ବଳାତ୍କାର ମାମଲା, ୱାରେଣ୍ଟିଙ୍କୁ ପାଟପୁର ପୋଲିସର କୋର୍ଟ ଚାଲାଣ

ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୁଡ଼ିଆପାଟଣା ଗ୍ରାମର ମିଟୁ ସ୍ବାଇଁଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ବ୍ରହ୍ମପୁର ଜିଲା ଜଜ କୋର୍ଟକୁ ଚାଲାଣ କରିଛନ୍ତି । ଅଭିଯୁକ୍ତ ମିଟୁ ଏକ ବଳାତ୍କାର ମାମଲାରେ ପୂର୍ବରୁ ଜେଲ ଯାଇଥିଲେ ।

ଜାମିନରେ ମୁକୁଳିବା ପରେ କୋର୍ଟଙ୍କ ଆଦେଶ ପ୍ରକାରେ ସେ କୋର୍ଟରେ ହାଜର ହୋଇନଥିବା କାରଣରୁ ଏସ.ଟି ମାମଲା ନଂ.୩୯୭/୨୫ ଅନୁଯାୟୀ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।କୋର୍ଟଙ୍କ ଆଦେଶ ପ୍ରକାରେ ପାଟପୁର ପୋଲିସ ଅଭିଯୁକ୍ତ ମିଟୁଙ୍କୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।

 

Dharitri – Odisha’s No.1 Odia Daily

Share