ମନିଲଣ୍ଡରିଂ ମାମଲା ରୁଜୁକଲା ଇଡି

ନୂଆଦିଲ୍ଲୀ,୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିହାର ପୋଲିସ ନିକଟରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌କୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଛି। ଆର୍ଥିକ ଅନିୟମିତତା ଯୋଗୁ ଚିନ୍ତିତ ସୁଶାନ୍ତ ଆତ୍ମହତ୍ୟା ରାସ୍ତା ବାଛିନେଇଥିବା ସନ୍ଦେହ କରାଯାଉଛି। ବିହାର ପୋଲିସଠାରୁ ଏଫ୍‌ଆଇଆର୍‌ କପି ମଗାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତର୍ଜମା ଆରମ୍ଭ କରିଛି। ରିଆ ଓ ତାଙ୍କ ପରିବାରଙ୍କ ବିରୋଧରେ ସୁଶାନ୍ତଙ୍କ ବାପା କେ. କେ. ସିଂ ସଙ୍ଗିନ ଅଭିଯୋଗ ଆଣିଥିଲେ। ରିଆ ନିଜ କ୍ୟାରିୟର ଲାଗି ସୁଶାନ୍ତଙ୍କୁ ବନ୍ଧୁକରି ଅର୍ଥ ହଡ଼ପ କରୁଥିବା ଅଭିଯୋଗ ହୋଇଥିଲା। ସୁଶାନ୍ତଙ୍କୁ ଆତ୍ମହତ୍ୟା ଲାଗି ଏମାନେ ବାଧ୍ୟ କରିଥିଲେ ବୋଲି ଏଫ୍‌ଆଇଆର୍‌ରେ ଦର୍ଶାଯାଇଥିଲା। ଏବେ ଇଡି ସୁଶାନ୍ତଙ୍କ ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟର ତର୍ଜମା କରିବ। ତାଙ୍କ ଆୟ ଟଙ୍କା ମନିଲଣ୍ଡରିଂ କରାଯାଉଥିଲା କି ନାହିଁ ସେ ସମ୍ପର୍କରେ ବିଶେଷ ତଦନ୍ତ କରାଯିବ ବୋଲି ଇଡିର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ମୁମ୍ବାଇ ପୋଲିସ ସୁଶାନ୍ତ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିଲେ ହେଁ ଏପର୍ଯ୍ୟନ୍ତ ଗୋଟିଏ ବି ଏତଲା ରୁଜୁ କରିନାହିଁ। ସୁଶାନ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ ଆଣିଛନ୍ତି। ସୁଶାନ୍ତଙ୍କ ବେକରେ କୌଣସି ଚିହ୍ନ ନ ଥିବା କହିଛନ୍ତି। ଏହାର ସିବିଆଇ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ସୁଶାନ୍ତଙ୍କ ପୂର୍ବତନ ବାନ୍ଧବୀ ଅଙ୍କିତା ଲୋଖଣ୍ଡେଙ୍କୁ ବିହାର ପୋଲିସ ଶୁକ୍ରବାର ଜେରା କରିଛି। ମୁମ୍ବାଇରେ ଥିବା ବିହାର ପୋଲିସ ଟିମ୍‌ ଅଙ୍କିତାଙ୍କ ଘରକୁ ଯାଇ ତାଙ୍କ ବୟାନ ରେକର୍ଡ କରିଛନ୍ତି। ରିଆ ଓ ତାଙ୍କ ସହଯୋଗୀମାନେ ମାନସିକ ନିର୍ଯାତନା ଦେଉଥିବା ସୁଶାନ୍ତ କହିଥିବା ଅଙ୍କିତା ଅଭିଯୋଗ କରିଛନ୍ତି। ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ଦାବିରେ ବିହାରର ସମସ୍ତ ରାଜନୈତିକ ଦଳ ଏକ ହୋଇଛନ୍ତି। ରିଆଙ୍କ ଆବେଦନ ପରେ ବିହାର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ କୋଭିଏଟ୍‌ ମଧ୍ୟ ଦାଖଲ କରାଯାଇଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ସିବିଆଇ ତଦନ୍ତକୁ ଖାରଜ କରିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଲଲାନ କୁମାର ସୁଶାନ୍ତ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯିବା ଲାଗି ଦାବି କରିଛନ୍ତି। ପ୍ରଦେଶ ଯୁବ ଆର୍‌ଜେଡି ଉପାଧ୍ୟକ୍ଷ ଅଜିତ ଯାଦବ ସୁଶାନ୍ତ ଆତ୍ମହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ନ୍ୟାୟ ମିଳିବା ଉଚିତ ବୋଲି କହିଛନ୍ତି। ଘଟଣାକ୍ରମରେ ପରିବର୍ତ୍ତନ ଆସିବା ପରେ ରିଆ ମୁହଁ ଖୋଲି ସତ୍ୟର ବିଜୟ ହେବ ବୋଲି କହିଛନ୍ତି। ପ୍ରକାଶଥାଉ କି, ମାମଲା ମୁମ୍ବାଇକୁ ସ୍ଥାନାନ୍ତର କରିବା ଲାଗି ରିଆ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି ଅଗଷ୍ଟ ୫ରେ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ସୁନ୍ଦରଗଡ଼ ପିଏନବି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁରେ ଆଚ୍ଛାଦିତ ହେଲା…

ସୁନ୍ଦରଗଡ,୫ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।ଖବର ପାଇ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ…

‘୧୨ କୋଟି ୫୦ ଲକ୍ଷ ଲୋକ…’ ‘ଭାରତ’ ଲେଖି ବଡ଼ ଭୁଲ କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୧୦: ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଉପହାସର ଶିକାର…

୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନର ବାଜିଲା ବିଗୁଲ, ତାରିଖ ଘୋଷଣା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?