ପୋଡାଗଡରେ ଶାନ୍ତି କମିଟି ଗଠନ, ଗୋଷ୍ଠୀ ସଂଘର୍ଷ ସମାଧାନ

ଗଞ୍ଜାମ,୬।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅଧିନସ୍ଥ ପୋଡଗଡ ଗ୍ରାମରେ ଦେଖା ଦେଖାଦେଇଥିବା ଗୋଷ୍ଠୀ ସଂଘର୍ଷର ଅବସାନ ଘଟାଇ ଏକ ଶାନ୍ତି କମିଟି ଗଠନ କରାଯାଇଛି। କ୍ଷତ୍ରିୟ ଖଣ୍ଡାୟତ କୂଳର ବାଇଶି ମୌଜା ସଭାପତି ପିତାମ୍ବର ସ୍ବାଇଁଙ୍କ ଆହ୍ବାନ କ୍ରମେ ଉକ୍ତ ମୌଜାର ସଭ୍ୟମାନଙ୍କୁ ନେଇ ବାବା ଶ୍ରୀ ବଟେଶ୍ୱର ପୀଠ କଣ୍ଟିଆଗଡଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାର ପ୍ରାରମ୍ଭରେ ବାଇଶି ମୌଜାର ଅନ୍ୟତମ ସକ୍ରିୟ ସଭ୍ୟ ଆଇନଜୀବୀ ତଥା ନାଟ୍ୟ ନିର୍ଦ୍ଦେଶକ ପଙ୍କଜ ବାରିକ (ପୁଇଁତଳା)ଙ୍କ ଅକାଳ ବିୟୋଗରେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାପତିଙ୍କ ପରାମର୍ଶ କ୍ରମେ ପୋଡାଗଡର ଉଭୟ ଗୋଷ୍ଠୀଙ୍କ ବୟାନ ରେକର୍ଡ ଭୁକ୍ତ କରାଯିବା ସଙ୍ଗେ ସଙ୍ଗେ ଗ୍ରାମ୍ୟ କମିଟି ପୁନଃଗଠନ, କୋଠ ଆୟବ୍ୟୟ ହିସାବ ପ୍ରଦାନରେ ଅବହେଳା ଓ ଗ୍ରାମ୍ୟ କୋଠଘର ନିର୍ମାଣକୁ ନେଇ ଦେଖାଦେଇଥିବା ଅସନ୍ତୋଷକୁ ଦୂର କରିବା ପାଇଁ ସଭା ତରଫରୁ ଗାଁର ବିଭିନ୍ନ ବଂଶ ତରଫରୁ ଅନୁପାତିକ ଭାବରେ ସଭ୍ୟ ନେଇ ଏକ ୧୫ ଜଣିଆ କମିଟି ଗଠନ କରାଯାଇଥିଲା। କମିଟିର ସୁପରିଚାଳନା ସକାଶେ ଏକ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ସଭ୍ୟ ବିଜୟ କୁମାର ବିଶାଳଙ୍କୁ ଦାୟିତ୍ୱ ଦିଆଗଲା। ଆସନ୍ତା ୧୨ରେ ୧୫ ଜଣିଆ କମିଟିର ସଭାପତି, ସଂପାଦକ ଆଦି କର୍ମକର୍ତ୍ତା ନିର୍ବାଚିତ କରିବା ସଙ୍ଗେ ସଙ୍ଗେ ଗତ କମିଟିର ଆୟବ୍ୟୟ ହିସାବ ଯାଞ୍ଚ ଓ କୋଠଘର ନିର୍ମାଣ ସକାଶେ ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ ସମ୍ପାଦନ କରିବା ପାଇଁ ସ୍ଥିର କରାଗଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ବାନାମ୍ବର ପଲାଇ, ରବୀନ୍ଦ୍ର ପ୍ରଧାନ, ଦିଲ୍ଲୀପ ଛୋଟରାୟ , ରଘୁ ପ୍ରଧାନ, ବୀରେନ ପ୍ରଧାନ, ଯୋଗେଶ ସାହୁ, ଅମୂଲ୍ୟ ଦଳେଇ, ସୁଦର୍ଶନ ସାହୁ, ସଞ୍ଜୀବ ନାୟକ, ଯତିରାଜ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, କାମେଶ୍ୱର ପଲେଇ, କେଦାରନାଥ ସ୍ବାଇଁ, ଦୁର୍ଯ୍ୟୋଧନ ନାୟକ,ବିଜୟ ଗୌଡ଼, ଆଇନଜୀବୀ କୈଳାସ ପଲାଇ, ସୁନୀଳ ପ୍ରଧାନ, ରଞ୍ଜିତ କୁମାର ପଲାଇ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସଭା ଶେଷରେ ଜୟସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri