ପର୍କ ଅଛି। ଆମେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରୁଛୁ।

କେଣ୍ଡଲ କହିଛନ୍ତି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗୀତା ବର୍ଷ ବର୍ଷ ଧରି ଚାଲିଆସୁଛି । ସମ୍ପ୍ରତି, ଅର୍ଥାତ୍‌ ଏକ ବର୍ଷ ପୂର୍ବେ, ଆମେ ଡ୍ରୋନ ତିଆରିରେ ସହଯୋଗର ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଆମେ ଟେକ୍ନୋଲୋଜି ଆଦାନପ୍ରଦାନ କ୍ଷେତ୍ରରେ ଦୀର୍ଘ ସମୟ ଧରି ଅନେକ କାର୍ଯ୍ୟକ୍ରମ ଚଳାଉଛୁ। ଏହି ପଦକ୍ଷେପ ଅଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ସାମ୍ନାକୁ ଆସିଲା ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର: ଦେଖିବାକୁ…

ନୂଆଦିଲ୍ଲୀ,୧୮।୫: ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର ସାମ୍ନାକୁ ଆସିଛି। ଏହି ଟ୍ରେନ୍‌ଟି ଗୁଜରାଟରେ ପ୍ରଥମଥର ପାଇଁ ଚାଲିବାକୁ ଯାଉଛି। ଏଥିରେ ଏକ କେଶର ରଙ୍ଗ(ଗେରୁଆ) ରହିବ।…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ କୀର୍ତ୍ତିମାନ: IPL ଇତିହାସରେ କେହି ଏମିତି ରେକର୍ଡ ହାସଲ କରିପାରିନାହାନ୍ତି

ନୂଆଦିଲ୍ଲୀ,୧୮।୫: ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଛୋଟ IPL କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ସ୍ଥାପନ କରିସାରିଛନ୍ତି। ତାଙ୍କ କ୍ୟାରିୟରରେ ସୂର୍ଯ୍ୟବଂଶୀ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି।…

ସଲମାନଙ୍କ ଫଟୋ ଦେଖି ୨ ପୂର୍ବତନ ପ୍ରେମିକା ଆଶ୍ଚର୍ଯ୍ୟ: କହିଲେ…

୬୦ ବର୍ଷ ବୟସରେ ବି ସଲମାନ ଖାନଙ୍କ ଜଲଓ୍ବା। ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଫଟୋକୁ ଯିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri