ମୌଳିକ ସୁବିଧାରୁ ପଟ୍ଟାମୁଣ୍ଡାଇ ସହରବାସୀ ବଞ୍ଚିତ

ପଟ୍ଟାମୁଣ୍ଡାଇ,୧୯ା୧୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇକୁ ୧୯୮୮ ଡିସେମ୍ବର ୬ରେ ଏନ୍‌ଏସିର ମାନ୍ୟତା ମିଳିଥିଲା। ପଟ୍ଟାମୁଣ୍ଡାଇ, କଷଣଅଣ୍ଟା, ମାଟିଆ, ବାଲିପାଟଣା, ନୀଳକଣ୍ଠପୁର ପଞ୍ଚାୟତକୁ ନେଇ ଏନ୍‌ଏସି ଘୋଷଣା ହୋଇଥିଲା। ବିଜ୍ଞାପିତ ଅଞ୍ଚଳର ସୁବିଧା ସୁଯୋଗ ଲୋକଙ୍କୁ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଥିଲା। ବିଜ୍ଞାପିତ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ପ୍ରତ୍ୟକ୍ଷ ନିର୍ବାଚନରେ ରବୀନ୍ଦ୍ର ମହାନ୍ତି ବିଜୟ ହୋଇଥିଲେ। ହେଲେ ଅଞ୍ଚଳର କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇପାରି ନ ଥିଲା। ବିଜ୍ଞାପିତ ପରିଷଦ ପକ୍ଷରୁ କିଣା ଯାଇଥିବା ଦୁଇ ବସ୍‌ ରାସ୍ତାକଡ଼ରେ ପଡି ଖତ ଖାଇଥିଲା। ଅକ୍‌ଟ୍ରାଇ ଟିକସ ଆଦାୟକୁ ନେଇ ମଧ୍ୟ ଏନ୍‌ଏସି ବେଶ୍‌ ବଦ୍‌ନାମ ମୁଣ୍ଡାଇ ଥିଲା। ୨୦୧୪ ଫେବୃୟାରୀ ୨୪ଠାରୁ ପଟ୍ଟାମୁଣ୍ଡାଇ ଏନ୍‌ଏସିକୁ ରାଜ୍ୟ ସରକାର ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ଏହାର ଜନସଂଖ୍ୟା ୪୪,୫୨୮ ଥିବାବେଳେ ୨୦ଟି ୱାର୍ଡ ରହିଛି। ଜନସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ୱାର୍ଡ ପୁନଃ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇନାହିଁ। ପଟ୍ଟାମୁଣ୍ଡାଇ ସହରାଞ୍ଚଳର ଲୋକ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସମସ୍ୟା ମଧ୍ୟରେ ପାଣି ନିଷ୍କାସନ, ଗମନାଗମନ, ସ୍ବାସ୍ଥ୍ୟ, ପାନୀୟଜଳ, ବଜାର, ଟ୍ରାଫିକ ସମସ୍ୟା ସମେତ ପାଠାଗାର ପ୍ରତିଷ୍ଠା, ଆମୋଦ ପ୍ରମୋଦ ପାଇଁ ଉଦ୍ୟାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ମଣ୍ଡପ, ସଭା ସମିତି ପାଇଁ ସଭାଗୃହର ଅଭାବ ସହରବାସୀଙ୍କ ନିମନ୍ତେ ରହିଛି।

ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ତାହା କାଗଜକଲମରେ ସୀମିତ ରହିଛି। ସେହିପରି ନିର୍ମାଣ କରାଯାଇଥିବା କଲ୍ୟାଣ ମଣ୍ଡପ ଅଦ୍ୟାବଧି ଲୋକଙ୍କ କାମରେ ଲାଗି ପାରିନାହିଁ। ଅଞ୍ଚଳର ଅନ୍ୟ ମୁଖ୍ୟ ସମସ୍ୟା ମଧ୍ୟରେ ଟ୍ରାଫିକ ଗୁରୁତର ହୋଇପଡିଛି। ବୁଲା ଗୋରୁ, ଛେଳିମେଣ୍ଢା, ଟ୍ରାଫିକ ଜାମ୍‌ର ପ୍ରମୁଖ କାରଣ ପାଲଟିଛନ୍ତି। ସେହିପରି ସହରାଞ୍ଚଳର ନିର୍ଦ୍ଧାରିତ ସ୍ଥାନରେ ଭେଣ୍ଡିଂଜୋନ ଖୋଲା ଯାଇନାହିଁ। ବର୍ଷାଦିନେ ସହରାଞ୍ଚଳର ବହୁ ସ୍ଥାନ ଜଳାର୍ଣ୍ଣବ ହୋଇପଡୁଛି। ପାଣି ନିଷ୍କାସନ ପାଇଁ ଡ୍ରେନେଜ ସିଷ୍ଟମକୁ ଅଦ୍ୟାବଧି ସଜଡ଼ା ଯାଇପାରୁନାହିଁ। ଅଡିଟୋରିୟମ କାର୍ଯ୍ୟ ଧିମା ଗତିରେ ଚାଲିଛି। ସହରରେ ପାଠାଗାରଟିଏ ମଧ୍ୟ ନାହିଁ। ବହୁ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଲୋକଙ୍କ କାର୍ଯ୍ୟରେ ଲାଗିପାରୁନାହିଁ। ପୌରାଞ୍ଚଳର ସାହି, ବସ୍ତିରେ ରାସ୍ତା ଶୋଚନୀୟ ହୋଇପଡିଛି। ଫଳରେ ଗମନାଗମନରେ ଅସୁବିଧା ହେଉଛି। ପୌରାଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା ସଜାଡ଼ିବାକୁ କିଣା ଯାଇଥିବା ଗାଡ଼ି ଏବେ ବିଦ୍ୟୁତ୍‌ ବିଭାଗରେ ପଡ଼ି ଖତ ଖାଉଛି। ସହରବାସୀ ରାତ୍ରିରେ ଷ୍ଟ୍ରିଟ ଲାଇଟ୍‌ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ନାଳ ନର୍ଦ୍ଦମାରେ ମଶା ତେଲ ପଡୁନାହିଁ। ଫଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରୁ କିଛିଦିନରେ ସମସ୍ତ କାମ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri