ଲାଭଦାୟକ ହେଉନି ଚିନାବାଦାମ ଚାଷ

ରସୁଲପୁର,୨।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ଚାଷୀ ପନିପରିବା, ତୈଳବୀଜ, ଡାଲିଜାତୀୟ ଓ ଆଖୁ ଭଳି ଅର୍ଥକରୀ ଫସଲ ଚାଷକୁ ଗୁରୁତ୍ୱ ଦିଅନ୍ତି। ଏହି ଅଞ୍ଚଳରେ ତୈଳବୀଜ ଜାତୀୟ ଫସଲ ମଧ୍ୟରୁ ଚିନାବାଦାମ ଚାଷ ଅଧିକାଂଶ କ୍ଷେତରେ କରାଯାଇଥାଏ। ଚଳିତବର୍ଷ ବ୍ଲକ ଅଞ୍ଚଳର ପ୍ରାୟତଃ ଶତକଡା ୫୦ଭାଗରୁ ଊର୍ଦ୍ଧ୍ୱ ଅର୍ଥାତ ୫ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଚିନାବାଦାମ ଚାଷ କରାଯାଇଥିଲା। ଚାଷୀ ହେକ୍ଟର ପିଛା ୨୫ରୁ ୩୦ କୁଇଣ୍ଟାଲ ଚିନାବାଦାମ ଅମଳ କରିବେ ବୋଲି ଲକ୍ଷ୍ୟ ରଖିଥିଲେ। କିନ୍ତୁ ଆଶାନୁରୂପକ ଚିନାବାଦାମ ଅମଳ ହୋଇପାରି ନାହିଁ। ଏଭଳି ଘଟିବା ପଛରେ ପ୍ରତିକୂଳ ପାଗକୁ ଚାଷୀ ଦାୟୀ କରୁଛନ୍ତି। ଅନିୟମିତ ବର୍ଷା ଯୋଗୁ ସହଜରେ ବେଉଷଣ ହୋଇପାରିଲା ନାହିଁ। ଢିପ ଜମିରେ ଫସଲ ଅପେକ୍ଷାକୃତ ଭଲ ହୋଇଥିବା ବେଳେ ଖାଲୁଆ ଜମିରୁ ଚିନାବାଦାମ ଅମଳ କମିଯାଇଛି ବୋଲି ଚାଷୀମାନେ କହିଛନ୍ତି। ଚାଷୀଙ୍କ ଅଭିଯୋଗକୁ ବ୍ଲକ କୃଷି ବିଭାଗ ମଧ୍ୟ ସ୍ବୀକାର କରିଛି। ପୂର୍ବବର୍ଷ ଅପେକ୍ଷା ଏଥର ଅମଳ କମିଛି। ଏଯାଏ ଅମଳ କାର୍ଯ୍ୟ ସରିନି। ବର୍ଷା ପରେ ଲଗାଯାଇଥିବା ବାଦାମ ଅମଳ ହୋଇପାରିନାହିଁ। କୃଷି ବିଭାଗର ଆକଳନ ଅନୁସାରେ ଚିନାବାଦାମ ଚାଷ ମାର୍ଚ୍ଚରେ ଶେଷ ହୋଇଯିବା କଥା। ହେଲେ ଚଳିତବର୍ଷ ବୁଣାବୁଣି ସମୟରେ ବର୍ଷା ହେବାରୁ ତଳିଆ କ୍ଷେତରେ ଚାଷ ବିଳମ୍ବରେ କରାଯାଇଥିଲା। ଏହାର ଅମଳ ହେବାରେ ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଯାହାକି ଚିନାବାଦାମ ଅମଳକୁ ପ୍ରଭାବିତ କରୁଛି। ଖରା ଦାଉରୁ ବାଦାମ ଅମଳ କରିଲା ବେଳକୁ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବର୍ଷାରେ ବାଦାମ କ୍ଷେତ ଟାଣ ହୋଇଯାଇଥିବାରୁ ଅମଳ ସହଜ ହେଉନାହିଁ। ବାଦାମ ଅମଳ ସମୟରେ ଅଧିକାଂଶ ଫଳ ମାଟିରେ ଫସି ରହିଯାଉଛି। ଶତପ୍ରତିଶତ ଅମଳ ପାଇଁ ଚାଷୀଙ୍କୁ ବିଲରେ ପାଣି ଛିଞ୍ଚତ୍ବାକୁ ପଡୁଛି। ଏହି ଜରିଆରେ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ମାତ୍ର ବିକ୍ରି ସମୟରେ ବଜାର ଦର ଚାଷୀକୁଳକୁ ସୁହାଉନାହିଁ। ଚାଷୀ ବାଦାମ ବିହନ ୮୫ରୁ ୯୦ଟଙ୍କା ଦରରେ କିଣୁଥିବା ବେଳେ ଉପତ୍ାଦିତ ଦ୍ରବ୍ୟକୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଗତ ମାସ ପ୍ରଥମ ସପ୍ତାହରେ ଚିନାବାଦାମର ବଜାର ଦର ୬୫ଟଙ୍କା ଥିଲା। ଏହି ଦର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏବେ ବାଦାମ କେଜି ପିଛା ଦର ୫ଟଙ୍କାରୁ ଊର୍ଦ୍ଧ୍ୱ ଖସି ଆସିଲାଣି। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ସରକାରୀ ଯୋଜନା ଚାଷୀଙ୍କୁ ସହାୟକ ହୋଇପାରୁ ନାହିଁ। ସରକାର ଠିକ୍‌ ସମୟରେ ବାଦାମ ମଣ୍ଡି ଖୋଲିବାରେ ବିଫଳ ହେଉଛନ୍ତି। ଏଥିଯୋଗୁ ଚାଷୀ ଖୋଲାବଜାରରେ ବାଦାମ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି କୁହାଯାଉଛି। ଏହାଛଡ଼ା ଖୋଲା ବଜାରରେ କାରବାର ସମୟରେ ଚାଷୀ କଳାବଜାରକାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା ଅଭିଯୋଗ ଆସୁଛି। ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ରେ ବାଦାମ ବିକ୍ରି ହେଉଥିବା ବେଳେ କଟ୍‌ନୀଛଟ୍‌ନୀର ଶିକାର ହେଉଛନ୍ତି ଚାଷୀ। ତେବେ କ୍ଷତି ଭରଣାରେ ଚାଷୀ ଆଗଭର ହେବାକୁ ନବନିର୍ମାଣ କୃଷକ ସଂଗଠନ ଦାବି କରିଛି। ମଣ୍ଡିର ବାଦାମ ଦରକୁ ବଜାର ଦରଠାରୁ ଉଚ୍ଚା ରଖିବା ସହ ପ୍ରକୃତ ଚାଷୀଙ୍କଠାରୁ ବାଦାମ କିଣିବାକୁ ପ୍ରସ୍ତାବ ରଖିଛି ସଂଗଠନ। ଏଦିଗରେ ରସୁଲପୁର ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ର କହିଛନ୍ତି, ଚଳିତବର୍ଷ ବାଦାମ ଅମଳ ଆଶାନୁରୂପକ ହୋଇପାରି ନାହିଁ। ପ୍ରତିକୂଳ ପାଗ ଯୋଗୁ ବାଦାମ ଚାଷ ପ୍ରଭାବିତ ହୋଇଛି। ତେବେ ବ୍ଲକ ଅଞ୍ଚଳରେ ମଣ୍ଡି ଖୋଲିବା ନେଇ ଆଲୋଚନା ଚାଲିଛି। ଏଥର ମଣ୍ଡିରେ ବାଦାମ ଦର କେତେ ରହିଛି ତା’ ଜିଲାସ୍ତରୀୟ କୃଷି ଅଧିକାରୀଙ୍କ ବୈଠକରୁ ସ୍ପଷ୍ଟ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମାଆ ବଞ୍ଚି ଥାଉ ଥାଉ ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରି ସବୁ ହଡ଼ପ କଲେ ପୁଅ, ଏମିତି ଖୋଲିଲା ରାଜ୍‌

କୋଲକାତା,୧୪।୧୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାଙ୍କ ଜୀବିତ ମାଆଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାଲ କରି ବ୍ୟାଙ୍କରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri