ବିନା ଅନୁମତିରେ ଚାଲିଛି ପାଥୋଲାବ୍‌,ଏକ୍ସରେ କ୍ଲିନିକ୍‌

ପଟ୍ଟାମୁଣ୍ଡାଇ, ୨୬।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଛତୁ ଫୁଟିଲା ଭଳି ମାଳ ମାଳ ଖୋଲିଚାଲିଛି ପାଥୋଲାବ୍‌ ଓ ଏକ୍ସରେ କ୍ଲିନିକ୍‌। ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ସମସ୍ତ ବିଷୟ ଜାଣୁଥିଲେ ମଧ୍ୟ ନୀରବଦ୍ରଷ୍ଟା ସଜିଛନ୍ତି। ଡିଏମ୍‌ଏଲ୍‌ଟିର ବିନା ଅମୁମତି ଓ ତାଙ୍କ ନିୟମ ଅନୁଯାୟୀ ପାଥୋଲାବ୍‌ଗୁଡିକ ଚାଲି ନ ଥିବା ଅଭିଯୋଗ ହେଉଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏ ସମ୍ପର୍କରେ ଜାଣୁଥିଲେ ମଧ୍ୟ ପାଥୋଲାବ୍‌ଗୁଡିକୁ ଯାଞ୍ଚ କରାଯାଉନାହିଁ। ସ୍ବାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ, ପାଥୋଲାବ୍‌ରେ କେତେ କୋଠରି ଓ ସେଥିରେ କ’ଣ ସୁବିଧା ରହିବ ତାହା ନିର୍ଦ୍ଧାରଣ କରାଯାଇଥାଏ। କିନ୍ତୁ ସେ ସବୁକୁ ନ ମାନି ଗୋଟିଏ ଗୋଟିଏ ଛୋଟ କୋଠରିରେ ପଥୋଲାବ୍‌ମାନ ଚାଲିଛି। ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଅଧୀନରେ ଅଳପୁଆ, ତୁଳସୀଡିଆ, ଅଣ୍ଢରା, ସାନଜରିଆ, ବଡ଼ପଡ଼ା ଓ ଚନ୍ଦନନଗରରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ପାଖରେ ମଧ୍ୟ ଏ ପ୍ରକାର ପାଥୋଲାବ୍‌ ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ବେଆଇନ ଭାବେ ଚାଲିଥିବା ପାଥୋଲାବ୍‌ଗୁଡିକ ଯାଞ୍ଚ କରାଯାଇ ସେଗୁଡିକୁ ବନ୍ଦ କରିବା ସହ ପାଥୋଲାବ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ସେହିପରି ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମଧ୍ୟ ଘରୋଇ କ୍ଲିନିକ୍‌ଗୁଡିକ ଚାଲିଛି। ସେଗୁଡିକ ମଧ୍ୟ ସରକାରଙ୍କ ନିର୍ଦ୍ଧାରିତ ନିୟମକୁ ଅମାନ୍ୟ କରି ଅନାୟାସରେ ଚାଲିଥିବା ଅଭିଯୋଗ ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଢେର୍‌ ହ୍ରାସ ପାଇଛି। ଏହାର ଏକ କାରଣ ବେଆଇନ ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା। ସହରରେ ଛତୁ ଫୁଟିଲା ଭଳି ଖୋଲିଥିବା କ୍ଲିନିକ୍‌ରେ ବେଆଇନ ଲିଙ୍ଗ ନିରୂପଣକୁ ନେଇ ଗୁରୁତର ଅଭିଯୋଗ ହେଉଛି। ଯଦିଓ ଲୋକଦେଖାଣିଆ ଭାବେ ସବୁ କ୍ଲିନିକ୍‌ ବାହାରେ ଲିଙ୍ଗ ନିରୂପଣ ଅପରାଧ ବୋଲି ବୋର୍ଡ ଲଗାଯାଇଛି ତେବେ ଏହି ବୋର୍ଡ ତଳେ ଲୁଚିଛପି ବେଆଇନ କାର୍ଯ୍ୟ ଚାଲିଛି। ଏପରି ସ୍ଥଳେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉ ନ ଥିବା ସ୍ବାସ୍ଥ୍ୟ ବିଭାଗର ସାଧୁତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମାଳ ମାଳ ହୋଇ ଚାଲିଥିବା ବେଆଇନ ପାଥୋଲାବ୍‌, ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ ଉପରେ ଚଢାଉ କରାଯିବାକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାଥୋଲାବ୍‌ ଓ ଘରୋଇ କ୍ଲିନିକ୍‌ର ଯାଞ୍ଚ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏ ସମ୍ପର୍କରେ ଏଡିଏମ୍‌ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରୁ ବିନା ଅନୁମତିରେ ବେଆଇନ ପାଥୋଲାବ୍‌, ଏକ୍ସ-ରେ, ଅଲଟ୍ରାସାଉଣ୍ଡ କ୍ଲିନିକ୍‌ ବହୁତ ଖୋଲିଛି। ଜିଲା ଟିମ୍‌ ଏହାର ଅନୁଧ୍ୟାନ କରୁଛି। କିଛିଦିନ ଭିତରେ ସେମାନଙ୍କ ଉପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri