ସଙ୍କଟରେ ପଟିଠାକୁର ପରମ୍ପରା

କେନ୍ଦୁଝର,୧୫।୪
ପଣାସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲାର ଅନ୍ୟତମ ପୁରାତନ ଓ ଅନନ୍ୟ ପରମ୍ପରା ପଟି ଠାକୁର ପରିକ୍ରମା ଉତ୍ସବ ଆରମ୍ଭ ହୋଇଛି। ଗ୍ରାମବାସୀମାନେ ଏକ ପଟି ବା ମଶିିଣାରେ ବିଭିନ୍ନ ଦେବାଦେବୀ, ପଶୁପକ୍ଷୀ, ଯୋଗୀନୀଙ୍କ ରଙ୍ଗବେରଙ୍ଗ ଚିତ୍ର ଆଙ୍କି ଗଁାଗଁା ଓ ଘର ଘର ବୁଲାଇଥାନ୍ତି। ଏହାକୁ ଠାକୁର ପଟି ବୁଲାଇବା କୁହାଯାଏ। ଏହି ଦିନରେ ଠାକୁରମାନେ ମନ୍ଦିରରୁ ବାହରି ଲୋକଙ୍କ ପାଖକୁ ଯାଇ ପୂଜା ପାଇଥାନ୍ତି ବୋଲି କୁହାଯାଏ। ଏହି ଠାକୁର ପଟିକୁ ପ୍ରଥମେ କେନ୍ଦୁଝରର ଆରାଧ୍ୟ ବଳଦେବଜୀଉଙ୍କ ପାଖରେ ଯଥାବିଧି ପୂଜା କରାଯାଇ ଶ୍ରୀଜୀଉଙ୍କ ଅନୁମତି ନେଇ ବାଦ୍ୟ ବଜାଇ ଶୋଭାଯାତ୍ରାରେ ଗଁା ପରିକ୍ରମା କରାଯାଇଥାଏ।
ନିଶାର୍ଦ୍ଧରେ ପ୍ରତ୍ୟେକ ଗ୍ରାମର ଠାକୁର ପଟି ବଳଦେବଜୀଉଙ୍କ ମନ୍ଦିରକୁ ବିଜେ କରି ମା’ ଚର୍ଚ୍ଚିିକାଙ୍କୁ ଭେଟ କରି ଗଁାକୁ ଫେରିଥାନ୍ତି। ଭକ୍ତମାନେ ନିଜ ନିଜ ଘର ଆଗରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରସ୍ତୁତ ରହି ଏହି ପଟି ଠାକୁରଙ୍କୁ ସ୍ବାଗତ କରି ଯଥାବିଧି ପୂଜାର୍ଚ୍ଚନା କରିଥାନ୍ତି। ଆଗରୁ ବହୁ ଗ୍ରାମରେ ଏହି ପରମ୍ପରା ଦେଖିବାକୁ ମିଳୁଥିଲା। ଏବେ କଁା ଭଁା ଏଭଳି ପରମ୍ପରା କିଛି ଗ୍ରାମରେ ଦେଖିବାକୁ ମିଳୁଛି। ଏହି ପରମ୍ପରାକୁ ଅନେକ ତାନ୍ତ୍ରିକ ପରମ୍ପରା କହିଥାନ୍ତି। କାରଣ ଏହି ପଟି ବା ମଶିଣାରେ ବିଭିନ୍ନ ଦେବାଦେବୀ, ପଶୁପକ୍ଷୀ ସାଙ୍ଗକୁ ମହାଦେବ, ଯୋଗୀନୀ, ବାସୁଳି, କାଳୀ, ଦୁର୍ଗା, ଚଣ୍ଡୀ ଆଦିଙ୍କ ଚିତ୍ର ଅଙ୍କାଯାଇ ପୂଜା କରାଯାଇଥାଏ। ପଟିର ମଧ୍ୟଭାଗରେ ଗଣେଶଙ୍କ ଚିତ୍ର ଥିବା ବେଳେ ଉଡୁଥିବା ଭକ୍ତଙ୍କ ଚିତ୍ର ରହିଥାଏ। ଭକ୍ତମାନେ ନିଜ ଘର ସାମ୍ନାରେ ଠାକୁରଙ୍କୁ ନୈବେଦ୍ୟ ଦେବାପାଇଁ ଅପେକ୍ଷା କରିଥାନ୍ତି ା ଫଲମୂଳ ଭୋଗରାଗ ସହ ଅନେକ ସ୍ଥାନରେ କୁକୁଡା ବଳିଦେଇ ଦେବାଦେବୀ ଓ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିଥାନ୍ତି ବୋଲି କୁହାଯାଏ। ଏହି ପରମ୍ପରା ରାଜାରାଜୁଡା ସମୟରୁ ପାଳିତ ହୋଇଆସୁଛି। କିନ୍ତୁ ଏବେ ଏହି ପରମ୍ପରା ଧୀରେ ଧୀରେ କମିବାକୁ ବସିଛି। କେତେକ ଗ୍ରାମର ଭକ୍ତ ଏହାର ସୁରକ୍ଷା ପାଇଁ ନିଜ ଉଦ୍ୟମରେ ପ୍ରଚେଷ୍ଟା ଚଳାଇ ଆସୁଥିଲେ ହେଁ ସେସବୁର ସୁରକ୍ଷା ପାଇଁ ପ୍ରଶାସନର ସହଯୋଗ ଜରୁରୀ ବୋଲି ବରିଷ୍ଠ ନାଗରିକ ଅଲେଖ ଚନ୍ଦ୍ର ପାତ୍ର କୁହନ୍ତି। ପୂର୍ବରୁ ଗୁମୁରା, କବିତ୍ରା, ଘୁଟୁରୁ, ଗମ୍ଭାରିଆ, ମୁକୁନା, ବାଉରିପଦା ଆଦି ୧୬ଟି ଗ୍ରାମରୁ ଏହି ଠାକୁରପଟି ପରିକ୍ରମା ଆସୁଥିଲା। ତେବେ ପୂର୍ବ ପରି ଏହି ଅନନ୍ୟ ପରମ୍ପରା କମି କମି ଆସୁଥିବା ବରିଷ୍ଠ ସାହିତି୍ୟକ ପ୍ରଦୀପ ରାଉତ କ୍ଷୋଭର ସହ କହିଛନ୍ତି। ତେବେ ଏହି ଅନନ୍ୟ ପରମ୍ପରାର ସୁରକ୍ଷା କରିବାକୁ ଅନେକ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri