ଓଡ଼ିଶୀ ସଙ୍ଗୀତ’ ପାଇଁ ବାଟ ଖୋଲିଲା

ଭୁବନେଶ୍ୱର,୩ା୯(ବ୍ୟୁରୋ):ଦୀର୍ଘଦିନ ଧରି ନିଜ ହକ୍‌ ପାଇପାରୁ ନ ଥିବା ଓଡ଼ିଶୀ ସଙ୍ଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଦେବାଲାଗି ନିଆଯିବ ତ୍ୱରିତ ପଦକ୍ଷେପ। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ ପ୍ରସ୍ତାବ ବୁଧବାର ରାଜ୍ୟ କ୍ୟାବିନେଟ୍‌ରେ ପାରିତ ହେବାପରେ ଏନେଇ ଆଶା ସଞ୍ଚାର ହୋଇଛି।
ସରକାର ୧୯୬୪ରେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟମାନ୍ୟତା ଦେଇଛନ୍ତି। ୨୦୧୪ରେ ଓଡ଼ିଆ ଭାଷାକୁ ୬ଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିିଳିଛି। ହେଲେ ବ୍ରିଟିଶଶାସନ କାଳରେ ଅବହେଳା ଯୋଗୁ ଓଡ଼ିଶୀକୁ ଏପର୍ଯ୍ୟନ୍ତ ଏହାର ନ୍ୟାର୍ଯ୍ୟ ଅଧିକାର ମିଳିପାରିନାହିଁ। ଆବଶ୍ୟକ ଗବେଷଣା ହୋଇନାହିଁ କି ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ଦିଗରେ ମଧ୍ୟ ସେପରି କୌଣସି ପଦକ୍ଷେପ ନିଆଯାଇନାହିଁ। ଦେଶର ପ୍ରମୁଖ ସଙ୍ଗୀତଗୁଡିକ ମଧ୍ୟରୁ ଓଡ଼ିଶୀ ସଙ୍ଗୀତ ଅନ୍ୟତମ ହୋଇଥିବାବେଳେ ସ୍ବତନ୍ତ୍ର ରାଗ, ତାଳସାଙ୍ଗକୁ ଗାୟନ ଶୈଳୀ ଏହାକୁ ଅନ୍ୟ ସଙ୍ଗୀତଠାରୁ ଭିନ୍ନ କରିଥାଏ। ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ଇତିହାସ ୨୫୦୦ବର୍ଷରୁ ମଧ୍ୟ ଅଧିକ। ଏହା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସମସ୍ତ ମାନଦଣ୍ଡକୁ ପୂରଣ କରୁଥିଲେ ବି ନିଜର ହକ୍‌ ପାଇପାରୁ ନ ଥିଲା। ତେବେ ଦୀର୍ଘବର୍ଷର ପ୍ରତୀକ୍ଷା ପରେ ଏବେ ଓଡ଼ିଶୀ ନୃତ୍ୟ ପରି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ କେନ୍ଦ୍ରର ଅନୁମୋଦନ ପାଇଁ କ୍ୟାବିନେଟ୍‌ ମୋହର ବାଜିଛି।
ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ୨୦୧୪ରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଗତ ୬ବର୍ଷ ହେଲା ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରାଯାଇ ସଂସ୍କୃତି ମନ୍ତ୍ରଣାଳୟକୁ ପଠାଯାଉଥିଲା। ଏବେସୁଦ୍ଧା ୩ଟି ରିପୋର୍ଟ ପଠାଯାଇଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିଲା। ନିକଟରେ ୪ର୍ଥଥର ପାଇଁ ଆଉଏକ ରିପୋର୍ଟ ପଠାଯାଇଥିଲା। ତେବେ କ୍ୟାବିନେଟ୍‌ ଅନୁମୋଦନ ପରେ ଓଡ଼ିଶୀ ସଙ୍ଗୀତର ପୁରାତନ ଦସ୍ତାବିଜ୍‌ ସହ ଓଡିଶୀ ସଙ୍ଗୀତର କ୍ରମବିକାଶ, ଇତିହାସ ଓ ପରମ୍ପରା, ରାଗ, ରାଗିଣୀ, ଜାଗା ଆଖଡା ସଙ୍ଗୀତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସଙ୍ଗୀତର କ୍ରମବିକାଶ, ଆନୁଷଙ୍ଗିକ କଳାରେ ଓଡ଼ିଶୀ ସଙ୍ଗୀତ, ଶ୍ରୀକ୍ଷେତ୍ର ସଙ୍ଗୀତ, ଓଡ଼ିଶୀ ସଙ୍ଗୀତରେ ତାଳବାଦ୍ୟର ବ୍ୟବହାର, ଗାୟନ ଶୈଳୀର ବୈଶିଷ୍ଠ୍ୟ ଆଦି ଉପରେ ଠିକ୍‌ ତଥ୍ୟ ଓ ଦସ୍ତାବିଜ୍‌ ଦାଖଲ କରାଯିବ ବୋଲି ବିଶେଷଜ୍ଞ ଏବଂ ସଙ୍ଗୀତକାର ମାନେ ଆଶାବ୍ୟକ୍ତ କରିଛନ୍ତି। ଏନେଇ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଙ୍ଗୀତା ଗୋସାଇଁ କହିଛନ୍ତି, କ୍ୟାବିନେଟ୍‌ରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ ପ୍ରସ୍ତାବ ପାରିତ ହେବା ଆମ ପାଇଁ ଅତ୍ୟନ୍ତ ଖୁସିର ବିଷୟ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଧନ୍ୟବାଦ। ମୁଁ ବ୍ୟକ୍ତିଗତ ଭାବେ ଦୀଘବର୍ଷ ଧରି ଏକ୍ଷେତ୍ରରେ କାମ କରୁଛି। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଐତିହ୍ୟ, ପରମ୍ପରାରେ ଓଡ଼ିଶୀ ସଙ୍ଗୀତ ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ। ଏହି ପଦକ୍ଷେପ ପରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଏବେ ସୁନିଶ୍ଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri