ସେବାରେ ସନ୍ତୁଷ୍ଟ ନୁହନ୍ତି ସଂକ୍ରମିତ

ଅନୁଗୋଳ ଅଫିସ, ୧୨ା୫ – (ଅମିତ କୁମାର ସାମଲ) ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ତାଳଚେରଠାରେ ଖୋଲାଯାଇଛି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ। ଜିଲାର ଆକ୍ରାନ୍ତମାନଙ୍କୁ ଏଠାରେ ଉତ୍ତମ ସେବା ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଘଟୁଥିବା ଚର୍ଚ୍ଚା ହେଉଛି। ବିଶେଷକରି ରୋଗୀଙ୍କ ତୁଳନାରେ କମ୍‌ ସଂଖ୍ୟକ ଡାକ୍ତର ଓ ନର୍ସଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ବିଭିନ୍ନ ହସ୍ପିଟାଲରୁ ଏଠାକୁ ସଂକ୍ରମିତଙ୍କୁ ପଠାଯାଉଥିବା ବେଳେ ସେମାନେ ସେବାକୁ ନେଇ ସନ୍ତୁଷ୍ଟ ନ ଥିବା ଅଭିଯୋଗ ବଢ଼ିବାରେ ଲାଗିଛି।
ଗତବର୍ଷ କୋଭିଡ୍‌ ମୁକାବିଲା ବେଳେ ତାଳଚେରଠାରେ ଖୋଲାଯାଇଥିବା ସ୍ବତନ୍ତ୍ର ହସ୍ପିଟାଲକୁ ନେଇ ନାନା ଆପତ୍ତି ଅଭିଯୋଗ ଉଠିଥିଲା। ଚିକିତ୍ସାଠାରୁ ଆରମ୍ଭ କରି ଭିଟାମିନଯୁକ୍ତ ଖାଦ୍ୟ ଦେବାରେ ଘୋର ଅବହେଳା କରାଯାଉଥିବା ନେଇ ଅନେକ ସମୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ପ୍ରଥମ ତୁଳନାରେ କରୋନାର ଦ୍ୱିତୀୟ ଲହର ଅଧିକ ଘାତକ ସାବ୍ୟସ୍ତ ହୋଇଥିବାରୁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ନେଇ ରୋଗୀ ମହଲରେ ଭୟର ବାତାବରଣ ଥିବାବେଳେ ଏହି କୋଭିଡ୍‌ ହସ୍ପିଟାଲରୁ ଉତ୍ତମ ଚିକିତ୍ସା ଜିଲାବାସୀ ଆଶା କରୁଛନ୍ତି। କିନ୍ତୁ ଏଠାରେ ଥିବା ରୋଗୀଙ୍କ ସ୍ବାସ୍ଥ୍ୟ ପରଖିବାକୁ କେତେବେଳେ ଡାକ୍ତର ଆସୁନାହାନ୍ତି ତ ଆଉ କେତେବେଳେ ନର୍ସଙ୍କ ଦେଖାମିଳୁନାହିଁ। ଅନେକ ସମୟରେ ହସ୍ପିଟାଲ ଫାଟକ ସମ୍ମୁଖରେ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ବେଡ୍‌ ଖାଲି ନ ଥିବା କହି ମଧ୍ୟ କେତେଜଣ ଆକ୍ରାନ୍ତଙ୍କୁ ଫେରାଇ ଦିଆଯାଉଛି। ଏପରି କି ଚିକିତ୍ସାଧୀନ କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ଲୋକଙ୍କୁ ଠିକ୍‌ ଭାବେ ଅବଗତ କରାଯାଉ ନାହିଁ। ସମ୍ପର୍କୀୟମାନେ ମେଡିକାଲ ଫାଟକ ନିକଟକୁ ଆସି ରୋଗୀଙ୍କ ସମ୍ପର୍କରେ ପଚାରିଲେ ଫଟୋ ଦେଖାଇ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ସେହିପରି ରାତ୍ରିରେ ରୋଗୀଙ୍କ ପ୍ରତି ଅଧିକ ଅବହେଳା କରାଯାଉଛି। ମୋଟ୍‌ ୧୨୦ଟି ବେଡ୍‌ ମଧ୍ୟରୁ ୯୦ଟି ସାଧାରଣ, ୨୦ଟି ସେମି ଆଇସିୟୁ ଓ ୧୦ଟି ଆଇସିୟୁ ଶଯ୍ୟା ରହିଛି। ହେଲେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମାତ୍ର ୭ ଜଣ ଡାକ୍ତର ଓ ୨୬ ଜଣ ନର୍ସିଂ ଷ୍ଟାଫ ଅଛନ୍ତି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ପ୍ରତି ୧୦ ରୋଗୀଙ୍କ ପାଇଁ ଜଣେ ଡାକ୍ତର ଓ ପ୍ରତି ୩ ଜଣ ରୋଗୀଙ୍କ ପିଛା ଜଣେ ନର୍ସିଂ ଷ୍ଟାଫ ରହିବା କଥା। ମଙ୍ଗଳବାର ଏଠାରେ ୧୦୫ ଜଣ ରୋଗୀଙ୍କ ମଧ୍ୟରୁ ୮୮ ଜଣ ସାଧାରଣ ବେଡ୍‌ରେ ୮ଜଣ ସେମି ଆଇସିୟୁ ଓ ୯ଜଣ ଆଇସିୟୁରେ ଅଛନ୍ତି। କିନ୍ତୁ ସେହି ଅନୁଯାୟୀ ଡାକ୍ତର ଓ ନର୍ସ ନାହାନ୍ତି। ଫଳରେ ରୋଗୀମାନଙ୍କୁ ଠିକ୍‌ ଭାବେ ଚିକିତ୍ସା ମିଳିପାରୁ ନାହିଁ। ହସ୍ପିଟାଲ ଖୋଲିବା ପରଠାରୁ ମୋଟ ୨୦୧ ଜଣଙ୍କ ଚିକିତ୍ସା ହୋଇଥିବାବେଳେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି।
ଅଭିଯୋଗ ମିଳିଲେ ତୁରନ୍ତ ଅବଗତ କରୁଛୁ
ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ନିକଟରୁ କୋଭିଡ୍‌ ହସ୍ପିଟାଲର ସମସ୍ୟା ଜାଣିବା ପରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରୁଛୁ। ସମସ୍ୟା ଥିଲେ, ସମ୍‌ କର୍ତ୍ତୃପକ୍ଷ ଓ ହସ୍ପିଟାଲ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଉଛୁ। ଏଥିସହ ଏହାର ପୁନରାବୃତ୍ତି ନ କରିବାକୁ କୁହାଯାଉଛି। ଲୋକବଳ ବଢ଼ାଇବାକୁ ସମ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ସମସ୍ୟା ପ୍ରତି ଯତ୍ନବାନ ହେବୁ
ମେଡିକାଲରେ ଏବେ ୧୧ ଜଣ ଡାକ୍ତର ରହିଛନ୍ତି। ଯଦି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ସେଭଳି କିଛି ଅଭିଯୋଗ ଥିବ, ସେଥିପ୍ରତି ଯତ୍ନବାନ ହେବୁ। ଆଗକୁ ଯେଭଳି ଭାବେ କୌଣସି ଅଭିଯୋଗ ନ ଆସିବ ସେ ଦିଗରେ ଦୃଷ୍ଟି ଦେବୁ।
-ସୁଶାନ୍ତ ବିଶ୍ୱାଳ,
କୋଭିଡ୍‌ ମେଡିକାଲ ପରିଚାଳକ
ଚିକିତ୍ସାରେ ଘୋର ଅବହେଳା ହେଉଛି
ତାଳଚେର କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଘୋର ଅବହେଳା କରାଯାଉଛି। ପୁତୁରା ଗୁରୁତର ଥିଲେ ମଧ୍ୟ ମେଡିକାଲ ଭିତରକୁ ନେବା ବଦଳରେ ଗେଟ୍‌ ମୁହଁରେ ଅପେକ୍ଷା କରାଇଲେ। ଅକ୍ସିଜେନ୍‌ ଅଭାବରୁ ତା’ର ଜୀବନ ଚାଲିଗଲା। ସମସ୍ତଙ୍କୁ ଯେପରି ଉତ୍ତମ ଚିକିତ୍ସା ମିଳିବ ସେ ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ।
-ସୁକାନ୍ତ କୁମାର ପ୍ରଧାନ, ମୃତକଙ୍କ ସମ୍ପର୍କୀୟ
ଲୋକଙ୍କ ବିଶ୍ୱାସ ଭାଙ୍ଗିଯାଉଛି
କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସି ମୃତ୍ୟୁ ହେଲେ, ମେଡିକାଲ କର୍ତ୍ତୃପକ୍ଷ ମୃତକଙ୍କ ପରିବାରକୁ ଅବଗତ କରୁନାହାନ୍ତି। ଏହା ଅତ୍ୟନ୍ତ ହୃଦୟ ବିଦାରକ। ଡାକ୍ତରମାନେ ଦ୍ୱିତୀୟ ଈଶ୍ୱର ସାଜିଥିବାବେଳେ ଆକ୍ରାନ୍ତଙ୍କ ପାଇଁ ମେଡିକାଲ ମନ୍ଦିର ସଦୃଶ। କିନ୍ତୁ ଏଭଳି ଅବହେଳା ଲୋକଙ୍କ ବିଶ୍ୱାସ ଭାଙ୍ଗିଦେଉଛି।
-ଅଭୟ ରାୟ, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri