ଭାବର ବାନା: ପତିତପାବନ

ସ୍ଥୂଳ ଦୃଷ୍ଟିରେ ଦେଖିଲେ ଖଣ୍ଡେ ତ୍ରିକୋଣକାର ନାଲି କିମ୍ବା ହଳଦିଆ ରଙ୍ଗର କପଡ଼ା ମାତ୍ର। ତା’ର ନାମ ଧ୍ୱଜା, ନେତ, ପତାକା ଓ ବାନା। ମଝିରେ ଚନ୍ଦ୍ରବିନ୍ଦୁ ଚିହ୍ନ ଥିବା ଦୁଇଧାରର ଶେଷ ବିନ୍ଦୁରେ ଏକ ଫୁଲ ଲାଗିଥିବା ସେହି କପଡ଼ାର ଲମ୍ବ ହୋଇପାରେ ଚାରି ହାତ ବା ଚଉଦ ହାତ ଅଥବା ଶହେ ବାର ହାତ। କୋଶେ ଦୂରରୁ ତାକୁ ଦର୍ଶନ କଲେ ମନରେ ଦିବ୍ୟଭାବ ଜାଗିଉଠେ ଆଉ ଦୁଇ ହାତ ଆପଣାଛାଏଁ ଉଠିଯାଏ ଭକ୍ତିରେ ପ୍ରଣିପାତ ମୁଦ୍ରାରେ। ସେ ହେଉଛି ଶ୍ରୀମନ୍ଦିର ଚୂଡ଼ାରେ ନୀଳଚକ୍ର ଉପରେ ନିରନ୍ତର ଫରଫର ଉଡୁଥିବା ‘ପତିତପାବନ ବାନା’। ସେ ବାନା ସନ୍ଦର୍ଶନରେ ସମସ୍ତେ ବିହ୍ବଳିତ ହୁଅନ୍ତି।
ନୀଳଚକ୍ର ଓ ତତୋଃପର ପତିତପାବନ ବାନା ଶ୍ରୀମନ୍ଦିରର ସର୍ବଗ୍ରାହ୍ୟ ପରିଚିତ। ଦକ୍ଷିଣ ଦିଗରୁ ସମୁଦ୍ର ପ୍ରେରିତ ପବନରେ ସର୍ପିଳ ଗତିରେ ଉଡ଼ି ମହାପ୍ରଭୁଙ୍କ ସ୍ତୁତିଗାନ କରେ, ଚଳମାନ ସଂସାରର ସ୍ଥିତି ଜାହିର କରେ। ଆଉ ଭକ୍ତମାନଙ୍କ ମନରେ ବିଭୁପ୍ରେମ ଅଫୁରନ୍ତ ପୁଲକ ଭରିଦିଏ ଏହି ପତିତପାବନ ବାନା। ନୀଳଚକ୍ର ସ୍ଥିରତାର ପ୍ରତୀକ ଏବଂ ବାନା ସକ୍ରିୟତାର ନିଦର୍ଶନ, ଆଧ୍ୟାମତ୍ିକତାର ସମୁଚିତ ଉଦାହରଣ।
ନୀଳଚକ୍ରର ଆକୃତି ଏବଂ ତତ୍‌ସହିତ ପବନରେ ଦୋଳାୟମାନ ପତିତପାବନ ବାନା ଉଭୟ ଏକତ୍ର ଶ୍ରୀମନ୍ଦିର ଆଧ୍ୟାମତ୍ିକ ଆକର୍ଷଣକୁ ବହୁଗଣିତ କରିଥାନ୍ତି। ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ସବୁବେଳେ ସମସ୍ତଙ୍କୁ ସୁଯୋଗ ମିଳେ ନାହଁ। ଯେଉଁମାନେ ଦର୍ଶନରୁ ବଞ୍ଚିତ ହୁଅନ୍ତି ସେମାନେ ସିଂହଦ୍ୱାର ଗୁମୁଟରେ ପୂଜିତ ପତିତପାବନଙ୍କ ଚିତ୍ର ବିଗ୍ରହ ଓ ଶ୍ରୀମନ୍ଦିର ଶିଖରର ନୀଳଚକ୍ର ସହିତ ଦିବ୍ୟ ଧ୍ୱଜାର ଦର୍ଶନରେ ସନ୍ତୁଷ୍ଟ ହୁଅନ୍ତି। ସେଥିପାଇଁ ସିଂହଦ୍ୱାର ସମ୍ମୁଖରେ ଲାଗିଥାଏ ଅହର୍ନିଶ ଭକ୍ତମାନଙ୍କ ଗହଳି। ପୁରୀକୁ ଆସୁଥିବା ଯାତ୍ରୀମାନେ ବହୁଦୂରରୁ ଶ୍ରୀମନ୍ଦିରର ଚୂଡ଼ା ଦର୍ଶନ କରି ଦଣ୍ଡବତ ହୁଅନ୍ତି, କୃତାର୍ଥ ଲଭନ୍ତି। ସେହିଠାରୁ ତାଙ୍କର କ୍ଷେତ୍ର ପ୍ରବେଶ ଆରମ୍ଭ ହୁଏ।
ଶ୍ରୀଜଗନ୍ନାଥଙ୍କ ବିକଳ୍ପ ଭାବେ ଉଭା ହୋଇଛନ୍ତି ଏହି ଦିବ୍ୟଚକ୍ର ଆଉ ଧ୍ୱଜା। ବାସଗୃହର ଛାତ ଉପରୁ ଅବା ଘର ଭିତରୁ ଗବାକ୍ଷ ବାଟେ ଦର୍ଶନ କରିବା ପୁରୀଆଙ୍କ ଏକ ଅଭିଳଷିତ ଆଶା। ବିଭିନ୍ନ ହୋଟେଲ ବା ଧର୍ମଶାଳାର ପ୍ରକୋଷ୍ଠରୁ ନୀଳଚକ୍ରର ଦର୍ଶନ ମିଳିଲେ ତାହା ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ସୁବିଧା ବୋଲି ବୁଝାଏ। ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରେ ଅବା ଅନେକ ମଠର ମହନ୍ତମାନଙ୍କର ଆସ୍ଥାନମାନ ଯୋଜନାବଦ୍ଧ ଭାବରେ ନୀଳଚକ୍ର ଦର୍ଶନକୁ ଲକ୍ଷ୍ୟ ରଖି ନିର୍ମାଣ କରାଯାଇଥିବାର ଜଣାଯାଏ, ଯାହା ଏବେ ବିପନ୍ନ ପ୍ରାୟ। ଦୂରରେ ଥାଇ ଜଣେ ବ୍ରାହ୍ମଣ ହାତରେ ନୈବେଦ୍ୟ ଧରି ନୀଳଚକ୍ରକୁ ଚାହିଁ ଉତ୍ସର୍ଗ କରିଦେଲେ ତାହା ଭୋଗ ହୋଇଯାଏ। ଏହି ଭୋଗକୁ ଚକ୍ର ମଣୋହି କୁହାଯାଏ।
ଶ୍ରୀମନ୍ଦିର ନୀତିକାନ୍ତି ସହିତ ନୀଳଚକ୍ର ତଥା ପତିତପାବନ ବାନା ସମ୍ପର୍କ ଅଭେଦ୍ୟ। ବାନା ପବନରେ ଚିରି ଉଡ଼ିଗଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗ ପୂଜା ହୋଇପାରେ ନାହିଁ। ବାନା ବିନା ନୀଳଚକ୍ର ଓ ଶ୍ରୀମନ୍ଦିର ସାମୟିକ ଭାବରେ ଶ୍ରୀହୀନ ଦେଖାଯାଏ। ସବୁ ନୀତିକାନ୍ତି ଅଟକି ରହେ ପୁଣି ନୂଆ ବାନା ଲାଗିବା ପର୍ଯ୍ୟନ୍ତ। ସବୁଦିନ ଅପରାହ୍ନରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ ପରେ ତଥା ସନ୍ଧ୍ୟା ଆଳତି ପୂର୍ବରୁ ଏହି ବାନା ଚୁନରା ସେବକଙ୍କ ଦ୍ୱାରା ବଦଳାଯାଏ। ନୀଳଚକ୍ରର କେନ୍ଦ୍ରରେ ସଂସ୍ଥାପିତ ଊର୍ଦ୍ଧ୍ୱମୁଖା ବାଉଁଶରେ ଏକ ମୁଖ୍ୟବାନା ସହିତ ମାଳ ଆକାରରେ ଯଜମାନଙ୍କର ଅନେକ ମାନସିକ ବାନା ଲାଗିପାରେ। ଶ୍ରୀମନ୍ଦିର ଚୂଡ଼ାରେ ଲାଗୁଥିବା ବାନା ସାଧାରଣତଃ ନାଲି, ହଳଦିଆ ବା ଧଳା ରଙ୍ଗର ହୋଇଥାଏ। ମଝିରେ ଚନ୍ଦ୍ରବିନ୍ଦୁ ଚିହ୍ନ ରହି ଆଗରେ ଏକ ଫୁଲ ଲାଗିଥାଏ। ୧୧୨ ହାତ ଲମ୍ବ ‘ପାଦୁକଶୋଷା’ ବାନା ସବୁଠାରୁ ଦୀର୍ଘ। ଏହା ନୀଳଚକ୍ର ଉପରୁ ପାଟ ଅଗଣାରେ ଥିବା ପାଦୁକ କୁଣ୍ଡଯାଏ ଲମ୍ବିଥାଏ। ଶେଷରେ ଥିବା ଫୁଲଟିକୁ ପାଦୁକ କୁଣ୍ଡରେ ବୁଡ଼ାଇ ଯଜମାନ ସଂକଳ୍ପ କରିଥାନ୍ତି। ଏହି ବାନା ବାନ୍ଧିବାର କାଇଦା ସ୍ବତନ୍ତ୍ର। ଏବେ ଏହି ବାନା ପ୍ରାୟତଃ ସ୍ବତନ୍ତ୍ର। ଏବେ ଏହି ବାନା ପ୍ରାୟତଃ ବନ୍ଧା ଯାଉନାହିଁ। ବାନାର ଲମ୍ବ ପର୍ଯ୍ୟାୟକ୍ରମେ କମିଯାଇ ଏବେ ସର୍ବାଧିକ ୧୪ ହାତ ଲମ୍ବ ବାନା ବନ୍ଧାଯାଉଛି। ଏହି ବାନା-ବନ୍ଧାସେବା ଏକ ସାହସସର୍ବସ୍ବ ସମର୍ପିତ ସେବା। ଅଣ୍ଟାରେ ବାନାର ବୁଜୁଳା ବାନ୍ଧି ମନ୍ଦିର ବାଡ଼ରେ ପିଠିଲଗାଇ ନୀଳଚକ୍ର ଉପରେ ଥିବା ଚଉଦ ହାତ ଲମ୍ବର ବାଉଁଶରେ ଅତ୍ୟନ୍ତ ସତର୍କତାର ସହିତ ମହାପ୍ରଭୁଙ୍କୁ ସ୍ମରଣକରି ଏହି ସେବା କରାଯାଏ। ଏଣୁ ଏହି ସେବାର ବିକଳ୍ପ ନାହିଁ। ମହାପ୍ରଭୁଙ୍କ ଅପାର କରୁଣାରୁ କେବେ କୌଣସି ତ୍ରୁଟିବିଚ୍ୟୁତି ବା ଅଘଟଣ ଘଟିବା ନଜିର ନାହିଁ।
ନୀଳଚକ୍ରରେ ଦୈନିକ ବାନା-ବନ୍ଧା ନୀତି ଅସଂଖ୍ୟ ଭକ୍ତଙ୍କ ପାଇଁ ଏକ ଦର୍ଶନୀୟ ଅଧ୍ୟାୟ। ପ୍ରତିଦିନ ଚୁନରା ସେବକ ଲାଗିବାକୁ ଥିବା ସମସ୍ତ ବାନା ଗଣ୍ଠିଲି ନେଇ ଅଭ୍ୟାସଗତ କୌଶଳକ୍ରମେ ଦଧିନଉତି ଉପରକୁ ଉଠି ନିୟମ ଅନୁସାରେ ବାନାସବୁ ବଦଳାଇବା ପରେ ପୁଣି ସମସ୍ତ ପୁରୁଣା ବାନାର ଗଣ୍ଠିଲି ଅଣ୍ଟାରେ ବାନ୍ଧି ତଳକୁ ଓହ୍ଲାଇବା ପର୍ଯ୍ୟନ୍ତ ସମଗ୍ର ପାଟଅଗଣା ତଥା ପରିକ୍ରମା ମାର୍ଗ ଲୋକାରଣ୍ୟ ରହିଥାଏ। ଏହି ପ୍ରକ୍ରିୟା ପ୍ରତ୍ୟକ୍ଷ କରିବା ପାଇଁ ବହୁସଂଖ୍ୟାରେ ଭକ୍ତ ଊର୍ଦ୍ଧ୍ୱମୁଖା ହୋଇ ଚାହିଁ ରହିଥାଆନ୍ତି। ସେ ଯେତେବେଳେ ଧ୍ୱଜାଦଣ୍ଡ ଖୋଲି ସେଥିରେ ମୁଖ୍ୟ ବାନାଟିକୁ ସଂଯୋଗ କରନ୍ତି ସେତେବେଳେ ଶ୍ରୀମନ୍ଦିର ପରିସର ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୁଏ। ସେବକ ଜଣକ ଓହ୍ଲାଇବା ପରେ ଏହି ସେବାର ମହତ୍ତ୍ୱ ବୁଝିଥିବା ଭକ୍ତମାନେ ତାଙ୍କର ପାଦ ଛୁଇଁ ନୀଳଚକ୍ର ସ୍ପର୍ଶ କରିବାର ଦିବ୍ୟ ଅନୁଭବ କରନ୍ତି। ଅନେକ ଭକ୍ତ ସେମାନଙ୍କଠାରୁ ପୁରୁଣା ବାନା ଖଣ୍ଡିଏ ସ୍ମାରକୀ ଆକାରରେ ନେବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି।
-ଦେବୀ ପ୍ରସନ୍ନ ନନ୍ଦ, କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୯୬


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri