Posted inଖେଳ

ପଟିଦାର ଆଇପିଏଲ୍‌ରୁ ବାହାର

ବେଙ୍ଗାଲୁରୁ, ୫ା୪ (ପି.ଟି.): ଗୋଇଠିରେ ଇଞ୍ଜୁରି ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଟପ୍‌ ଅର୍ଡର ବ୍ୟାଟର ରଜତ ପଟିଦାର ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନରୁ ବାଦ୍‌ ପଡ଼ିଛନ୍ତି। ଫଳରେ ଦଳକୁ ଶକ୍ତ ଧକ୍କା ଲାଗିଛି। ଏହି ୨୯ ବର୍ଷୀୟ କ୍ରିକେଟର ଗତବର୍ଷ ଆରସିବିର ତୃତୀୟ ସର୍ବୋଚ୍ଚ ସ୍କୋରର ଥିଲେ। ସେ ୫୫.୫୦ ଆଭରେଜରେ ୮ଟି ମ୍ୟାଚ ଖେଳି ୩୩୩ ରନ ସଂଗ୍ରହ କରିଥିଲେ। ସେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଜଣେ ଭାରତୀୟ ଭାବେ ଆଇପିଏଲ୍‌ କ୍ୱାଲିଫାୟର-୧ରେ ସେ ଦ୍ରୁତତମ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମେ କୁହାଯାଉଥିଲା, ପଟିଦାର ଇଞ୍ଜୁରି ମୁକ୍ତ ହୋଇ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ଉପଲବ୍ଧ ହେବେ। ମାତ୍ର ସେ ଆଇପିଏଲ୍‌ର ଏହି ସିଜନରେ ଆଦୌ ଖେଳିପାରିବେ ନାହିଁ ବୋଲି ମଙ୍ଗଳବାର ସ୍ପଷ୍ଟ ହୋଇଛି। ଆର୍‌ସିବିର ଅନ୍ୟତମ ଖେଳାଳି ଜୋସ୍‌ ହାଜେଲଉଡ୍‌ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ଗତବର୍ଷ ସେ ଦଳର ସବୁଠାରୁ ସଫଳ ବୋଲର ଥିଲେ। ୧୨ଟି ମ୍ୟାଚରେ ସେ ୨୦ ଉଇକେଟ ଅକ୍ତିଆର କରିଥିଲେ। ତେବେ ସେ ଏପ୍ରିଲ ଚତୁର୍ଥ ସପ୍ତାହ ବେଳକୁ ଠିକ୍‌ ହୋଇଯାଇଥିବେ ବୋଲି କୁହାଯାଉଛି। ଆରସିବିର ଇଂଲଣ୍ଡ ପେସ୍‌ ବୋଲର ରିସି ଟପ୍‌ଲେ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ଏଠାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳର ୮ଉଇକେଟ ବିଜୟ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେତାବନୀ ଦେଲେ ରବି ଶାସ୍ତ୍ରୀ

ଲଣ୍ଡନ,୧।୯: ଆଜିଠାରୁ ଓଭାଲରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଲିଡ୍ସରେ ଲଜ୍ଜାଜନକ ପରାଜୟ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ଲର୍ଡସ...

ଉଦୟ ହେଲା ସନରାଇଜର୍ସର ସୂର୍ଯ୍ୟ

ଚେନ୍ନାଇ,୨୧।୪: କ୍ରମାଗତ ୩ ପରାଜୟ ପରେ ଉଦୟ ହୋଇଛି ସନରାଇଜର୍ସ ହାଇଦ୍ରାବାଦ୍‌ର ସୂର୍ଯ୍ୟ। ଦଳୀୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଯୋଗୁ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ଦଳ...

ପ୍ରଥମେ ପଜିଟିଭ ପରେ ନେଗେଟିଭ ଆସିଲା ଏହି ଖେଳାଳିଙ୍କ କରୋନା ରିପୋର୍ଟ

କାରଚୀ,୨୪।୬(ପି.ଟି.): ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ହାଫିଜ୍‌ କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ୍‌ ବୋଲି ଜଣାପଡିଛନ୍ତି। ତେବେ ଗୋଟିଏ ଦିନ...

‘ପୁଅରେ, ତୁ ଏବେ ଯାଏ ମୋ ରାଗ ଦେଖିନାହୁଁ’: ଖରାପ ବଲ୍‌ ଫିଙ୍ଗିବାକୁ ନେଇ ଏହି ଖେଳାଳିଙ୍କ ଉପରେ ରାଗି ଯାଇଥିଲେ ଧୋନୀ

ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କର ଶାନ୍ତ ସ୍ବଭାବ ପାଇଁ ସମସ୍ତେ ଜାଣନ୍ତି। ଏହାକୁ ନେଇ ତାଙ୍କୁ କ୍ୟାପଟେନ୍‌...

ବ୍ରୁକ୍‌, ଗାର୍ଡନର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୪ା୩: ଭାରତର ରବୀନ୍ଦ୍ର ଜାଡେଜା ଓ ଓ୍ବେଷ୍ଟଇଣ୍ଡିଜ୍‌ର ଗୁଡାକେଶ ମୋତିଙ୍କୁ ପଛରେ ପକାଇ ଇଂଲଣ୍ଡର ହ୍ୟାରି ବ୍ରୁକ୍‌ ଫେବୃୟାରୀ ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ...

ବଲବୀର ଦେଶର ଗର୍ବ, ଗୌରବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୫(ପି.ଟି.): କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ସେ ଜଣେ ଉଚ୍ଚକୋଟୀର ଖେଳାଳି ହେବା ସଙ୍ଗେ...

ଆଧୁନିକ କ୍ରିକେଟରେ କେଉଁ ଖେଳାଳିଙ୍କ ଭଳି ବ୍ୟାଟିଂ କରିବାକୁ ଚାହାନ୍ତି ପ୍ରଶ୍ନରେ ଏଭଳି କହିଲେ ଗାଭାସ୍କର; ଚକିତ କଲା ନାମ…

ନୂଆଦିଲ୍ଲୀ,୩।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଟି୨୦ କ୍ରିକେଟର ବଡ଼ ପ୍ରଶଂସକ ବୋଲି ସ୍ବୀକାର କରିଛନ୍ତି। ତାଙ୍କ ସମୟର ଅନେକ ଖେଳାଳି...

ମ୍ୟାଚ୍‌ ଛଡ଼ାଇ ନେଲେ ନିଶାମ, ଫିଲିପ୍ସ

ଶାରଜା,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ସେମିଫାଇନାଲ ଆଶାକୁ ଧକ୍କା ଲାଗିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ନାମ୍ବିଆକୁ ୫୨ ରନ୍‌ରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ।...

Advertisement
Archives

Model This Week