ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବାଇପାସ ପାଲଟିଛି ବସ୍‌ଷ୍ଟାଣ୍ଡ

ପଟ୍ଟାମୁଣ୍ଡାଇ,୨୬ା୮(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସବୁଠି ବିକାଶ ଲାଗି ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରି ଚାଲିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଦୀର୍ଘବର୍ଷ ହେଲା ବସ୍‌ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଏଥିପାଇଁ ରାଜନେତାମାନେ ବାରମ୍ବାର ଭିତ୍ତିପ୍ରସ୍ତର ସ୍ଥାପନ କରି ଜନସାଧାରଣଙ୍କୁ ଭୂଅଁା ବୁଲାଇ ଚାଲିଛନ୍ତି। କେବଳ ବସ୍‌ଷ୍ଟାଣ୍ଡ ପାଇଁ ଫଳକ ଲଗା ଚାଲିଛି। ଏଥିପାଇଁ ପଟ୍ଟମୁଣ୍ଡାଇ ପୌରାଞ୍ଚଳର ବାଇପାସ୍‌ ବସ୍‌ଷ୍ଟାଣ୍ଡ ପାଲଟିଛି। ୨୦୦୫ଠାରୁ ଏଠାରେ ଥିବା ବସ୍‌ଷ୍ଟାଣ୍ଡଟି ଅଚଳ ହୋଇପଡିଛି। ହେଲେ ଏଥିପ୍ରତି ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସବୁ ଜାଣି ନ ଜାଣିବାବାର ବାହାନ କରି ଚାଲିଛନ୍ତି। ଏହାକୁ ଲୋକମାନେ ହୃଦୟଙ୍ଗମ କରି ସାରିଲେଣି। ଏହାର ଉଚିତ ଜବାବ ଆଗାମୀ ଦିନରେ ଦିଆଯିବ ବୋଲି କହୁଛନ୍ତି।
ସାମାଜିକ କର୍ମୀ ବିଜୟ ସ୍ବାଇଁ କୁହନ୍ତି, ପଟ୍ଟାମୁଣ୍ଡାଇକୁ ପୌରାଞ୍ଚଳର ମାନ୍ୟତା ମିଳିବା ଦୀର୍ଘ ୩୩ ବର୍ଷ ବିତିଗଲାଣି। କିନ୍ତୁ ଏଠି ବସ୍‌ଷ୍ଟାଣ୍ଡ ନାହିଁ। ପୁରୁଣା ବସ୍‌ଷ୍ଟାଣ୍ଡ ଅଚଳ ହୋଇ ପଡିଥିବାରୁ ଏବେ ବାଇପାସ ଛକ ବସ୍‌ଷ୍ଟାଣ୍ଡ ପାଲଟିଛି। ୧୯୮୮ ମସିହା ଡିସେମ୍ବର ୬ରେ ପଟ୍ଟାମୁଣ୍ଡାଇକୁ ଏନ୍‌ଏସିର ମାନ୍ୟତା ମିଳିଲା। ପରେ ୨୦୧୪ ଫେବୃୟାରୀ ୨୪ରେ ପଟ୍ଟାମୁଣ୍ଡାଇ ଏନ୍‌ଏସିକୁ ରାଜ୍ୟ ସରକାର ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ। ପଟ୍ଟାମୁଣ୍ଡାଇ ବଜାରରେ ଏକ ସରକାରୀ ବସ୍‌ଷ୍ଟାଣ୍ଡ ଥିଲା। ରାଉଲକେଲା, କଟକ, ଭୁବନେଶ୍ୱର ଓ କୋଲକତା ପ୍ରଭୃତି ଅଞ୍ଚଳକୁ ସରକାରୀ, ବେସରକାରୀ ବସ ଯିବା ଆସିବା କରୁଥିଲା। ୨୦୦୫ଠାରୁ ଏହି ବସ୍‌ଷ୍ଟାଣ୍ଡଟି ଆଚଳ ହୋଇପଡିଛି। ଫଳରେ ଏଠାକୁ କୌଣସି ସରକାରୀ ବସ୍‌ କି ଘରୋଇ ବସ୍‌ ଆସୁନାହାନ୍ତି। ଏହାଦ୍ୱାରା ପଟ୍ଟାମୁଣ୍ଡାଇର ଲୋକମାନେ କଟକ, ଭୁବନେଶ୍ୱର ଆଦି ଅଞ୍ଚଳ ଯିବା ଆସିବା କରିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ଲୋକ କଟକ ଓ ଭୁବନେଶ୍ୱରରେ ଚାକିରି କରିଥିବାରୁ ଘରୋଇ ଗାଡିରେ ଅଧିକ ଟଙ୍କା ଖର୍ଚ୍ଚ କରି ଯାଆ ଆସ କରୁଛନ୍ତିି। ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସକାଳ ୫ଟା ଓ ୬ଟା ବେଳେ ୨ଟି ବସ୍‌ କଟକ ଯାଉଛି। କିନ୍ତୁ ଏହା ପରେ ଆଉ କୌଣସି ବସ୍‌ ନ ଥିବାରୁ ଲୋକମାନେ ହଇରାଣ ହେଉଛନ୍ତି। ବସ୍‌ଷ୍ଟାଣ୍ଡ ନ ଥିବାରୁ ଲୋକମାନେ ଖରା, ବର୍ଷାରେ ରାସ୍ତା କଡରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆ ହୋଇ ବସ୍‌କୁ ଅପେକ୍ଷା କରୁଛନ୍ତି। ପଟ୍ଟାମୁଣ୍ଡାଇ ଦେଇ ରାଜକନିକା, ଆଳି, କେରଡାଗଡ଼, ଜରିମୂଳ, ତାଳଚୁଆ, ବାବର ପ୍ରଭୃତି ଅଞ୍ଚଳରୁ ପ୍ରାୟ ୬୦ ଟି ବସ୍‌ କଟକ ଓ ଭୁବନେଶ୍ୱର ଚଳାଚଳ କରୁଛି। ସେହିପରି କଟକ ଓ ଭୁବନେଶ୍ୱରରୁ ମଧ୍ୟ ୧୫ଟିରୁ ଅଧିକ ବସ୍‌ ପଟ୍ଟାମୁଣ୍ଡାଇ ଦେଇ ଆଳି, ରାଜନଗର, ଜଗରଜୋର, ରାଜକନିକା ପ୍ରଭୃତି ଅଞ୍ଚଳକୁ ମଧ୍ୟ ଯାଉଛି। ହେଲେ ସକାଳ ପ୍ରାୟ ୧୦ଟା ମଧ୍ୟରେ ପଟ୍ଟାମୁଣ୍ଡାଇରୁ ସିଧାସଳଖ କଟକ ଓ ଭୁବନେଶ୍ୱର ଯିବା ପାଇଁ ବସ୍‌ ମିଳୁନାହିଁ। ଅନ୍ୟପକ୍ଷରେ ୨୦୦୫ ରେ ପଟ୍ଟାମୁଣ୍ଡାଇ ବସଷ୍ଟାଣ୍ଡ ମାତ୍ର ୯୦ ଡିସିମିଲ ଜମି ରଖାଯାଇ ଅବଶିଷ୍ଟ ଜମିକୁ ସରକାର ତଥା ରାଜ୍ୟ ସଡ଼କ ଓ ପରିବହନ ବିଭାଗ ଲିଜ୍‌ ଆକାରରେ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରିଥିଲେ। ଏହାଦ୍ୱାରା ବସ୍‌ଷ୍ଟାଣ୍ଡ ପାଇଁ ଜାଗା ସଂକୀର୍ଣ୍ଣ ହୋଇଯିବାରୁ ଏହା ବନ୍ଦ ହୋଇପଡିଛି। ୨୦୧୯ ସେପ୍ଟେମ୍ବର ୨୯ରେ ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ବସ୍‌ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ଭିତରେ ପ୍ରାୟ ୩ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇନାହିଁ। ପଟ୍ଟାମୁଣ୍ଡାଇ ବସଷ୍ଟାଣ୍ଡକୁ ସମସ୍ତ ବସ୍‌ ଆସିବା ଏବଂ ସକାଳ ସାଢ଼େ ୧୦ ଭିତରେ ପଟ୍ଟାମୁଣ୍ଡାଇରୁ କଟକ, ଭୁବନେଶ୍ୱର ଓ ପୁରୀକୁ ବସ୍‌ ଚଳାଚଳ ପାଇଁ ପୂର୍ବରୁ ବହୁଥର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରଶାସନିକ ସ୍ତରରେ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଇ ନାହିଁ। ତୁରନ୍ତ ଏହାର ସମାଧାନ ପାଇଁ ରାଜ୍ୟ ସଡ଼କ ଓ ପରିବହନ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri