Posted inଫୁରସତ

ରୋଗୀଙ୍କୁ ଲିଫ୍ଟରେ ନେଉଥିଲେ ମେଡିକାଲ କର୍ମଚାରୀ, ପରେ ଯାହା ଘଟିଲା,ଭିଡିଓ ଦେଖିଲେ ପାଦତଳୁ ଖସିଯିବ ମାଟି

ଦୁର୍ଘଟଣା ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ହୋଇପାରେ। ତେଣୁ ସବୁ ସ୍ଥାନରେ ସତର୍କ ରହିବା ଲୋକଙ୍କ ଦାୟିତ୍ୱ। କିନ୍ତୁ ଅନେକ ଥର ସତର୍କ ରହିବା ସତ୍ତ୍ୱେ ବି ଏପରି ଦୁର୍ଘଟଣା ଘଟେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଏପରି ଏକ ଭୟଙ୍କର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

@BornAKang ନାମକ ଟୁଇଟର ଆକଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଜଣେ ରୋଗୀଙ୍କୁ ମେଡିକାଲର ଦୁଇ କର୍ମଚାରୀ ଷ୍ଟ୍ରେଚର ସାହାଯ୍ୟରେ ଲିଫ୍ଟରେ ନେଉଛନ୍ତି। ଲିଫ୍ଟରେ ଷ୍ଟ୍ରେଚରରୁ ରୋଗୀ ଜଣଙ୍କ ଖସି ପଡୁଥିବା ଭିଡିଓରେ ଦେଖାଯାଇଛି। ପ୍ରାୟତଃ ଲୋକଙ୍କୁ ଚେତାବନୀ ଦିଆଯାଏ ଯେ, ଯଦି ସେମାନେ ଲିଫ୍ଟରେ ଯାଉଛନ୍ତି, ତେବେ ସତର୍କତାର ସହିତ ଚଢ଼ନ୍ତୁ। ଲିଫ୍ଟ ମଝିରେ ହାତ ରଖନ୍ତୁ ନାହିଁ, ବଟନ ଦବାଇବା ସମୟରେ ସାବଧାନ ରୁହନ୍ତୁ, କିନ୍ତୁ ଏହି ଭିଡିଓ ଦେଖିବା ପରେ ଲିଫ୍ଟ ବିଷୟରେ ଆପଣଙ୍କ ମନରେ ଏକ ଭିନ୍ନ ଭୟ ଆସିବ।

ଭିଡିଓରେ ମେଡିକାଲ କର୍ମଚାରୀମାନେ ଷ୍ଟ୍ରେଚରରେ ଲିଫ୍ଟ ଭିତରେ ଜଣେ ରୋଗୀଙ୍କୁ ନେଉଥିବା ସମୟରେ ଜଣେ ମହିଳା ଯାଉଥିବା ଦେଖାଯାଉଛି। ଏହି ମହିଳା ଜଣକ ଶାଢ଼ି ପିନ୍ଧିଛନ୍ତି। ତେବେ ଏଥିରୁ ଅନୁମାନ କରାଯାଇପାରେ ଯେ, ଭିଡିଓଟି ଭାରତରୁ ଆସିଛି।  ଏହି ମହିଳା ଜଣକ ସେହି ଲିଫ୍ଟରେ ତଳକୁ ଯିବାର ଥିଲା। ତେଣୁ ସେ ଗ୍ରାଉଣ୍ଡ ଫ୍ଲୋରର ବଟନ ଦବାଇ ଦେଲେ। ଫଳରେ ଲିଫ୍ଟଟି କିଛି ସମୟ ଉପର ତଳ ହୋଇ ଶେଷରେ ତଳେ ପହଞ୍ଚିଲା। ଏହି ସମୟରେ ଷ୍ଟ୍ରେଚରରୁ ରୋଗୀ ଜଣକ ଖସି ପଡୁଥିବା ନଜର ଆସିଛନ୍ତି।

ଏହି ଭିଡିଓକୁ ୧ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର କହିଛନ୍ତି, ଏହା ହେଉଛି ଶେଷ ଗନ୍ତବ୍ୟସ୍ଥଳର ଦୃଶ୍ୟ। ଲିଫ୍ଟ କିପରି ଭୁଲ୍‌ ଭାବରେ ଚାଲୁଥିଲା ସେଥିରେ ଜଣେ ଆଶ୍ଚର୍ଯ୍ୟ ହୋଇଥିଲେ। ଆଉ ଜଣେ ୟୁଜର କହିଛନ୍ତି, ଆମେରିକାରେ ସୁରକ୍ଷା ବୈଶିଷ୍ଟ ବିଭିନ୍ନ ପ୍ରକାରର, ସେଠାରେ ଏପରି ଘଟଣା କମ୍‌ ହୋଇପାରେ। ଅନ୍ୟ ଜଣେ କହିଛନ୍ତି, ବ୍ୟକ୍ତି ଜଣକ ସିଟି ସ୍କାନ୍‌ ପାଇଁ ଯାଇ ଗୋଡ଼ ଭାଙ୍ଗିଥିବେ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri