ଲାଭଦାୟକ ହେଉନି ଚିନାବାଦାମ ଚାଷ

ରସୁଲପୁର,୨।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ଚାଷୀ ପନିପରିବା, ତୈଳବୀଜ, ଡାଲିଜାତୀୟ ଓ ଆଖୁ ଭଳି ଅର୍ଥକରୀ ଫସଲ ଚାଷକୁ ଗୁରୁତ୍ୱ ଦିଅନ୍ତି। ଏହି ଅଞ୍ଚଳରେ ତୈଳବୀଜ ଜାତୀୟ ଫସଲ ମଧ୍ୟରୁ ଚିନାବାଦାମ ଚାଷ ଅଧିକାଂଶ କ୍ଷେତରେ କରାଯାଇଥାଏ। ଚଳିତବର୍ଷ ବ୍ଲକ ଅଞ୍ଚଳର ପ୍ରାୟତଃ ଶତକଡା ୫୦ଭାଗରୁ ଊର୍ଦ୍ଧ୍ୱ ଅର୍ଥାତ ୫ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଚିନାବାଦାମ ଚାଷ କରାଯାଇଥିଲା। ଚାଷୀ ହେକ୍ଟର ପିଛା ୨୫ରୁ ୩୦ କୁଇଣ୍ଟାଲ ଚିନାବାଦାମ ଅମଳ କରିବେ ବୋଲି ଲକ୍ଷ୍ୟ ରଖିଥିଲେ। କିନ୍ତୁ ଆଶାନୁରୂପକ ଚିନାବାଦାମ ଅମଳ ହୋଇପାରି ନାହିଁ। ଏଭଳି ଘଟିବା ପଛରେ ପ୍ରତିକୂଳ ପାଗକୁ ଚାଷୀ ଦାୟୀ କରୁଛନ୍ତି। ଅନିୟମିତ ବର୍ଷା ଯୋଗୁ ସହଜରେ ବେଉଷଣ ହୋଇପାରିଲା ନାହିଁ। ଢିପ ଜମିରେ ଫସଲ ଅପେକ୍ଷାକୃତ ଭଲ ହୋଇଥିବା ବେଳେ ଖାଲୁଆ ଜମିରୁ ଚିନାବାଦାମ ଅମଳ କମିଯାଇଛି ବୋଲି ଚାଷୀମାନେ କହିଛନ୍ତି। ଚାଷୀଙ୍କ ଅଭିଯୋଗକୁ ବ୍ଲକ କୃଷି ବିଭାଗ ମଧ୍ୟ ସ୍ବୀକାର କରିଛି। ପୂର୍ବବର୍ଷ ଅପେକ୍ଷା ଏଥର ଅମଳ କମିଛି। ଏଯାଏ ଅମଳ କାର୍ଯ୍ୟ ସରିନି। ବର୍ଷା ପରେ ଲଗାଯାଇଥିବା ବାଦାମ ଅମଳ ହୋଇପାରିନାହିଁ। କୃଷି ବିଭାଗର ଆକଳନ ଅନୁସାରେ ଚିନାବାଦାମ ଚାଷ ମାର୍ଚ୍ଚରେ ଶେଷ ହୋଇଯିବା କଥା। ହେଲେ ଚଳିତବର୍ଷ ବୁଣାବୁଣି ସମୟରେ ବର୍ଷା ହେବାରୁ ତଳିଆ କ୍ଷେତରେ ଚାଷ ବିଳମ୍ବରେ କରାଯାଇଥିଲା। ଏହାର ଅମଳ ହେବାରେ ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଯାହାକି ଚିନାବାଦାମ ଅମଳକୁ ପ୍ରଭାବିତ କରୁଛି। ଖରା ଦାଉରୁ ବାଦାମ ଅମଳ କରିଲା ବେଳକୁ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବର୍ଷାରେ ବାଦାମ କ୍ଷେତ ଟାଣ ହୋଇଯାଇଥିବାରୁ ଅମଳ ସହଜ ହେଉନାହିଁ। ବାଦାମ ଅମଳ ସମୟରେ ଅଧିକାଂଶ ଫଳ ମାଟିରେ ଫସି ରହିଯାଉଛି। ଶତପ୍ରତିଶତ ଅମଳ ପାଇଁ ଚାଷୀଙ୍କୁ ବିଲରେ ପାଣି ଛିଞ୍ଚତ୍ବାକୁ ପଡୁଛି। ଏହି ଜରିଆରେ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ମାତ୍ର ବିକ୍ରି ସମୟରେ ବଜାର ଦର ଚାଷୀକୁଳକୁ ସୁହାଉନାହିଁ। ଚାଷୀ ବାଦାମ ବିହନ ୮୫ରୁ ୯୦ଟଙ୍କା ଦରରେ କିଣୁଥିବା ବେଳେ ଉପତ୍ାଦିତ ଦ୍ରବ୍ୟକୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଗତ ମାସ ପ୍ରଥମ ସପ୍ତାହରେ ଚିନାବାଦାମର ବଜାର ଦର ୬୫ଟଙ୍କା ଥିଲା। ଏହି ଦର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏବେ ବାଦାମ କେଜି ପିଛା ଦର ୫ଟଙ୍କାରୁ ଊର୍ଦ୍ଧ୍ୱ ଖସି ଆସିଲାଣି। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ସରକାରୀ ଯୋଜନା ଚାଷୀଙ୍କୁ ସହାୟକ ହୋଇପାରୁ ନାହିଁ। ସରକାର ଠିକ୍‌ ସମୟରେ ବାଦାମ ମଣ୍ଡି ଖୋଲିବାରେ ବିଫଳ ହେଉଛନ୍ତି। ଏଥିଯୋଗୁ ଚାଷୀ ଖୋଲାବଜାରରେ ବାଦାମ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି କୁହାଯାଉଛି। ଏହାଛଡ଼ା ଖୋଲା ବଜାରରେ କାରବାର ସମୟରେ ଚାଷୀ କଳାବଜାରକାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା ଅଭିଯୋଗ ଆସୁଛି। ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ରେ ବାଦାମ ବିକ୍ରି ହେଉଥିବା ବେଳେ କଟ୍‌ନୀଛଟ୍‌ନୀର ଶିକାର ହେଉଛନ୍ତି ଚାଷୀ। ତେବେ କ୍ଷତି ଭରଣାରେ ଚାଷୀ ଆଗଭର ହେବାକୁ ନବନିର୍ମାଣ କୃଷକ ସଂଗଠନ ଦାବି କରିଛି। ମଣ୍ଡିର ବାଦାମ ଦରକୁ ବଜାର ଦରଠାରୁ ଉଚ୍ଚା ରଖିବା ସହ ପ୍ରକୃତ ଚାଷୀଙ୍କଠାରୁ ବାଦାମ କିଣିବାକୁ ପ୍ରସ୍ତାବ ରଖିଛି ସଂଗଠନ। ଏଦିଗରେ ରସୁଲପୁର ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ର କହିଛନ୍ତି, ଚଳିତବର୍ଷ ବାଦାମ ଅମଳ ଆଶାନୁରୂପକ ହୋଇପାରି ନାହିଁ। ପ୍ରତିକୂଳ ପାଗ ଯୋଗୁ ବାଦାମ ଚାଷ ପ୍ରଭାବିତ ହୋଇଛି। ତେବେ ବ୍ଲକ ଅଞ୍ଚଳରେ ମଣ୍ଡି ଖୋଲିବା ନେଇ ଆଲୋଚନା ଚାଲିଛି। ଏଥର ମଣ୍ଡିରେ ବାଦାମ ଦର କେତେ ରହିଛି ତା’ ଜିଲାସ୍ତରୀୟ କୃଷି ଅଧିକାରୀଙ୍କ ବୈଠକରୁ ସ୍ପଷ୍ଟ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ରବିବାର ପ୍ରସିଦ୍ଧ ଭାରତୀୟ ସଙ୍ଗୀତ ଗାୟିକା ଆଶା ଭୋସଲେଙ୍କ ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ…

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri