ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ନୂଆ ବ୍ଲକ ଶିକ୍ଷାଧିକାରୀ, ଦାୟିତ୍ୱ ଗ୍ରହଣ କରୁ କରୁ ମା ’ଙ୍କୁ କଲେ ଦର୍ଶନ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅଞ୍ଚଳ କଲୋନୀ ନୀଳାଦ୍ରି ବିହାର ୨ୟ ଲେନରେ ନିର୍ମିତ ମା ’ ଗଜଲକ୍ଷ୍ମୀ ଙ୍କ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟକ ମହିଳା ମା ’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଡ. ଶଙ୍କର ପ୍ରସାଦ ବେଜ ସୋମବାର ଦାୟିତ୍ୱ ଗ୍ରହଣ କରିବା ପରେ ସନ୍ଧ୍ୟାରେ ପୂଜା ମଣ୍ଡପରେ ମା ’ ଗଜଲକ୍ଷ୍ମୀଙ୍କ ଦର୍ଶନ କରି ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ। ନୂଆ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଏବିଓ ବିଶ୍ରବା ପାଇକ,ରସାନନ୍ଦ ଘଡେଇ, ସିଆରସି ଅନିଲ କୁମାର ଦାସ, ସହକାରୀ ଶିକ୍ଷକ ସନାତନ ପଟ୍ଟନାୟକ,ସୁଦାମ ଦାସ,ଦିବାକର ପାଣିଗ୍ରାହୀ, ଯାଜ୍ଞସିନି ରଥ ପ୍ରମୁଖ ଉପସ୍ଥିତ ଥିଲେ। ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ, କାହ୍ନା ତ୍ରିପାଠୀଙ୍କ ପୋରୋହିତ୍ୟରେ ଅନୁଷ୍ଠିତ ହୋମ ଯଜ୍ଞରେ ପୂଜା କମିଟି ସଭାପତି ତଥା କର୍ତ୍ତା ଦାମୋଦର ପାଢ଼ୀ, ପରିଚାଳନା କମିଟି ସମ୍ପାଦକ କୈଳାସ ଦାସ, ପରିଚାଳକ ରବୀନ୍ଦ୍ର ପାଢ଼ୀ, କୋଷାଧ୍ୟକ୍ଷ ପ୍ରଭାକର ପାଣିଗ୍ରାହୀ,ବିଜୟ କୁମାର ପ୍ରଧାନ,ସୁଦାମ ଦାସ, ଟୁକୁନା ପ୍ରଧାନ, ଲକ୍ଷ୍ମୀନାରାୟଣ ପାଢ଼ୀଙ୍କ ସମେତ ବହୁ ସଂଖ୍ୟକ ସାହି ବାସିନ୍ଦା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂଜା ଉତ୍ସବ ନିମନ୍ତେ ଅନୁଷ୍ଠିତ ହୋମଯଜ୍ଞ ମଙ୍ଗଳବାର ମଧ୍ୟାହ୍ନରେ ପୂର୍ଣ୍ଣାହୁତି କରାଯିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ରାତିରେ ଅଟୋ ଚାବି-ମୋବାଇଲ୍ ଛଡ଼ାଇ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତକୁ ଗିରଫ କଲା ରାମଚନ୍ଦ୍ରପୁର ପୋଲିସ

ବଞ୍ଚୋ/ହାଟଡିହୀ, (ପ୍ରଦୋଷ ବିଶ୍ୱାଳ/ଶୁଭକାନ୍ତ ନାୟକ ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ୍‌…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ: ଜନହିତକର କାର୍ଯ୍ୟ ପାଇଁ ସଂକଳ୍ପ, ଜୁଲାଇ ୧ରୁ ଦାୟିତ୍ୱ ନେବେ…

ଭଞ୍ଜନଗର, ୨୫।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ ଗୁରୁବାର ରାତିରେ ବେଶ୍‌ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ଅଭିନବ ବିକାଶ ମେଳାରେ ଚରମ ଅବ୍ୟବସ୍ଥା: ପ୍ରକୃତ ହିତାଧିକାରୀ ବଞ୍ଚିତ, ଅଧାରୁ ସଭା ଛାଡ଼ିଲେ…

ଥୁଆମୂଳ ରାମପୁର, ୨୫।୬ (ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶର ଧାରା ଓଡ଼ିଶା ସାରା” ଅଭିଯାନର ବ୍ଲକ ସ୍ତରୀୟ ସମ୍ବୀଳନୀ ଗୁରୁବାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri