ଲୀନହେବ ଟାଗୋରଙ୍କ ପାଥେରପୁରୀ

ପୁରୀ ଅଫିସ,୨୦ା୧୦: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସାଧନା ପୀଠ ‘ପାଥେରପୁରୀ’ ବିଲୀନ ହେବାକୁ ଯାଉଛି। ଶହେ ବର୍ଷରୁ ଊର୍ଦ୍ଧ୍ୱ ଏହି ପୁରାତନ ସ୍ମୃତିପୀଠ ଐତିହ୍ୟ ମାନ୍ୟତା ପାଇଁ ଜାରି ରଖିଥିବା ସଂଘର୍ଷରେ ଶେଷରେ ଦୁଃଖଦ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏବେ ଏହାକୁ ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ। ରାଜ୍ୟ ସରକାର ଏନେଇ ଚିଠି ଲେଖି ପୁରୀ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହି କୋଠା ଓ ଜମିର ଦାୟିତ୍ୱ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଦେଶ୍ୟରେ ହସ୍ତାନ୍ତର କରିଛନ୍ତି। ଗତ ସେପ୍ଟେମ୍ବର ୮ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଚିଠି କରାଯାଇଥିବାବେଳେ ବୁଧବାର ଏ ସଂକ୍ରାନ୍ତରେ ସୂଚନା ମିଳିଛି। ଖାତା ନମ୍ବର ୯୨, ପ୍ଲଟ୍‌ ନମ୍ବର ୧୩୫ରେ ଥିବା ୧.୪୪୬ ଏକର ପରିମିତ ପାଥେରପୁରୀ କୋଠା ଏଣିକି ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ନୂଆ ପରିଚୟ ପାଇବ। ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ପାଥେରପୁରୀ କୋଠାରେ ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହଷ୍ଟେଲ ଏବଂ ଇ-ପାଠାଗାର ଇତ୍ୟାଦି ନିର୍ମାଣ କରାଯିବ। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ରୂପେ ସ୍ବତନ୍ତ୍ର ହୋଇଯିବ। ତେବେ ପାଥେରପୁରୀରେ ଟାଗୋରଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେବା ସମ୍ପର୍କରେ ଚିଠିରେ ଉଲ୍ଲେଖ କରିନାହାନ୍ତି। ପାଥେରପୁରୀକୁ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ତଥା ଦେଶର ସାରସ୍ବତ ସାଧକ ଓ ବୁଦ୍ଧିଜୀବୀମାନେ ଦାବି କରୁଥିବାବେଳେ ରାଜ୍ୟ ସରକାର ଏହାକୁ ଏକ ବିଦ୍ୟାଳୟ ଭାବେ କାର୍ଯ୍ୟକ୍ଷମ କରାଇବା ନିଷ୍ପତ୍ତିକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଛାତ୍ରୀଛାତ୍ର ଏବଂ ଅଭିଭାବକ ଏ ନେଇ ଖୁସି ଥିବାବେଳେ ବୁଦ୍ଧିଜୀବୀମାନେ ଏହାକୁ କେବଳ ଏକ ବିଦ୍ୟାଳୟ କରାଯିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଛାତ୍ର ସୌମ୍ୟ ପ୍ରକାଶ ଜଗଦେବ କହିଛନ୍ତି, ବିଦ୍ୟାଳୟ ଆମ ସମୟରେ କାର୍ଯ୍ୟକ୍ଷମ ହୋଇ ନ ପାରେ। ମାତ୍ର ଆଗାମୀ ଦିନର ଛାତ୍ରୀଛାତ୍ରମାନେ ଏଠାରେ ପାଠ ପଢ଼ିବାର ସୁଯୋଗ ପାଇବେ ଜାଣି ଖୁସି ଲାଗୁଛି। ହଷ୍ଟେଲ ସୁବିଧା ନ ଥିବାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତି ପିଲାଙ୍କ ଆଗ୍ରହ କମିବାରେ ଲାଗିଥିଲା। ହେଲେ ଏବେ ପାଥେରପୁରୀ କୋଠା ପୁଣି ଥରେ ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସ୍ବତନ୍ତ୍ର ପରିଚୟ ଦେବ। ସେହିଭଳି ଗ୍ରାମାଞ୍ଚଳରୁ ଆସୁଥିବା ପିଲାମାନେ କମ୍‌ ମୂଲ୍ୟରେ ହଷ୍ଟେଲରେ ରହିବାର ସୁଯୋଗ ପାଇବେ। ସ୍ବୟଂଶାସିତ ମହାବିଦ୍ୟାଳୟ ସହ ମିଶି ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାରୁ ଶ୍ରେଣୀଗୃହ ସମସ୍ୟା ସୃଷ୍ଟି ହେଉଥିଲା। ସ୍ବତନ୍ତ୍ର କୋଠା ସମ୍ପୃୃକ୍ତ ସମସ୍ୟାକୁ ମଧ୍ୟ ଦୂର କରିପାରିବ ବୋଲି ସେ କହିଛନ୍ତି। ତେବେ ବୁଦ୍ଧିଜୀବୀ ହେକ୍ଟର ମିଶ୍ର କହିଛନ୍ତି, ପାଥେରପୁରୀ କୋଠାକୁ ବିଦ୍ୟାଳୟ କରିବା ନେଇ ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ତେବେ ଟାଗୋରଙ୍କ ସ୍ମୃତିକୁ ଏଠାରେ ଉଜ୍ଜୀବିତ ରଖାଯିବା ଦରକାର। ଏହି କୋଠା କେବଳ ଟାଗୋର ନୁହେଁ ବରଂ ଅଗଣିତ ବଙ୍ଗ ଏବଂ ଓଡ଼ିଆ ସାଧକଙ୍କୁ ଜନ୍ମ ଦେବା ସହ ପରିଚୟ ବାଣ୍ଟିଛି। ଟାଗୋର ପାଥେରପୁରୀର ଅଭିନ୍ନ ଅଙ୍ଗ। ତାଙ୍କ ସ୍ମୃତିସ୍ଥଳୀରେ ହେଉଥିବା ବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଉ। ପ୍ରଶାସନ ତାଙ୍କ ସ୍ମୃତିରେ ଏକ ସ୍ମୃତିପୀଠ ମଧ୍ୟ ନିର୍ମାଣ କରୁ। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଉଚ୍ଚ ଶିକ୍ଷା ବିଭାଗକୁ ଏହି କୋଠା ଦାନ ଭାବେ ପ୍ରଦାନ କରିଥିଲେ। ଏଣୁ ବିଦ୍ୟାଳୟ ନିର୍ମାଣ ଭିତରେ ଟାଗୋରଙ୍କ ସ୍ମୃତି ହଜି
ନ ଯାଉ। ଏହି କୋଠାକୁ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ସରକାର ଉଲ୍ଲେଖନୀୟ ପ୍ରୟାସ କରିବା ଉଚିତ। ଅନ୍ୟପକ୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଚିଠି ପରେ ଜିଲା ପ୍ରଶାସନ ଏ ସଂକ୍ରାନ୍ତରେ କ’ଣ ପଦକ୍ଷେପ ନେଇଛନ୍ତି ତାହା ଜଣାପଡ଼ିନାହିଁ। ଜିଲାପାଳ ସମର୍ଥ ବର୍ମାଙ୍କୁ ଏସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri