Posted inଖେଳ

ପେଚାଦ୍‌ଜ ‘ଏ’, ସୁପ୍ରତୀମ ‘ସି’ ଚାମ୍ପିୟନ

ଭୁବନେଶ୍ୱର, ୧୯ା୬(ବିଜୟ ରଣା): ୧୪ତମ କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ-୨୦୨୩ କିଟ୍‌ସ୍ଥିତ ବିଶ୍ୱନାଥନ ଆନନ୍ଦ ଇଣ୍ଟରନ୍ୟାଶନାଲ ଚେସ୍‌ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ରବିବାର କାଟେଗୋରି ଏ’ ଓ ସି’ର ପ୍ରତିଯୋଗିତା ଶେଷ ହୋଇଛି। କାଟେଗୋରି ‘ଏ’ରେ ଜର୍ଜିଆର ଗ୍ରାଣ୍ଡମାଷ୍ଟର ଲୁକା ପେଚାଦ୍‌ଜ ଚାମ୍ପିୟନ ଟ୍ରଫି ହାସଲ କରିବା ସହ ୩,୦୦,୦୦୦ ଟଙ୍କା ପୁରସ୍କାର ପାଇଛନ୍ତି। ବେଲାରୁଷ୍‌ ଗ୍ରାଣ୍ଡମାଷ୍ଟର ଆଲେକ୍ସି ଫେଦୋରୋଭ ପ୍ରଥମ ରନରଅପ୍‌ ଟ୍ରଫି ଓ ୨,୦୦,୦୦୦ ଏବଂ ଆଇଏମ୍‌ ଚିନ୍ନା ରେଡ୍ଡୀ ସି.ଏଚ୍‌ ମେହେର ଦ୍ୱିତୀୟ ରନରଅପ୍‌ ଟ୍ରଫି ସହ ୧,୫୦,୦୦୦ ଟଙ୍କା ପୁରସ୍କାର ପାଇଛନ୍ତି। ଓଡ଼ିଶାର ଟପ୍‌ ଖେଳାଳିମାନଙ୍କ ମଧ୍ୟରେ ହର୍ଷିତ ରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କିସ୍‌ର ସଜନ କୁମାର ସାହୁ ଦ୍ୱିତୀୟ ଏବଂ ସୂର୍ଯ୍ୟପ୍ରଜ୍ଞ ଇନ୍ଦ୍ରଜିତ୍‌ ଏସ୍‌ପି ତୃତୀୟ ସ୍ଥାନରେ ରହିଥିଲେ।
‘ସି’ରେ ପଶ୍ଚିମବଙ୍ଗର ସୁପ୍ରତୀମ ଘୋଷ୍‌ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ଟ୍ରଫି ଓ ୬୦,୦୦୦ ଟଙ୍କା ପୁରସ୍କାର ପାଇଛନ୍ତି। ପ୍ରଥମ ରନରଅପ୍‌ ଭାବେ ବିହାରର ଦିବ୍ୟାଂଶୁ କୁମାର ସିଂ ଟ୍ରଫି ଏବଂ ୪୦,୦୦୦ ଏବଂ ଦ୍ୱିତୀୟ ରନରଅପ୍‌ ଦିଲ୍ଲୀର ଗୌରବ ଶର୍ମା ଟ୍ରଫି ସହ ୩୦,୦୦୦ ଟଙ୍କା ପୁରସ୍କାର ଲାଭ କରିଥିଲେ। ଓଡ଼ିଶାର ଟପ୍‌ ଖେଳାଳିମାନଙ୍କ ମଧ୍ୟରେ ପ୍ରିୟବ୍ରତ ପଣ୍ଡା ପ୍ରଥମ, କିସ୍‌ର ବିନୋଦ କହଁର ଦ୍ୱିତୀୟ ଏବଂ ଶୁଭମ୍‌ ପରିଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଯୋଗଦେଇଥିଲେ ଓଡ଼ିଶା କ୍ରିକେଟ ଆସୋସିଏଶନ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଜାତୀୟ ଭଲିବଲ ଟିମ୍‌ କୋଚ୍‌ ନାଗପୁରୀ ରମେଶ, ସର୍ବଭାରତୀୟ ଚେସ୍‌ ମହାସଂଘ ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଏଓସିଏ ସଭାପତି ଜି.ସି. ମହାପାତ୍ର ଏବଂ କିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri