Posted inଖେଳ

ପେଲେଙ୍କୁ ୮୦ବର୍ଷ

ସାଓପଲୋ, ୨୩ା୧୦ (ଏପି)-ବ୍ରାଜିଲର ମହାନ ଫୁଟ୍‌ବଲର ପେଲେ ଶୁକ୍ରବାର ୮୦ ବର୍ଷରେ ପଦାର୍ପଣ କରିବେ। ୩ଥର ବିଶ୍ୱବିଜେତା କିନ୍ତୁ ତାଙ୍କ ଜନ୍ମଦିନକୁ ଜାକଜମକରେ ନ ପାଳି ପରିବାରର କେତେଜଣ ହାତଗଣତି ସଦସ୍ୟଙ୍କ ସହ ସାଓପଲୋ ବାହାରେ ଅତିବାହିତ କରିବେ। ଏହାସତ୍ତ୍ୱେ ଖେଳାଳି, ସମର୍ଥକ, ସେଲିବ୍ରିଟି ଓ ରାଜନେତାଙ୍କଠାରୁ ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବ। ତାଙ୍କ ଦୀର୍ଘକାଳୀନ ମୁଖପାତ୍ର ପେପିଟୋ ଫର୍ନସ୍‌ କହିଛନ୍ତି ପେଲେଙ୍କର ସାଓପଲୋ ନିକଟବର୍ତ୍ତୀ ଗୁଆରୁଜା ସହରସ୍ଥିତ ସମୁଦ୍ରକୂଳରେ ଏକ ଅଟ୍ଟାଳିକା ରହିଛି। ସେହିଠାରେ ହିଁ ସେତାଙ୍କ ଜନ୍ମଦିନ ପାଳିବେ। ସେଠାରେ ସେ କୋଭିଡ୍‌-୧୯ ଆରମ୍ଭ ପୂର୍ବରୁ ଅବସ୍ଥାନ କରି ଆସୁଛନ୍ତି। ତାଙ୍କର ସାଓପଲୋ ଏବଂ ସାଣ୍ଟୋସଠାରେ ମଧ୍ୟ ବାସଭବନ ରହିଛି। ପେଲେ କେବଳ ତାଙ୍କ ପରିବାର ସହ ରହିବେ। କୌଣସି ପାର୍ଟି ହେବ ନାହିଁ। ଫ୍ରାଙ୍କୋ କହିଛନ୍ତି, ପେଲେଙ୍କ ଭାଇ ଜାଇର୍‌ ମାର୍ଚ୍ଚରେ କର୍କଟ ରୋଗରେ ପ୍ରାଣ ହରାଇଛନ୍ତି। ଏହି ଦୁଖଦଃ ଘଟଣାକୁ ଫୁଟ୍‌ବଲ କିମ୍ବଦନ୍ତୀ ଆଦୌ ପାସୋରୀ ପାରୁ ନାହାନ୍ତି। ଏଥିପାଇଁ ସାଧାରଣରେ କୌଣସି ବକ୍ତବ୍ୟ ଦେବାକୁ ଚାହୁ ନାହାନ୍ତି। ପେଲେ ହେଉଛନ୍ତି ବ୍ରାଜିଲର ସର୍ବକାଳୀନ ଅଗ୍ରଣୀ ସ୍କୋରର। ସେ ୭୭ଟି ଗୋଲ ସ୍କୋର କରିଥିବାବେଳେ ତାଙ୍କ ପଛରେ ନେମାର ଏପର୍ଯ୍ୟନ୍ତ ସୁଦ୍ଧା ୬୪ ଗୋଲ କରି ସାରିଲେଣି। କିନ୍ତୁ ଯଦି ବିଶ୍ୱକପ୍‌ ଟାଇଟଲ କଥା ବିଚାର କରାଯାଏ ତେବେ ପ୍ୟାରିସ ସେଣ୍ଟ୍‌ ଜର୍ମେନ ଷ୍ଟ୍ରାଇକର ତାଙ୍କଠାରୁ ବହୁ ପଛରେ ରହିଛନ୍ତି। ପେଲେ ୧୯୫୮, ୧୯୬୨ ଏବଂ ୧୯୭୦ ବିଶ୍ୱକପ୍‌ ଜିତିଛନ୍ତି। ଅନ୍ୟ କୌଣସି ଖେଳାଳି ଏହି ସଫଳତା ହାସଲ କରିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri