Categories: ଖେଳ

ପଟିଆଲା, ବେଙ୍ଗାଲୁରୁ ସାଇରେ ୩୦ ପଜିଟିଭ୍‌: ତାଲିକାରେ ଅଲିମ୍ପିକ୍ସ ଖେଳାଳି ନାହାନ୍ତି

ନୂଆଦିଲ୍ଲୀ,୧।୪(ପି.ଟି.): ପଟିଆଲା ଓ ବେଙ୍ଗାଲୁରୁସ୍ଥିତ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ରେ ୩୦ ଜଣ କ୍ରୀଡ଼ାବିତ୍‌ ଓ ସପୋର୍ଟ ଷ୍ଟାଫ୍‌ କୋଭିଡ୍‌-୧୯ ପଜିଟିଭ ବୋଲି ଜଣାପଡ଼ିଛି। ଏ ନେଇ ୭୪୧ ଜଣଙ୍କର ଟେଷ୍ଟ କରାଯାଇଥିଲା। ତେବେ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ଖେଳାଳିମାନେ ପଜିଟିଭ୍‌ ନୁହନ୍ତି ବୋଲି ସ୍ପଷ୍ଟ କରାଯାଇଛି।
ଭାରତୀୟ ପୁରୁଷ ବକ୍ସିଂ ମୁଖ୍ୟ କୋଚ୍‌ ସି.ଏ. କୁଟାପ୍ପା ଓ ଶଟ୍‌ପୁଟ୍‌ କୋଚ୍‌ ମହିନ୍ଦର ସିଂ ଧିଲନ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ପଟିଆଲା ଓ ବେଙ୍ଗାଲୁରୁରେ ଯଥାକ୍ରମେ ୩୧୩ ଓ ୪୨୮ ଜଣଙ୍କର ପରୀକ୍ଷା କରାଯାଇଥିଲା ବୋଲି ସାଇ ତରଫରୁ କୁହାଯାଇଛି। ପଟିଆଲାରେ ୨୬ ଓ ବେଙ୍ଗାଲୁରୁରେ ୪ଜଣ ପଜିଟିଭ ବୋଲି ଜଣାପଡିଛି। ପଟିଆଲାରେ ୨୬ଜଣ ପଜିଟିଭଙ୍କ ମଧ୍ୟରୁ ୧୬ଜଣ କ୍ରୀଡ଼ାବିତ୍‌ ଓ ବାକି ସମସ୍ତେ ସପୋର୍ଟ ଷ୍ଟାଫ୍‌ ବୋଲି କୁହାଯାଇଛି। ୧୬ଜଣ ପଜିଟିଭଙ୍କ ମଧ୍ୟରୁ ୧୦ ବକ୍ସର ଓ ୬ଜଣ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ ସାମିଲ ରହିଥିଲେ। ସେହିପରି ବେଙ୍ଗାଲୁରୁରେ ଜଣେ ରେସ୍‌ଓ୍ବାକ କୋଚ୍‌ ପଜିଟିଭ ବୋଲି ଜଣାପଡିଛି।

Share