ଖସୁଛି ପେଟିଏମ୍‌ର ଶେୟାର ମୂଲ୍ୟ

ନୂଆଦିଲ୍ଲୀ,୨୩।୧୧: ଦେଶର ପ୍ରମୁଖ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପ୍ଲାଟ୍‌ଫର୍ମ ‘ପେଟିଏମ୍‌’ର ଶେୟାର କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଫଳରେ ଗତ କିଛି ଦିନ ମଧ୍ୟରେ ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ ୱାନ୍‌୯୭ କମ୍ୟୁନିକେଶନର ଶେୟାର ପ୍ରାୟ ସର୍ବନିମ୍ନସ୍ତରରେ ପହଞ୍ଚତ୍ଛି। ଏପରିକି ମଙ୍ଗଳବାର ଭାରତୀୟ ଶେୟାର ମାର୍କେଟରେ କମ୍ପାନୀ ଶେୟାର ୧୧%ରୁ ଅଧିକ ଖସିଥିବା ଜଣାପଡ଼ିଛି। ଫଳରେ କମ୍ପାନୀ ଶେୟାର ୪୭୫.୫୫ ଟଙ୍କା ହୋଇଯାଇଛି। ସେହିଭଳି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ଫଳାଫଳ ପରେ ଏହାର ବିଶେଷ୍ଲଣ କରାଯାଇଛି। ବଜାର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ବିଶେଷ୍ଲଣରୁ ଜଣାପଡ଼ିଛି, କମ୍ପାନୀ(ୱାନ୍‌୯୭ କମ୍ୟୁନିକେଶନ)ର ଇଣ୍ଟ୍ରାଡେରେ ୧୧% ହ୍ରାସ ସହ ୪୭୫.୫୫ ଟଙ୍କାରେ ରହିଛି। ପେଟିଏମ୍‌ ଶେୟାର ମୂଲ୍ୟରେ ଏହା ଅଲଟାଇମ ଲୋ ବୋଲି ମଧ୍ୟ କୁହାଯାଇଛି। ଏହା ପୂର୍ବରୁ ୨୦୨୨ ମେ ୧୨ରେ ମଧ୍ୟ ଏହାର ଶେୟାର ରେକର୍ଡ ନିମ୍ନଗାମୀ ହୋଇ ୫୧୧ ଟଙ୍କାରେ ରହିଥିଲା। ଅପରପକ୍ଷରେ ଗତ ୨ସପ୍ତାହ ମଧ୍ୟରେ ଉକ୍ତ ଫିନ୍‌ଟେକ୍‌ କମ୍ପାନୀର ଶେୟାର ପାଖାପାଖି ୨୬% ହ୍ରାସ ଘଟିଛି। ଏହି ଅନୁସାରେ ଏକ ବର୍ଷରେ ଶେୟାର ମୂଲ୍ୟରେ ପାଖାପାଖି ୬୪% ହ୍ରାସ ହୋଇଛି। ବର୍ତ୍ତମାନ ପେଟିଏମ୍‌ ଶେୟାର ତା’ର ଆଇପିଓ ପ୍ରାଇସ୍‌ ୨,୧୫୦ ଟଙ୍କାରୁ ୭୮% ତଳକୁ ଖସିସାରିଛି। ଶେୟାର ଲିଷ୍ଟିଂ ଦିନ ଅର୍ଥାତ୍‌ ୨୦୨୧ ନଭେମ୍ବର ୧୮ରେ କମ୍ପାନୀର ଶେୟାର ୧,୯୬୧ ଟଙ୍କାର ରେକର୍ଡ ସ୍ତରରେ ଖୋଲିଥିଲା। ସେହିପରି ଚଳିତ ବର୍ଷ ନଭେମ୍ବର ୧୭ରେ ସଫ୍ଟ ବ୍ୟାଙ୍କ ମାର୍କେଟ ଟ୍ରାଞ୍ଜାକ୍ସନ ଜରିଆରେ ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ ୱାନ୍‌୯୭ କମ୍ୟୁନିକେଶନର ୪.୫% କୁ ୧,୬୩୧ଟଙ୍କାରେ ବିକ୍ରି କରିଦେଇଥିଲା। ଏହି ବିକ୍ରୟ ସହ ସଫ୍ଟ ବ୍ୟାଙ୍କରେ ପେଟିଏମ୍‌ର ଶେୟାର ହୋଲ୍ଡିଂସ ୧୭.୪୫%ରୁ ହ୍ରାସ ହୋଇ ୧୨.୯୫% ହୋଇଯାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ପେଟିଏମ୍‌ରେ ନିବେଶ କରିଥିବା ପ୍ରି ଆଇପିଓ ଇନଭେଷ୍ଟର୍ସଙ୍କ ଲାଗି ଲକ୍‌ ଇନ୍‌ ପିରିୟଡ୍‌ ଶେଷହୋଇଯାଇଛି। ଫଳରେ ବ୍ରୋକ୍‌ରେଜ ଫାର୍ମ ବି ଅଫ୍‌ ଏ ସିକ୍ୟୁରିଟିଜଙ୍କ ସମୀକ୍ଷକ ପେଟିଏମ୍‌ ଲାଗି ନ୍ୟୁଟ୍ରଲ ରେକୋମେଣ୍ଡେଶନ କରିଛନ୍ତି। ବ୍ରୋକ୍‌ରେଜ ଫାର୍ମ ପେଟିଏମ୍‌ର ଫଣ୍ଡାମେଣ୍ଟାଲକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri