ପୋଡାଗଡରେ ଶାନ୍ତି କମିଟି ଗଠନ, ଗୋଷ୍ଠୀ ସଂଘର୍ଷ ସମାଧାନ

ଗଞ୍ଜାମ,୬।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅଧିନସ୍ଥ ପୋଡଗଡ ଗ୍ରାମରେ ଦେଖା ଦେଖାଦେଇଥିବା ଗୋଷ୍ଠୀ ସଂଘର୍ଷର ଅବସାନ ଘଟାଇ ଏକ ଶାନ୍ତି କମିଟି ଗଠନ କରାଯାଇଛି। କ୍ଷତ୍ରିୟ ଖଣ୍ଡାୟତ କୂଳର ବାଇଶି ମୌଜା ସଭାପତି ପିତାମ୍ବର ସ୍ବାଇଁଙ୍କ ଆହ୍ବାନ କ୍ରମେ ଉକ୍ତ ମୌଜାର ସଭ୍ୟମାନଙ୍କୁ ନେଇ ବାବା ଶ୍ରୀ ବଟେଶ୍ୱର ପୀଠ କଣ୍ଟିଆଗଡଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାର ପ୍ରାରମ୍ଭରେ ବାଇଶି ମୌଜାର ଅନ୍ୟତମ ସକ୍ରିୟ ସଭ୍ୟ ଆଇନଜୀବୀ ତଥା ନାଟ୍ୟ ନିର୍ଦ୍ଦେଶକ ପଙ୍କଜ ବାରିକ (ପୁଇଁତଳା)ଙ୍କ ଅକାଳ ବିୟୋଗରେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାପତିଙ୍କ ପରାମର୍ଶ କ୍ରମେ ପୋଡାଗଡର ଉଭୟ ଗୋଷ୍ଠୀଙ୍କ ବୟାନ ରେକର୍ଡ ଭୁକ୍ତ କରାଯିବା ସଙ୍ଗେ ସଙ୍ଗେ ଗ୍ରାମ୍ୟ କମିଟି ପୁନଃଗଠନ, କୋଠ ଆୟବ୍ୟୟ ହିସାବ ପ୍ରଦାନରେ ଅବହେଳା ଓ ଗ୍ରାମ୍ୟ କୋଠଘର ନିର୍ମାଣକୁ ନେଇ ଦେଖାଦେଇଥିବା ଅସନ୍ତୋଷକୁ ଦୂର କରିବା ପାଇଁ ସଭା ତରଫରୁ ଗାଁର ବିଭିନ୍ନ ବଂଶ ତରଫରୁ ଅନୁପାତିକ ଭାବରେ ସଭ୍ୟ ନେଇ ଏକ ୧୫ ଜଣିଆ କମିଟି ଗଠନ କରାଯାଇଥିଲା। କମିଟିର ସୁପରିଚାଳନା ସକାଶେ ଏକ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ସଭ୍ୟ ବିଜୟ କୁମାର ବିଶାଳଙ୍କୁ ଦାୟିତ୍ୱ ଦିଆଗଲା। ଆସନ୍ତା ୧୨ରେ ୧୫ ଜଣିଆ କମିଟିର ସଭାପତି, ସଂପାଦକ ଆଦି କର୍ମକର୍ତ୍ତା ନିର୍ବାଚିତ କରିବା ସଙ୍ଗେ ସଙ୍ଗେ ଗତ କମିଟିର ଆୟବ୍ୟୟ ହିସାବ ଯାଞ୍ଚ ଓ କୋଠଘର ନିର୍ମାଣ ସକାଶେ ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ ସମ୍ପାଦନ କରିବା ପାଇଁ ସ୍ଥିର କରାଗଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ବାନାମ୍ବର ପଲାଇ, ରବୀନ୍ଦ୍ର ପ୍ରଧାନ, ଦିଲ୍ଲୀପ ଛୋଟରାୟ , ରଘୁ ପ୍ରଧାନ, ବୀରେନ ପ୍ରଧାନ, ଯୋଗେଶ ସାହୁ, ଅମୂଲ୍ୟ ଦଳେଇ, ସୁଦର୍ଶନ ସାହୁ, ସଞ୍ଜୀବ ନାୟକ, ଯତିରାଜ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, କାମେଶ୍ୱର ପଲେଇ, କେଦାରନାଥ ସ୍ବାଇଁ, ଦୁର୍ଯ୍ୟୋଧନ ନାୟକ,ବିଜୟ ଗୌଡ଼, ଆଇନଜୀବୀ କୈଳାସ ପଲାଇ, ସୁନୀଳ ପ୍ରଧାନ, ରଞ୍ଜିତ କୁମାର ପଲାଇ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସଭା ଶେଷରେ ଜୟସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri