ଖସୁଛି ପେଟିଏମ୍‌ର ଶେୟାର ମୂଲ୍ୟ

ନୂଆଦିଲ୍ଲୀ,୨୩।୧୧: ଦେଶର ପ୍ରମୁଖ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପ୍ଲାଟ୍‌ଫର୍ମ ‘ପେଟିଏମ୍‌’ର ଶେୟାର କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଫଳରେ ଗତ କିଛି ଦିନ ମଧ୍ୟରେ ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ ୱାନ୍‌୯୭ କମ୍ୟୁନିକେଶନର ଶେୟାର ପ୍ରାୟ ସର୍ବନିମ୍ନସ୍ତରରେ ପହଞ୍ଚତ୍ଛି। ଏପରିକି ମଙ୍ଗଳବାର ଭାରତୀୟ ଶେୟାର ମାର୍କେଟରେ କମ୍ପାନୀ ଶେୟାର ୧୧%ରୁ ଅଧିକ ଖସିଥିବା ଜଣାପଡ଼ିଛି। ଫଳରେ କମ୍ପାନୀ ଶେୟାର ୪୭୫.୫୫ ଟଙ୍କା ହୋଇଯାଇଛି। ସେହିଭଳି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ଫଳାଫଳ ପରେ ଏହାର ବିଶେଷ୍ଲଣ କରାଯାଇଛି। ବଜାର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ବିଶେଷ୍ଲଣରୁ ଜଣାପଡ଼ିଛି, କମ୍ପାନୀ(ୱାନ୍‌୯୭ କମ୍ୟୁନିକେଶନ)ର ଇଣ୍ଟ୍ରାଡେରେ ୧୧% ହ୍ରାସ ସହ ୪୭୫.୫୫ ଟଙ୍କାରେ ରହିଛି। ପେଟିଏମ୍‌ ଶେୟାର ମୂଲ୍ୟରେ ଏହା ଅଲଟାଇମ ଲୋ ବୋଲି ମଧ୍ୟ କୁହାଯାଇଛି। ଏହା ପୂର୍ବରୁ ୨୦୨୨ ମେ ୧୨ରେ ମଧ୍ୟ ଏହାର ଶେୟାର ରେକର୍ଡ ନିମ୍ନଗାମୀ ହୋଇ ୫୧୧ ଟଙ୍କାରେ ରହିଥିଲା। ଅପରପକ୍ଷରେ ଗତ ୨ସପ୍ତାହ ମଧ୍ୟରେ ଉକ୍ତ ଫିନ୍‌ଟେକ୍‌ କମ୍ପାନୀର ଶେୟାର ପାଖାପାଖି ୨୬% ହ୍ରାସ ଘଟିଛି। ଏହି ଅନୁସାରେ ଏକ ବର୍ଷରେ ଶେୟାର ମୂଲ୍ୟରେ ପାଖାପାଖି ୬୪% ହ୍ରାସ ହୋଇଛି। ବର୍ତ୍ତମାନ ପେଟିଏମ୍‌ ଶେୟାର ତା’ର ଆଇପିଓ ପ୍ରାଇସ୍‌ ୨,୧୫୦ ଟଙ୍କାରୁ ୭୮% ତଳକୁ ଖସିସାରିଛି। ଶେୟାର ଲିଷ୍ଟିଂ ଦିନ ଅର୍ଥାତ୍‌ ୨୦୨୧ ନଭେମ୍ବର ୧୮ରେ କମ୍ପାନୀର ଶେୟାର ୧,୯୬୧ ଟଙ୍କାର ରେକର୍ଡ ସ୍ତରରେ ଖୋଲିଥିଲା। ସେହିପରି ଚଳିତ ବର୍ଷ ନଭେମ୍ବର ୧୭ରେ ସଫ୍ଟ ବ୍ୟାଙ୍କ ମାର୍କେଟ ଟ୍ରାଞ୍ଜାକ୍ସନ ଜରିଆରେ ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ ୱାନ୍‌୯୭ କମ୍ୟୁନିକେଶନର ୪.୫% କୁ ୧,୬୩୧ଟଙ୍କାରେ ବିକ୍ରି କରିଦେଇଥିଲା। ଏହି ବିକ୍ରୟ ସହ ସଫ୍ଟ ବ୍ୟାଙ୍କରେ ପେଟିଏମ୍‌ର ଶେୟାର ହୋଲ୍ଡିଂସ ୧୭.୪୫%ରୁ ହ୍ରାସ ହୋଇ ୧୨.୯୫% ହୋଇଯାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ପେଟିଏମ୍‌ରେ ନିବେଶ କରିଥିବା ପ୍ରି ଆଇପିଓ ଇନଭେଷ୍ଟର୍ସଙ୍କ ଲାଗି ଲକ୍‌ ଇନ୍‌ ପିରିୟଡ୍‌ ଶେଷହୋଇଯାଇଛି। ଫଳରେ ବ୍ରୋକ୍‌ରେଜ ଫାର୍ମ ବି ଅଫ୍‌ ଏ ସିକ୍ୟୁରିଟିଜଙ୍କ ସମୀକ୍ଷକ ପେଟିଏମ୍‌ ଲାଗି ନ୍ୟୁଟ୍ରଲ ରେକୋମେଣ୍ଡେଶନ କରିଛନ୍ତି। ବ୍ରୋକ୍‌ରେଜ ଫାର୍ମ ପେଟିଏମ୍‌ର ଫଣ୍ଡାମେଣ୍ଟାଲକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri