Posted inଜାତୀୟ

ପେଗାସସ୍‌ ଦ୍ୱାରା ଭଙ୍ଗା ଯାଇଥିଲା କର୍ନାଟକ ସରକାର

ନୂଆଦିଲ୍ଲୀ,୨୦ା୭: ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାର ୨୦୧୯ରେ କର୍ନାକଟରେ ନିର୍ବାଚିତ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ଇସ୍ରାଏଲର ସ୍ପାଇଓ୍ବେର ପ୍ରୋଗ୍ରାମ ପେଗାସସ୍‌ ବ୍ୟବହାର କରିଥିଲା। ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ସିଦ୍ଦରମୟା, ଡି କେ ଶିବକୁମାର ଓ ମାଲିକାର୍ଜୁନ ଖାର୍ଗେଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା।

୨୭ ବର୍ଷ ଧରି ମୋ ପିଏ ଦାୟିତ୍ୱରେ ଥିବା ଭେଙ୍କଟେଶଙ୍କ ଫୋନକୁ ପେଗାସସ୍‌ ଦ୍ୱାରା ଟ୍ୟାପ କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପିଏ ସଥିଶ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡ଼ାଙ୍କ ଓ୍ବାଚମ୍ୟାନ ମଞ୍ଜୁନାଥଙ୍କ ଫୋନକୁ ଟ୍ୟାପ କରିବା ପାଇଁ ସମାନ ସ୍ପାଇଓ୍ବେର ବ୍ୟବହାର କରାଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ-ଜେଡି(ଏସ୍‌) ୨୦୧୯ରେ ସଂଖ୍ୟା ଗରିଷ୍ଠତା ହରାଇବା ପରେ ବି ଏସ୍‌ ୟେଦିୟୁରପ୍ପାଙ୍କ ନେତୃତ୍ୱାଧୀନ ଭାଜପା ସରକାରକୁ ଆସିଥିଲା। ୨୦୧୮ ବିଧାନସଭା ନିର୍ବାଚନରେ ଭାଜପା ସର୍ବାଧିକ ୧୦୪ ଆସନ ହାତେଇଥିବାବେଳେ କଂଗ୍ରେସ ୮୦ଟି ଓ ଜେଡି(ସ୍‌) ୩୬ଟି ଜିତିଥିଲା। ପ୍ରଥମେ ଭାଜପା ସରକାର କରିଥିଲା। କିନ୍ତୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇ ନ ପାରିବାରୁ ସରକାରକୁ ଗଢ଼ିଥିଲା କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ। ବର୍ଷେ ୨ ମାସ ପରେ ଭୁଶୁଡ଼ି ପଡ଼ିଥିଲା ଏହି ସରକାର।

ଭାଜପା ଭଳି ସାମ୍ପ୍ରଦାୟିକ ଦଳକୁ ରୋକିବା ପାଇଁ ଆମେ ଜେଡି(ଏସ୍‌)କୁ ସମର୍ଥନ କରିଥିଲୁ। କିନ୍ତୁ ବର୍ଷକ ପରେ ଘୋଡ଼ା ବେପାର ଆରମ୍ଭ କରିଥିଲେ ୟେଦିୟୁରପ୍ପା। ଫଳରେ ୭ କଂଗ୍ରେସ ବିଧାୟକ ଭାଜପାରେ ମିଶିଯାଇଥିଲେ। ସେମାନେ ସ୍ବଇଚ୍ଛାରେ ଯାଇ ନ ଥିଲେ। ସେମାନଙ୍କ ଫୋନ ଟ୍ୟାପ କରାଯାଇ ଗୁପ୍ତ ତଥ୍ୟ ବାହାର କରାଯାଇଥିଲା। ମୋ ପାଖରେ ମୋବାଇଲ ନାହିଁ। ସେଥି ପାଇଁ ସେ ମୋ ପିଏଙ୍କ ଫୋନକୁ ଟ୍ୟାପ କରିଥିଲେ। ଏଭଳି ଡାର୍ଟି ଗେମ୍‌ ବନ୍ଦ ହେବା ଦରକାର ବୋଲି ସିଦ୍ଦରମୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri