Posted inଜାତୀୟ

ପେଗାସସ୍‌ ଦ୍ୱାରା ଭଙ୍ଗା ଯାଇଥିଲା କର୍ନାଟକ ସରକାର

ନୂଆଦିଲ୍ଲୀ,୨୦ା୭: ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାର ୨୦୧୯ରେ କର୍ନାକଟରେ ନିର୍ବାଚିତ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ଇସ୍ରାଏଲର ସ୍ପାଇଓ୍ବେର ପ୍ରୋଗ୍ରାମ ପେଗାସସ୍‌ ବ୍ୟବହାର କରିଥିଲା। ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ସିଦ୍ଦରମୟା, ଡି କେ ଶିବକୁମାର ଓ ମାଲିକାର୍ଜୁନ ଖାର୍ଗେଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା।

୨୭ ବର୍ଷ ଧରି ମୋ ପିଏ ଦାୟିତ୍ୱରେ ଥିବା ଭେଙ୍କଟେଶଙ୍କ ଫୋନକୁ ପେଗାସସ୍‌ ଦ୍ୱାରା ଟ୍ୟାପ କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପିଏ ସଥିଶ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡ଼ାଙ୍କ ଓ୍ବାଚମ୍ୟାନ ମଞ୍ଜୁନାଥଙ୍କ ଫୋନକୁ ଟ୍ୟାପ କରିବା ପାଇଁ ସମାନ ସ୍ପାଇଓ୍ବେର ବ୍ୟବହାର କରାଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ-ଜେଡି(ଏସ୍‌) ୨୦୧୯ରେ ସଂଖ୍ୟା ଗରିଷ୍ଠତା ହରାଇବା ପରେ ବି ଏସ୍‌ ୟେଦିୟୁରପ୍ପାଙ୍କ ନେତୃତ୍ୱାଧୀନ ଭାଜପା ସରକାରକୁ ଆସିଥିଲା। ୨୦୧୮ ବିଧାନସଭା ନିର୍ବାଚନରେ ଭାଜପା ସର୍ବାଧିକ ୧୦୪ ଆସନ ହାତେଇଥିବାବେଳେ କଂଗ୍ରେସ ୮୦ଟି ଓ ଜେଡି(ସ୍‌) ୩୬ଟି ଜିତିଥିଲା। ପ୍ରଥମେ ଭାଜପା ସରକାର କରିଥିଲା। କିନ୍ତୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇ ନ ପାରିବାରୁ ସରକାରକୁ ଗଢ଼ିଥିଲା କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ। ବର୍ଷେ ୨ ମାସ ପରେ ଭୁଶୁଡ଼ି ପଡ଼ିଥିଲା ଏହି ସରକାର।

ଭାଜପା ଭଳି ସାମ୍ପ୍ରଦାୟିକ ଦଳକୁ ରୋକିବା ପାଇଁ ଆମେ ଜେଡି(ଏସ୍‌)କୁ ସମର୍ଥନ କରିଥିଲୁ। କିନ୍ତୁ ବର୍ଷକ ପରେ ଘୋଡ଼ା ବେପାର ଆରମ୍ଭ କରିଥିଲେ ୟେଦିୟୁରପ୍ପା। ଫଳରେ ୭ କଂଗ୍ରେସ ବିଧାୟକ ଭାଜପାରେ ମିଶିଯାଇଥିଲେ। ସେମାନେ ସ୍ବଇଚ୍ଛାରେ ଯାଇ ନ ଥିଲେ। ସେମାନଙ୍କ ଫୋନ ଟ୍ୟାପ କରାଯାଇ ଗୁପ୍ତ ତଥ୍ୟ ବାହାର କରାଯାଇଥିଲା। ମୋ ପାଖରେ ମୋବାଇଲ ନାହିଁ। ସେଥି ପାଇଁ ସେ ମୋ ପିଏଙ୍କ ଫୋନକୁ ଟ୍ୟାପ କରିଥିଲେ। ଏଭଳି ଡାର୍ଟି ଗେମ୍‌ ବନ୍ଦ ହେବା ଦରକାର ବୋଲି ସିଦ୍ଦରମୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri