ସେବାରେ ସନ୍ତୁଷ୍ଟ ନୁହନ୍ତି ସଂକ୍ରମିତ

ଅନୁଗୋଳ ଅଫିସ, ୧୨ା୫ – (ଅମିତ କୁମାର ସାମଲ) ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ତାଳଚେରଠାରେ ଖୋଲାଯାଇଛି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ। ଜିଲାର ଆକ୍ରାନ୍ତମାନଙ୍କୁ ଏଠାରେ ଉତ୍ତମ ସେବା ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଘଟୁଥିବା ଚର୍ଚ୍ଚା ହେଉଛି। ବିଶେଷକରି ରୋଗୀଙ୍କ ତୁଳନାରେ କମ୍‌ ସଂଖ୍ୟକ ଡାକ୍ତର ଓ ନର୍ସଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ବିଭିନ୍ନ ହସ୍ପିଟାଲରୁ ଏଠାକୁ ସଂକ୍ରମିତଙ୍କୁ ପଠାଯାଉଥିବା ବେଳେ ସେମାନେ ସେବାକୁ ନେଇ ସନ୍ତୁଷ୍ଟ ନ ଥିବା ଅଭିଯୋଗ ବଢ଼ିବାରେ ଲାଗିଛି।
ଗତବର୍ଷ କୋଭିଡ୍‌ ମୁକାବିଲା ବେଳେ ତାଳଚେରଠାରେ ଖୋଲାଯାଇଥିବା ସ୍ବତନ୍ତ୍ର ହସ୍ପିଟାଲକୁ ନେଇ ନାନା ଆପତ୍ତି ଅଭିଯୋଗ ଉଠିଥିଲା। ଚିକିତ୍ସାଠାରୁ ଆରମ୍ଭ କରି ଭିଟାମିନଯୁକ୍ତ ଖାଦ୍ୟ ଦେବାରେ ଘୋର ଅବହେଳା କରାଯାଉଥିବା ନେଇ ଅନେକ ସମୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ପ୍ରଥମ ତୁଳନାରେ କରୋନାର ଦ୍ୱିତୀୟ ଲହର ଅଧିକ ଘାତକ ସାବ୍ୟସ୍ତ ହୋଇଥିବାରୁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ନେଇ ରୋଗୀ ମହଲରେ ଭୟର ବାତାବରଣ ଥିବାବେଳେ ଏହି କୋଭିଡ୍‌ ହସ୍ପିଟାଲରୁ ଉତ୍ତମ ଚିକିତ୍ସା ଜିଲାବାସୀ ଆଶା କରୁଛନ୍ତି। କିନ୍ତୁ ଏଠାରେ ଥିବା ରୋଗୀଙ୍କ ସ୍ବାସ୍ଥ୍ୟ ପରଖିବାକୁ କେତେବେଳେ ଡାକ୍ତର ଆସୁନାହାନ୍ତି ତ ଆଉ କେତେବେଳେ ନର୍ସଙ୍କ ଦେଖାମିଳୁନାହିଁ। ଅନେକ ସମୟରେ ହସ୍ପିଟାଲ ଫାଟକ ସମ୍ମୁଖରେ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ବେଡ୍‌ ଖାଲି ନ ଥିବା କହି ମଧ୍ୟ କେତେଜଣ ଆକ୍ରାନ୍ତଙ୍କୁ ଫେରାଇ ଦିଆଯାଉଛି। ଏପରି କି ଚିକିତ୍ସାଧୀନ କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ଲୋକଙ୍କୁ ଠିକ୍‌ ଭାବେ ଅବଗତ କରାଯାଉ ନାହିଁ। ସମ୍ପର୍କୀୟମାନେ ମେଡିକାଲ ଫାଟକ ନିକଟକୁ ଆସି ରୋଗୀଙ୍କ ସମ୍ପର୍କରେ ପଚାରିଲେ ଫଟୋ ଦେଖାଇ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ସେହିପରି ରାତ୍ରିରେ ରୋଗୀଙ୍କ ପ୍ରତି ଅଧିକ ଅବହେଳା କରାଯାଉଛି। ମୋଟ୍‌ ୧୨୦ଟି ବେଡ୍‌ ମଧ୍ୟରୁ ୯୦ଟି ସାଧାରଣ, ୨୦ଟି ସେମି ଆଇସିୟୁ ଓ ୧୦ଟି ଆଇସିୟୁ ଶଯ୍ୟା ରହିଛି। ହେଲେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମାତ୍ର ୭ ଜଣ ଡାକ୍ତର ଓ ୨୬ ଜଣ ନର୍ସିଂ ଷ୍ଟାଫ ଅଛନ୍ତି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ପ୍ରତି ୧୦ ରୋଗୀଙ୍କ ପାଇଁ ଜଣେ ଡାକ୍ତର ଓ ପ୍ରତି ୩ ଜଣ ରୋଗୀଙ୍କ ପିଛା ଜଣେ ନର୍ସିଂ ଷ୍ଟାଫ ରହିବା କଥା। ମଙ୍ଗଳବାର ଏଠାରେ ୧୦୫ ଜଣ ରୋଗୀଙ୍କ ମଧ୍ୟରୁ ୮୮ ଜଣ ସାଧାରଣ ବେଡ୍‌ରେ ୮ଜଣ ସେମି ଆଇସିୟୁ ଓ ୯ଜଣ ଆଇସିୟୁରେ ଅଛନ୍ତି। କିନ୍ତୁ ସେହି ଅନୁଯାୟୀ ଡାକ୍ତର ଓ ନର୍ସ ନାହାନ୍ତି। ଫଳରେ ରୋଗୀମାନଙ୍କୁ ଠିକ୍‌ ଭାବେ ଚିକିତ୍ସା ମିଳିପାରୁ ନାହିଁ। ହସ୍ପିଟାଲ ଖୋଲିବା ପରଠାରୁ ମୋଟ ୨୦୧ ଜଣଙ୍କ ଚିକିତ୍ସା ହୋଇଥିବାବେଳେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି।
ଅଭିଯୋଗ ମିଳିଲେ ତୁରନ୍ତ ଅବଗତ କରୁଛୁ
ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ନିକଟରୁ କୋଭିଡ୍‌ ହସ୍ପିଟାଲର ସମସ୍ୟା ଜାଣିବା ପରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରୁଛୁ। ସମସ୍ୟା ଥିଲେ, ସମ୍‌ କର୍ତ୍ତୃପକ୍ଷ ଓ ହସ୍ପିଟାଲ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଉଛୁ। ଏଥିସହ ଏହାର ପୁନରାବୃତ୍ତି ନ କରିବାକୁ କୁହାଯାଉଛି। ଲୋକବଳ ବଢ଼ାଇବାକୁ ସମ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ସମସ୍ୟା ପ୍ରତି ଯତ୍ନବାନ ହେବୁ
ମେଡିକାଲରେ ଏବେ ୧୧ ଜଣ ଡାକ୍ତର ରହିଛନ୍ତି। ଯଦି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ସେଭଳି କିଛି ଅଭିଯୋଗ ଥିବ, ସେଥିପ୍ରତି ଯତ୍ନବାନ ହେବୁ। ଆଗକୁ ଯେଭଳି ଭାବେ କୌଣସି ଅଭିଯୋଗ ନ ଆସିବ ସେ ଦିଗରେ ଦୃଷ୍ଟି ଦେବୁ।
-ସୁଶାନ୍ତ ବିଶ୍ୱାଳ,
କୋଭିଡ୍‌ ମେଡିକାଲ ପରିଚାଳକ
ଚିକିତ୍ସାରେ ଘୋର ଅବହେଳା ହେଉଛି
ତାଳଚେର କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଘୋର ଅବହେଳା କରାଯାଉଛି। ପୁତୁରା ଗୁରୁତର ଥିଲେ ମଧ୍ୟ ମେଡିକାଲ ଭିତରକୁ ନେବା ବଦଳରେ ଗେଟ୍‌ ମୁହଁରେ ଅପେକ୍ଷା କରାଇଲେ। ଅକ୍ସିଜେନ୍‌ ଅଭାବରୁ ତା’ର ଜୀବନ ଚାଲିଗଲା। ସମସ୍ତଙ୍କୁ ଯେପରି ଉତ୍ତମ ଚିକିତ୍ସା ମିଳିବ ସେ ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ।
-ସୁକାନ୍ତ କୁମାର ପ୍ରଧାନ, ମୃତକଙ୍କ ସମ୍ପର୍କୀୟ
ଲୋକଙ୍କ ବିଶ୍ୱାସ ଭାଙ୍ଗିଯାଉଛି
କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସି ମୃତ୍ୟୁ ହେଲେ, ମେଡିକାଲ କର୍ତ୍ତୃପକ୍ଷ ମୃତକଙ୍କ ପରିବାରକୁ ଅବଗତ କରୁନାହାନ୍ତି। ଏହା ଅତ୍ୟନ୍ତ ହୃଦୟ ବିଦାରକ। ଡାକ୍ତରମାନେ ଦ୍ୱିତୀୟ ଈଶ୍ୱର ସାଜିଥିବାବେଳେ ଆକ୍ରାନ୍ତଙ୍କ ପାଇଁ ମେଡିକାଲ ମନ୍ଦିର ସଦୃଶ। କିନ୍ତୁ ଏଭଳି ଅବହେଳା ଲୋକଙ୍କ ବିଶ୍ୱାସ ଭାଙ୍ଗିଦେଉଛି।
-ଅଭୟ ରାୟ, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri