ପାକ୍ସ ସମ୍ପାଦକଙ୍କ ମନମାନି, ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ, ୨୫ା୩: ଚଳିତ ଖରିଫ ଋତୁ ପାଇଁ ଧାନକିଣା ଅବଧି ଚଳିତ ମାସ ୩୦ ତାରିଖ ସୁଦ୍ଧା ଶେଷ ହେବ। ମଣ୍ଡିଗୁଡ଼ିକରୁ ମୋଟ୍‌ ୧୬,୫୨,୦୦୦ କୁଇଣ୍ଟାଲ ବଳକା ଧାନ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ୧୩,୯୮,୦୭୨.୨୯ କୁଇଣ୍ଟାଲ ଉଠିଛି। ଅବଶିଷ୍ଟ ୨,୫୩,୯୨୭.୭୧ କୁଇଣ୍ଟାଲ ୬ ଦିନ ଭିତରେ ଉଠିବ ବୋଲି କୁହାଯାଉଛି। ଅପରପକ୍ଷେ ଧାନ ବିକିବାକୁ ୮,୨୨୮ ଜଣ ଚାଷୀ ରହିଲେଣି। ଚାଷୀଙ୍କ ବ୍ୟାକୁଳତାର ସୁଯୋଗ ନେଇ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ସମ୍ପାଦକମାନେ ମୂଲଚାଲ ଜୋର୍‌ଦାର କରି ଦେଇଛନ୍ତି। ଯେଉଁମାନେ ସମ୍ପାଦକମାନଙ୍କ ଇଚ୍ଛା ମୁତାବକ ଧାନ କାଟି ବିକ୍ରି କରିବେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଉଛି। ଏନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରି କି ଅନେକ ଚାଷୀଙ୍କ ଧାନର ୫୦ରୁ ୭୦ ଭାଗ କିଣିବା ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି। ଯେଉଁମାନେ ସ୍ବର ଉତ୍ତୋଳନ କରୁଛନ୍ତି ସେମାନଙ୍କ ଧାନ କିଣାଯିବ ନାହିଁ ବୋଲି ଚେତାବନୀ ଦିଆଯାଉଛି। ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏଭଳି ସଙ୍ଗିନ ଅଭିଯୋଗ କରାଯାଇଛି। ସଙ୍ଗଠନ ନେତା ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ଚଳିତବର୍ଷ ଧାନ ଭଲ ହୋଇଛି। କିନ୍ତୁ ଜିଲା କୃଷି ବିଭାଗ ୪୫,୧୪୧ ଜଣ ଚାଷୀଙ୍କ ବଳକା ଧାନ ୧୬, ୫୨,୦୦୦ କୁଇଣ୍ଟାଲ ଥିବା ଦର୍ଶାଯାଇଛି। ତେଣୁ ଏହି ଚାଷୀମାନଙ୍କ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରାଯାଇଛି । ଏହି ମୁତାବକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଟୋକନ ଦିଆଯାଇଛି। ୧୦୩ ସରକାରୀ ମଣ୍ଡି (ପାକ୍ସ) ଓ ୬ଟି ଏସ୍‌ଏଚ୍‌ଜିରେ ଧାନ ସଂଗ୍ରହ ଚାଲିଛି । ଧାନକିଣାର ସୁପରିଚାଳନା ଲାଗି ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଛି। ଜିଲା ଧାନ ସଂଗ୍ରହ କମିଟିର ଅଧ୍ୟକ୍ଷ ନିଜେ ଜିଲାପାଳ ପାରୁଲ ପଟୱାରୀ ଅଛନ୍ତି। ଏଥିସହ ସ୍କ୍ବାଡ୍‌ରେ ଅତିରିକ୍ତ ଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ଉପଜିଲାପାଳଙ୍କ ସମେତ ବିଡିଓ, ତହସିଲଦାର, ସମବାୟ ସମିତି ସହକାରୀ ନିବନ୍ଧକ ଓ ତାଙ୍କ ଅଧୀନରେ ଥିବା ଅନ୍ୟ କର୍ମଚାରୀମାନେ ରହିଛନ୍ତି। କିନ୍ତୁ ସ୍କ୍ବାଡ୍‌ କେବଳ ଔପଚାରିକତା ପାଇଁ ଗଠନ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ଏହାର ଏକ ଉଦାହରଣ ଜଗତ୍‌ସିଂହପୁର ବ୍ଲକ ମଣ୍ଡାସାହି ଓ ଜାହାନପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଏଠାରେ ଧାନ କିଣାଯାଉ ନ ଥିବା ପ୍ରତିବାଦରେ ପୂବର୍ତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ବାଇଁଙ୍କ ନେତୃତ୍ୱରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ତାଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଅଭିଯୋଗପତ୍ର ଦାଖଲ କରାଯାଇଛି। ଅନେକ ସ୍ଥାନରେ ଚାଷୀମାନେ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଅଖା ଦିଆ ନ ଯାଇ ଏ ବାବଦ ଅର୍ଥଶ୍ରାଦ୍ଧ କରାଯାଉଛି। ପାକ୍ସ ସମ୍ପାଦକ ଓ ମିଲର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀଙ୍କ ଧାନ ମନଇଚ୍ଛା କାଟି ନିଆଯାଉଛି। ଅଭିଯୋଗ କଲେ କିଛି ଲାଭ ହେଉନି। ଏଣେ ଧାନକିଣା ଅବଧି ସରିବାକୁ ଯାଉଥିବା ଜାଣି ଚାଷୀମାନେ ମଣ୍ଡିରେ ଧାନ ଗଦେଇ ବର୍ଷା, ଖରା, ଶୀତରେ ଜଗିରହି ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିମଧ୍ୟରେ ଅନେକଙ୍କ ଟୋକନ ଅବଧି ସରିଗଲାଣି। ଆଉ ଯେଉଁମାନଙ୍କର ଅଛି ସେମାନଙ୍କ ଅବଧି ମଧ୍ୟରେ ଧାନ ବିକ୍ରି ହୋଇ ନ ପାରିଲେ କ’ଣ କରିବେ ବୋଲି ଦୁଃଖର ସହ କହିଛନ୍ତି। ସୂଚନାଯୋଗ୍ୟ, ଧାନ ସଂଗ୍ରହ କ୍ଷେତ୍ରରେ ସରକାର ତଥା ପ୍ରଶାସନ, ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଚାଷୀ କ୍ଷତିରେ ପଡୁଛନ୍ତି। ଦିବାଲୋକରେ ଅନିୟମିତତା ଚାଲିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଏହା ଉପରେ ଜିଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ରଙ୍କୁ ପଚାରିବାରୁ ପାକ୍ସ ସମ୍ପାଦକମାନଙ୍କ ମନମାନିକୁ ସ୍ବୀକାର କରିବା ସହ ଚଢ଼ାଉ ଜାରି ରହିଥିବା କହିଛନ୍ତି। ଧାନକିଣା ଅବଧି ସରିବାକୁ ବସିଥିବାରୁ ଏହା ଭିତରେ ଯେତିକି ଚାଷୀ ରହିଲେ ସେମାନଙ୍କ ସ୍ବାର୍ଥହାନି କରାଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri