ବେଡ୍‌ରେ ରୋଗୀ, ତଳେ ମୃତଦେହ

କଟକ ଅଫିସ,୮।୫: ବେଡ୍‌ ଉପରେ ଚାଲିଛି ରୋଗୀ ଚିକିତ୍ସା, ତଳେ ପଡିଛି ମୃତଦେହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଏସ୍‌ସିବି ମେଡିକାଲ କାଜୁଆଲ୍‌ଟିରେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ମେଡିକାଲ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୨୪ ଘଣ୍ଟା ପରେ ମୃତଦେହକୁ ଉଠାଇ ନିଆଯାଇ ଶବଗୃହରେ ରଖାଯାଇଛି।
ଭଦ୍ରକ ଜିଲା ତିହିଡି ଅଞ୍ଚଳର ବିଦ୍ୟାଧର ଜେନା(୬୬) କୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ଲାଗି ତାଙ୍କୁ ସମ୍ପର୍କୀୟମାନେ ଗତ ଶୁକ୍ରବାର ସକାଳ ୭ଟା ୫୦ରେ ଏସ୍‌ସିବି ମେଡିକାଲ ଆଣିଥିଲେ। ତାଙ୍କୁ କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଥିବାବେଳେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ସମ୍ପର୍କୀୟମାନେ ମୃତଦେହ ଛାଡ଼ି ଚାଲିଯାଇଥିଲେ। ଏହି ସମୟରେ ଆଉ ଜଣେ ରୋଗୀ ଆସିବାରୁ ବିଦ୍ୟାଧରଙ୍କ ମୃତଦେହ ବେଡ୍‌ ତଳକୁ ଓହ୍ଲାଇ ଦିଆଯାଇଥିଲା। ଉକ୍ତ ବେଡ୍‌ରେ ଅନ୍ୟ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଦୁଃଖର ବିଷୟ ୨୪ ଘଣ୍ଟା ଧରି ମୃତଦେହ ପଡିରହିଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନ ଥିଲା। ଡାକ୍ତର ଓ ନର୍ସ ଆସି ରୋଗୀଙ୍କ ଚିକିତ୍ସା କରୁଥିଲେ ମଧ୍ୟ ତଳେ ପଡିଥିବା ମୃତଦେହକୁ ଉଠାଇ ନ ଥିଲେ। ଏ ସମ୍ପର୍କରେ ଜଣାପଡିବା ପରେ ମେଡିକାଲରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ମେଡିକାଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତର, ମେଡିକାଲ କର୍ମଚାରୀ ଓ ଅନ୍ୟ ରୋଗୀଙ୍କ ସମ୍ପର୍କୀୟମାନଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ମୃତଦେହକୁ ଉଠାଇ ନିଆଯାଇ ଶବଗୃହରେ ରଖାଯାଇଥିଲା। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଲୁସି ଦାସ କହିଛନ୍ତି, ଘଟଣା ଜାଣିବା ପରେ ପ୍ରଶାସନିକ ଅଧିକାରୀମାନେ ପଦକ୍ଷେପ ନେଇଛନ୍ତି। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସେମାନଙ୍କୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri