ମୌଳିକ ସୁବିଧାରୁ ପଟ୍ଟାମୁଣ୍ଡାଇ ସହରବାସୀ ବଞ୍ଚିତ

ପଟ୍ଟାମୁଣ୍ଡାଇ,୧୯ା୧୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇକୁ ୧୯୮୮ ଡିସେମ୍ବର ୬ରେ ଏନ୍‌ଏସିର ମାନ୍ୟତା ମିଳିଥିଲା। ପଟ୍ଟାମୁଣ୍ଡାଇ, କଷଣଅଣ୍ଟା, ମାଟିଆ, ବାଲିପାଟଣା, ନୀଳକଣ୍ଠପୁର ପଞ୍ଚାୟତକୁ ନେଇ ଏନ୍‌ଏସି ଘୋଷଣା ହୋଇଥିଲା। ବିଜ୍ଞାପିତ ଅଞ୍ଚଳର ସୁବିଧା ସୁଯୋଗ ଲୋକଙ୍କୁ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଥିଲା। ବିଜ୍ଞାପିତ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ପ୍ରତ୍ୟକ୍ଷ ନିର୍ବାଚନରେ ରବୀନ୍ଦ୍ର ମହାନ୍ତି ବିଜୟ ହୋଇଥିଲେ। ହେଲେ ଅଞ୍ଚଳର କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇପାରି ନ ଥିଲା। ବିଜ୍ଞାପିତ ପରିଷଦ ପକ୍ଷରୁ କିଣା ଯାଇଥିବା ଦୁଇ ବସ୍‌ ରାସ୍ତାକଡ଼ରେ ପଡି ଖତ ଖାଇଥିଲା। ଅକ୍‌ଟ୍ରାଇ ଟିକସ ଆଦାୟକୁ ନେଇ ମଧ୍ୟ ଏନ୍‌ଏସି ବେଶ୍‌ ବଦ୍‌ନାମ ମୁଣ୍ଡାଇ ଥିଲା। ୨୦୧୪ ଫେବୃୟାରୀ ୨୪ଠାରୁ ପଟ୍ଟାମୁଣ୍ଡାଇ ଏନ୍‌ଏସିକୁ ରାଜ୍ୟ ସରକାର ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ଏହାର ଜନସଂଖ୍ୟା ୪୪,୫୨୮ ଥିବାବେଳେ ୨୦ଟି ୱାର୍ଡ ରହିଛି। ଜନସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ୱାର୍ଡ ପୁନଃ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇନାହିଁ। ପଟ୍ଟାମୁଣ୍ଡାଇ ସହରାଞ୍ଚଳର ଲୋକ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସମସ୍ୟା ମଧ୍ୟରେ ପାଣି ନିଷ୍କାସନ, ଗମନାଗମନ, ସ୍ବାସ୍ଥ୍ୟ, ପାନୀୟଜଳ, ବଜାର, ଟ୍ରାଫିକ ସମସ୍ୟା ସମେତ ପାଠାଗାର ପ୍ରତିଷ୍ଠା, ଆମୋଦ ପ୍ରମୋଦ ପାଇଁ ଉଦ୍ୟାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ମଣ୍ଡପ, ସଭା ସମିତି ପାଇଁ ସଭାଗୃହର ଅଭାବ ସହରବାସୀଙ୍କ ନିମନ୍ତେ ରହିଛି।

ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ତାହା କାଗଜକଲମରେ ସୀମିତ ରହିଛି। ସେହିପରି ନିର୍ମାଣ କରାଯାଇଥିବା କଲ୍ୟାଣ ମଣ୍ଡପ ଅଦ୍ୟାବଧି ଲୋକଙ୍କ କାମରେ ଲାଗି ପାରିନାହିଁ। ଅଞ୍ଚଳର ଅନ୍ୟ ମୁଖ୍ୟ ସମସ୍ୟା ମଧ୍ୟରେ ଟ୍ରାଫିକ ଗୁରୁତର ହୋଇପଡିଛି। ବୁଲା ଗୋରୁ, ଛେଳିମେଣ୍ଢା, ଟ୍ରାଫିକ ଜାମ୍‌ର ପ୍ରମୁଖ କାରଣ ପାଲଟିଛନ୍ତି। ସେହିପରି ସହରାଞ୍ଚଳର ନିର୍ଦ୍ଧାରିତ ସ୍ଥାନରେ ଭେଣ୍ଡିଂଜୋନ ଖୋଲା ଯାଇନାହିଁ। ବର୍ଷାଦିନେ ସହରାଞ୍ଚଳର ବହୁ ସ୍ଥାନ ଜଳାର୍ଣ୍ଣବ ହୋଇପଡୁଛି। ପାଣି ନିଷ୍କାସନ ପାଇଁ ଡ୍ରେନେଜ ସିଷ୍ଟମକୁ ଅଦ୍ୟାବଧି ସଜଡ଼ା ଯାଇପାରୁନାହିଁ। ଅଡିଟୋରିୟମ କାର୍ଯ୍ୟ ଧିମା ଗତିରେ ଚାଲିଛି। ସହରରେ ପାଠାଗାରଟିଏ ମଧ୍ୟ ନାହିଁ। ବହୁ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଲୋକଙ୍କ କାର୍ଯ୍ୟରେ ଲାଗିପାରୁନାହିଁ। ପୌରାଞ୍ଚଳର ସାହି, ବସ୍ତିରେ ରାସ୍ତା ଶୋଚନୀୟ ହୋଇପଡିଛି। ଫଳରେ ଗମନାଗମନରେ ଅସୁବିଧା ହେଉଛି। ପୌରାଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା ସଜାଡ଼ିବାକୁ କିଣା ଯାଇଥିବା ଗାଡ଼ି ଏବେ ବିଦ୍ୟୁତ୍‌ ବିଭାଗରେ ପଡ଼ି ଖତ ଖାଉଛି। ସହରବାସୀ ରାତ୍ରିରେ ଷ୍ଟ୍ରିଟ ଲାଇଟ୍‌ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ନାଳ ନର୍ଦ୍ଦମାରେ ମଶା ତେଲ ପଡୁନାହିଁ। ଫଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରୁ କିଛିଦିନରେ ସମସ୍ତ କାମ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?