ସାଧାରଣ ନିର୍ବାଚନରେ ୯୦ ସିଟ୍‌ ହାତେଇବାକୁ ପିସିସି ସଭାପତିଙ୍କ ଦୃଢ଼ୋକ୍ତି

ରାୟଗଡା ଅଫିସ, ୨୮।୯: ଓଡ଼ିଶା ପ୍ରଦେଶ କଂଗେସ କମିଟି ସଭାପତି ଶରତ ପଟ୍ଟନାୟକ ଦିନିକିଆ ରାୟଗଡ଼ର ଜିଲା ଗସ୍ତରେ ଆସି ଅଶୋକ କଲ୍ୟାଣ ମଣ୍ଡପରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ୯୦ ସିଟ୍‌ ହାତେଇବା ଲକ୍ଷ୍ୟ କରି କାମ କରୁଛି ବୋଲି ସେ କହିଛନ୍ତି। ଏଥିପାଇଁ କର୍ମୀ, ନିର୍ବାଚନ ପ୍ରତିନିଧି, କଂଗ୍ରେସ ପ୍ରେମୀ ସମସ୍ତେ ଉଦ୍ୟମ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଗତ ୧୯ ତାରିଖରେ କଂଗ୍ରେସ ରାୟଗଡା ବ୍ଲକ ସଭାପତିଙ୍କୁ ବିରୋଧୀ ଆକ୍ରମଣ କରିଥିବା ଅଭିଯୋଗ କରି ସେ ଶେଷଖାଲ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏହି ଘଟଣାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଥାନା ଘେରାଉ କରାଯିବ ବୋଲି ସେ କହିଛନ୍ତି।
ପିସିସି ସଭାପତି ସକାଳୁ ମାଁ ମଝି ଘରିଆଣିଙ୍କ ମନ୍ଦିରରେ ଦର୍ଶନ ସାରିବା ପରେ ଏକ ପଦଯାତ୍ରାରେ ତାଙ୍କୁ ଅଶୋକ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରେ ଏକ ବୈଠକ କରାଯାଇଥିଲା। ଆୟୋଜିତ ବୈଠକରେ ଜିଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲ୍ଲାକା, ମହିଳା କଂଗ୍ରେସ ଷ୍ଟେଟ ସଭାପତି ବନ୍ଦିତା ପରିଡା, ପିସି ସି ଭାଇସପ୍ରେସିଡେଣ୍ଟ ରତ୍ନମଣି ଉଲାକା, କିଶୋର ଚନ୍ଦ୍ର ଜେନା, ସିମାଞ୍ଚଳ ଉଲାକା, ଆପଲ ସ୍ବାମୀ କାଡ୍ରାକାଙ୍କ ସହ ଅନ୍ୟକର୍ମୀ ମାନେ ଉପସ୍ଥିତ ଥିଲେ। ୨୨ ବର୍ଷର ବିଜେଡି ସରକାର ମହିଳା ସଶକ୍ତିକରଣ ନାମରେ ଭୋଟ ହାତଉଛି ବୋଲି କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି। ଦୁର୍ଗମ ଅଞ୍ଚଳରେ ଟାୱାର ନିର୍ମାଣ ପାଇଁ ପାର୍ଲାମେଣ୍ଟରେ ବାରମ୍ବାର ଦାବୀ ପରେ ଟାୱାର ନିର୍ମାଣ ହୋଇଛି। କିନ୍ତୁ ମୁଁ କଂଗେସ ଦଳ ନେତା ବୋଲି ମୋତେ ଉଦ୍‌ଘାଟନ ପାଇଁ ଡକାଯାଉ ନାହିଁ ବୋଲି ସେ କହିଛନ୍ତି। ମୁଁ କେବଳ କଂଗ୍ରେସର ନୁହେଁ ଅବିଭକ୍ତ କୋରାପୁଟ ଜିଲାର ନେତା ବୋଲି ସେ କହିଛନ୍ତି। ରାୟଗଡ଼ା ବ୍ଲକ ବିଜେଡି ସଂଗଠକ ନବୀନ ଚନ୍ଦ୍ର ନାୟକ ଦଳ ଛାଡି କଂଗ୍ରେସରେ ମିଶିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri