Paytm UPIର କ’ଣ ହେବ! କାମ କରିବ ନା ବନ୍ଦ ହୋଇଯିବ? ଜବାବ ରଖିଲା କମ୍ପାନୀ

ନୂଆଦିଲ୍ଲୀ,୬।୧୨: ଗତ କିଛିଦିନ ଧରି ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ ଯୋଗୁ  ଚର୍ଚ୍ଚାରେ ରହିଛି ପେଟିଏମ୍‌ । ୩୦ କୋଟିରୁ ଅଧିକ ପେଟିଏମ୍‌ ବ୍ୟବହାରକାରୀଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ରହିଛି। ଏସବୁ ମଧ୍ୟରେ ପେଟିଏମ୍‌ର ମ୍ୟାନେଜମେଣ୍ଟ ଏବଂ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା କହିଛନ୍ତି ଯେ କମ୍ପାନୀ ପୂର୍ବଭଳି ସୁବିଧା ଉପଲବ୍ଧ କରାଇବ। ପେଟିଏମ୍‌ ଆପ୍‌(paytm App) ଏବଂ ୟୁପିଆଇ ସର୍ଭିସେସ୍‌(UPI services) ଆଦି ଫେବୃଆରୀ ୨୯ ପରେ ମଧ୍ୟ ପୂର୍ବଭଳି ଚାଲୁ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆର୍‌ବିଆଇର ଘୋଷଣାନୁଯାୟୀ ଫେବୃଆରୀ ୨୯ ପରେ ପେଟିଏମ୍‌ ଓ୍ବାଲେଟ୍‌ ବ୍ୟବହାରକାରୀ ନିଜର ଆକାଉଣ୍ଟରୁ କୌଣସି ଟପ୍‌ଅପ୍‌ କରିପାରିବେ ନାହିଁ। ଅର୍ଥାତ କେହି ନିଜ ଆକାଉଣ୍ଟରେ ଥିବା ଟଙ୍କାକୁ ବ୍ୟବହାର କରିପାରିବେ ହେଲେ ଓ୍ବାଲେଟ୍‌ରେ ଥିବା ଟଙ୍କା ଏବଂ ଡିପୋଜିଟ୍‌ କରିପାରିବେ ନାହିଁ। ଏହି ଘୋଷଣା ପରଠାରୁ ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଏବଂ ପେଟିଏମ୍‌ ଆପ୍‌ର ଭବିଷ୍ୟତକୁ ନେଇ ନାନାଦି ପ୍ରଶ୍ନ ଉଠିଥିଲା। ଏହାପରେ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି।
Paytm UPI ର କ’ଣ ହେବ?
ଏବେ ପେଟିଏମ୍‌ ପକ୍ଷରୁ ସଦ୍ୟ ବୟାନ ଜାରି କରାଯାଇଛି। ତଦନୁଯାୟୀ ଫେବୃଆରୀ ୨୯ ପରେ ପେଟିଏମ୍‌ରେ ୟୁପିଆଇ ସେବା ଉପଲବ୍ଧ ରହିବ। କିଛି ଜରୁରୀ ଅପ୍‌ଡେଟ୍‌ କରିବା ଲାଗି ଅନ୍ୟ ବ୍ୟାଙ୍କ ସହ କଥାବାର୍ତ୍ତା କରାଯାଉଛି। ଫଳରେ ବ୍ୟବହାରକାରୀ ପେଟିଏମ୍‌ ଏବଂ ୟୁପିଆଇର ସୁବିଧା ପାଇବେ।
Paytm ରେ UPI:-
ଗତ ବର୍ଷ ଅର୍ଥାତ ଡିସେମ୍ବର ୨୦୨୩ରେ ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌ ୟୁପିଆଇ ବ୍ୟବହାରକାରୀ ମାମଲାରେ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବ୍ୟାଙ୍କ ହୋଇଥିଲା। ଡିସେମ୍ବରରେ ହୋଇଥିବା ୨୮୩.୫ କୋଟି ଟ୍ରାନ୍ଜାକ୍ସନରେ ମୋଟ ୪୧ କୋଟି ଟ୍ରାନ୍ଜାକ୍ସନ ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କରେ ହୋଇଥିଲା। ଗ୍ରାହକମାନେ ଏହାର ଆପ୍‌ରେ ମୋଟ ୧୪୪.୨୫ କୋଟି ଟ୍ରାନ୍ଜାକ୍ସନ କରିଥିଲେ, ଯାହାର ମୂଲ୍ୟ ୧୬,୬୫୯.୪୯ କୋଟି ଟଙ୍କା ଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri