ଦୁଇବର୍ଷରେ ଦୟନୀୟ

ଭୁବନ, ୧୭ା୬(ଡି.ଏନ୍‌.ଏ.) କେଉଁଠି ଭାଙ୍ଗିପଡ଼ିଛି କଳକବ୍‌ଜା ତ ଆଉ କେଉଁଠି ଚୋରି ହୋଇଗଲାଣି ଯନ୍ତ୍ରାଂଶ। ଦୁଇବର୍ଷ ତଳେ ଯେଉଁ ବ୍ୟାୟାମଶାଳାରେ ସକାଳେ ସଞ୍ଜରେ ଅସମ୍ଭବ ଭିଡ଼ ହେଉଥିଲା, ଏବେ ସେହି ସ୍ଥାନ ଖଁା ଖଁା। ହାତଗଣତି ଲୋକ ଆସୁଛନ୍ତି। ଯେଉଁମାନେ ଆସୁଛନ୍ତି, ଘଣ୍ଟାଏ ଅଧଘଣ୍ଟା ଭିତରେ ପଳାଉଛନ୍ତି। ପରିଚାଳନା ଅଭାବରୁ ମାତ୍ର ଦୁଇବର୍ଷ ମଧ୍ୟରେ ଏଭଳି ଦୟନୀୟ ସ୍ଥିତିରେ ପହଞ୍ଚତ୍ୟାଇଛି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୧ନଂ. ଓ୍ବାର୍ଡରେ କରାଯାଇଥିବା ଓପନ୍‌ ଜିମ୍‌। କରୋନା ମହାମାରୀ ପୂର୍ବରୁ ଭୂରିଭୂରି ପ୍ରଶଂସା ସାଉଁଟୁଥିବା ଜିମ୍‌ର ଏଭଳି ଅବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସହରର ଯୁବପିଢ଼ି ଏବଂ ବୟୋଜ୍ୟେଷ୍ଠ।
ସୁସ୍ଥ ରହିବେ ସହରବାସୀ। ସୈନ୍ୟବାହିନୀରେ ଯୋଗଦେବାକୁ ଆଶାୟୀ ଯୁବକମାନେ ସୁବିଧାରେ ବ୍ୟାୟାମ କରିବେ। ବୟୋଜ୍ୟେଷ୍ଠମାନେ ନେଇପାରିବେ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣର ମଜା। ଏଭଳି କିଛି ମହତ୍‌ ଉଦ୍ଦେଶ୍ୟ ରଖି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ନଂ. ଓ୍ବାର୍ଡ ଅଧୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଏନ୍‌ଏସି ପକ୍ଷରୁ ଦୁଇବର୍ଷ ତଳେ ଖୋଲିଥିଲା ଓପନ୍‌ ଜିମ୍‌। ଏଥିରେ ଖର୍ଚ୍ଚ ହୋଇଥିଲା ସର୍ବମୋଟ ୨୨ ଲକ୍ଷ ଟଙ୍କା। ତନ୍ମଧ୍ୟରୁ ୭ ଲକ୍ଷ ଟଙ୍କା ନିର୍ମାଣ କାର୍ଯ୍ୟରେ ଏବଂ ଅବଶିଷ୍ଟ ୧୫ ଲକ୍ଷ ଟଙ୍କାରେ ବିଭିନ୍ନ ବ୍ୟାୟାମ ଉପକରଣ କିଣାଯାଇଥିଲା। ଏଥିସହ ମହିଳା ଓ ପୁରୁଷଙ୍କ ଲାଗି ପୃଥକ୍‌ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଥିଲା। ସହରରେ ଥିବା ବେସରକାରୀ ଜିମ୍‌ରେ ଯୁବପିଢ଼ି ବ୍ୟାୟାମ କରୁଥିବାବେଳେ ଏଥିଲାଗି ମାସିକ ଶୁଳ୍କ ଦେବାକୁ ପଡୁଥିଲା। ତେବେ ଓପନ୍‌ ଜିମ୍‌ ନିଃଶୁଳ୍କ ହୋଇଥିବାରୁ ଛୋଟ ପିଲାଙ୍କଠାରୁ ବୟସ୍କ ଯାଏ ଏହି ମୁକ୍ତ ବ୍ୟାୟାମଶାଳା ମୁହଁା ହୋଇଥିଲେ। ବିଶେଷ କରି ବରିଷ୍ଠମାନଙ୍କ ପାଇଁ ଏହା ପାଲଟିଥିଲା ଅବସର ବିନୋଦନର ମାଧ୍ୟମ। କିନ୍ତୁ ନିର୍ମାଣର ମାତ୍ର ଦୁଇବର୍ଷ ମଧ୍ୟରେ ଅବ୍ୟବହୃତ ହୋଇପଡ଼ିଛି ଏହି ମୁକ୍ତାକାଶ ବ୍ୟାୟାମଶାଳା। କରୋନା ସମୟରେ ସଂକ୍ରମଣ ପାଇଁ ଏହା ଦୀର୍ଘଦିନ ଧରି ବନ୍ଦ ରହିଲା। ଏହାର ସୁଯୋଗରେ ଉପକରଣଗୁଡ଼ିକ ଚୋରି ହୋଇଯାଇଛି। ରକ୍ଷଣାବେକ୍ଷଣା ଅଭାବରୁ କେତେକ ଭାଙ୍ଗିରୁଜି ଯାଇ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ତେଣୁ ବ୍ୟାୟାମଶାଳାକୁ ଆସିବାକୁ ମୁହଁ ଫେରାଉଛନ୍ତି ଲୋକେ।
ଅନ୍ୟପଟେ ଶୌଚାଳୟ ଦୁଇଟି ଆରମ୍ଭରୁ ତାଲା ପଡ଼ିଛି। ଫଳରେ ସକାଳେ ଓ୍ବାକିଂ କରିବାକୁ ଆସୁଥିବା ଯୁବତୀଯୁବକମାନେ ଶୌଚ, ପରିସ୍ରା କରିବା ଲାଗି ଅସ୍ବାଭାବିକ ସ୍ଥିତିରେ ପଡୁଛନ୍ତି। ଅନେକ ସମୟରେ ଗଛ ଆଢୁଆଳରେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଶୌଚାଳୟ ଖୋଲିବା, ଉପକରଣଗୁଡ଼ିକର ଯନ୍ତ୍ରାଂଶ ଲଗାଇ କାର୍ଯ୍ୟକ୍ଷମ କରିବା ନେଇ ଆନ୍ତରିକତା ଦେଖିବାକୁ ମିଳୁନାହିଁ। ଏହାକୁ ନେଇ କ୍ରୀଡ଼ାବିତ୍‌, ବରିଷ୍ଠ ନାଗରିକ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ଜିଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ନେଇ ରାଜ୍ୟରେ ୬ଟି ଜିଲାରେ କୋଭିଡ କେୟାର ସଯ୍ୟା ବୃଦ୍ଧି ନେଇ...

ପୋଖରୀ ହିଡ଼ ଖୋଳିବା ବେଳେ ଧସିଲା ମାଟି: ଚାଲିଗଲା ୨ ଚାଷୀଙ୍କ ଜୀବନ

ଟିଟିଲାଗଡ଼,୧୮ା୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅଦାବାହାଲ ପଞ୍ଚାୟତ ଅଧୀନ ଡୁଙ୍ଗରିଗୁଡା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଚାଷଜମିକୁ ପାଣି ମଡାଇବା...

ଜନ ଶୁଣାଣିରେ ୧୯୧ ଅଭିଯୋଗ

ପରଜଙ୍ଗ,୧୪।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ୍‌ ୧୯୧ ଅଭିଯୋଗ...

ନବାନ୍ନରେ ଉତ୍ସବମୁଖର ଯୋରନ୍ଦା

ଢେଙ୍କାନାଳ ଅଫିସ, ୩୦।୮: ଦୀର୍ଘ ୨ବର୍ଷ ପରେ ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ମହିମାଗାଦିରେ ଅନୁଷ୍ଠିତ ହୋଇଛି ସାମୂହିକ ନବାନ୍ନ କାର୍ଯ୍ୟକ୍ରମ। ମାଘମେଳା ପରେ...

ଏକ୍‌ମୋ ସପୋର୍ଟରେ ୧୦ରୁ ପ୍ରାୟ ୪ ଜଣ ବଞ୍ଚିଯାଇପାରନ୍ତି

ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍‌ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍‌ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ...

ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୫।୧୧(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲା ଲାଗି ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲାରେ ଦୁଇ ବରିଷ୍ଠ ଆଇଏଏସ୍‌ ଅଧିକାରୀ ହେମନ୍ତ ଶର୍ମା ଓ ଯାମିନୀ...

ପରଲୋକରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର

କଟକ ଅଫିସ, ୩୧।୮: ସୁର୍ପିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ବୁଧବାର କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ...

ଗୁଣ୍ଡିଚା ମନ୍ଦିରରେ ପଶିଲେ ୨ ଅଣସେବାୟତ

ପୁରୀ ଅଫିସ,୨୭ା୬: ମହାମାରୀ କରୋନା ପାଇଁ ଏଥର ଭକ୍ତଶୂନ୍ୟ ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ନବିଦାନାତ୍ମକ ଯାତ୍ରାରେ ଆସି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି...

Advertisement
Archives

Model This Week