ଦୁଇବର୍ଷରେ ଦୟନୀୟ

ଭୁବନ, ୧୭ା୬(ଡି.ଏନ୍‌.ଏ.) କେଉଁଠି ଭାଙ୍ଗିପଡ଼ିଛି କଳକବ୍‌ଜା ତ ଆଉ କେଉଁଠି ଚୋରି ହୋଇଗଲାଣି ଯନ୍ତ୍ରାଂଶ। ଦୁଇବର୍ଷ ତଳେ ଯେଉଁ ବ୍ୟାୟାମଶାଳାରେ ସକାଳେ ସଞ୍ଜରେ ଅସମ୍ଭବ ଭିଡ଼ ହେଉଥିଲା, ଏବେ ସେହି ସ୍ଥାନ ଖଁା ଖଁା। ହାତଗଣତି ଲୋକ ଆସୁଛନ୍ତି। ଯେଉଁମାନେ ଆସୁଛନ୍ତି, ଘଣ୍ଟାଏ ଅଧଘଣ୍ଟା ଭିତରେ ପଳାଉଛନ୍ତି। ପରିଚାଳନା ଅଭାବରୁ ମାତ୍ର ଦୁଇବର୍ଷ ମଧ୍ୟରେ ଏଭଳି ଦୟନୀୟ ସ୍ଥିତିରେ ପହଞ୍ଚତ୍ୟାଇଛି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୧ନଂ. ଓ୍ବାର୍ଡରେ କରାଯାଇଥିବା ଓପନ୍‌ ଜିମ୍‌। କରୋନା ମହାମାରୀ ପୂର୍ବରୁ ଭୂରିଭୂରି ପ୍ରଶଂସା ସାଉଁଟୁଥିବା ଜିମ୍‌ର ଏଭଳି ଅବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସହରର ଯୁବପିଢ଼ି ଏବଂ ବୟୋଜ୍ୟେଷ୍ଠ।
ସୁସ୍ଥ ରହିବେ ସହରବାସୀ। ସୈନ୍ୟବାହିନୀରେ ଯୋଗଦେବାକୁ ଆଶାୟୀ ଯୁବକମାନେ ସୁବିଧାରେ ବ୍ୟାୟାମ କରିବେ। ବୟୋଜ୍ୟେଷ୍ଠମାନେ ନେଇପାରିବେ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣର ମଜା। ଏଭଳି କିଛି ମହତ୍‌ ଉଦ୍ଦେଶ୍ୟ ରଖି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ନଂ. ଓ୍ବାର୍ଡ ଅଧୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଏନ୍‌ଏସି ପକ୍ଷରୁ ଦୁଇବର୍ଷ ତଳେ ଖୋଲିଥିଲା ଓପନ୍‌ ଜିମ୍‌। ଏଥିରେ ଖର୍ଚ୍ଚ ହୋଇଥିଲା ସର୍ବମୋଟ ୨୨ ଲକ୍ଷ ଟଙ୍କା। ତନ୍ମଧ୍ୟରୁ ୭ ଲକ୍ଷ ଟଙ୍କା ନିର୍ମାଣ କାର୍ଯ୍ୟରେ ଏବଂ ଅବଶିଷ୍ଟ ୧୫ ଲକ୍ଷ ଟଙ୍କାରେ ବିଭିନ୍ନ ବ୍ୟାୟାମ ଉପକରଣ କିଣାଯାଇଥିଲା। ଏଥିସହ ମହିଳା ଓ ପୁରୁଷଙ୍କ ଲାଗି ପୃଥକ୍‌ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଥିଲା। ସହରରେ ଥିବା ବେସରକାରୀ ଜିମ୍‌ରେ ଯୁବପିଢ଼ି ବ୍ୟାୟାମ କରୁଥିବାବେଳେ ଏଥିଲାଗି ମାସିକ ଶୁଳ୍କ ଦେବାକୁ ପଡୁଥିଲା। ତେବେ ଓପନ୍‌ ଜିମ୍‌ ନିଃଶୁଳ୍କ ହୋଇଥିବାରୁ ଛୋଟ ପିଲାଙ୍କଠାରୁ ବୟସ୍କ ଯାଏ ଏହି ମୁକ୍ତ ବ୍ୟାୟାମଶାଳା ମୁହଁା ହୋଇଥିଲେ। ବିଶେଷ କରି ବରିଷ୍ଠମାନଙ୍କ ପାଇଁ ଏହା ପାଲଟିଥିଲା ଅବସର ବିନୋଦନର ମାଧ୍ୟମ। କିନ୍ତୁ ନିର୍ମାଣର ମାତ୍ର ଦୁଇବର୍ଷ ମଧ୍ୟରେ ଅବ୍ୟବହୃତ ହୋଇପଡ଼ିଛି ଏହି ମୁକ୍ତାକାଶ ବ୍ୟାୟାମଶାଳା। କରୋନା ସମୟରେ ସଂକ୍ରମଣ ପାଇଁ ଏହା ଦୀର୍ଘଦିନ ଧରି ବନ୍ଦ ରହିଲା। ଏହାର ସୁଯୋଗରେ ଉପକରଣଗୁଡ଼ିକ ଚୋରି ହୋଇଯାଇଛି। ରକ୍ଷଣାବେକ୍ଷଣା ଅଭାବରୁ କେତେକ ଭାଙ୍ଗିରୁଜି ଯାଇ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ତେଣୁ ବ୍ୟାୟାମଶାଳାକୁ ଆସିବାକୁ ମୁହଁ ଫେରାଉଛନ୍ତି ଲୋକେ।
ଅନ୍ୟପଟେ ଶୌଚାଳୟ ଦୁଇଟି ଆରମ୍ଭରୁ ତାଲା ପଡ଼ିଛି। ଫଳରେ ସକାଳେ ଓ୍ବାକିଂ କରିବାକୁ ଆସୁଥିବା ଯୁବତୀଯୁବକମାନେ ଶୌଚ, ପରିସ୍ରା କରିବା ଲାଗି ଅସ୍ବାଭାବିକ ସ୍ଥିତିରେ ପଡୁଛନ୍ତି। ଅନେକ ସମୟରେ ଗଛ ଆଢୁଆଳରେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଶୌଚାଳୟ ଖୋଲିବା, ଉପକରଣଗୁଡ଼ିକର ଯନ୍ତ୍ରାଂଶ ଲଗାଇ କାର୍ଯ୍ୟକ୍ଷମ କରିବା ନେଇ ଆନ୍ତରିକତା ଦେଖିବାକୁ ମିଳୁନାହିଁ। ଏହାକୁ ନେଇ କ୍ରୀଡ଼ାବିତ୍‌, ବରିଷ୍ଠ ନାଗରିକ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri