ଐତିହ୍ୟ ମାନ୍ୟତା ଚାହୁଁଛି ‘ପାଥେରପୁରୀ’

ପୁରୀ ଅଫିସ,୧୦।୮: ପାଥେରପୁରୀ ଓ ରବୀନ୍ଦ୍ରନାଥ ଟାଗୋର, ଓଡ଼ିଆ ଏବଂ ବଙ୍ଗ ସାହିତ୍ୟର ଏକ ଅଦ୍ଭୁତ ମିଳନ। ପୁରୀରେ ଥିବା ଶତାବ୍ଦୀର ପୁରୁଣା କୋଠା ପାଥେରପୁରୀ ଏବେ ଏକ ଭୂତକୋଠି ହୋଇ ପଡ଼ିରହିଛି। ଦିନେ ସାହିତ୍ୟ ଓ କାବ୍ୟ ରଚନାର ଏକ ପେଣ୍ଠସ୍ଥଳୀ ଭାବେ ପରିଚିତ ଥିବା ଏହି ଐତିହ୍ୟ ଏଭଳି ଢଙ୍ଗରେ ଅବହେଳିତ ହୋଇଛି ଯେ, ଆଗାମୀ ପିଢ଼ି ପାଥେରପୁରୀର ମାହାତ୍ମ୍ୟକୁ ଜାଣିପାରିବେ ନାହିଁ। ତେଣୁ ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପାଥେରପୁରୀର ପୁନରୁଦ୍ଧାର ସହ ଐତିହ୍ୟ କୋଠା ଭାବେ ମାନ୍ୟତା ଦେବାକୁ ସାଧାରଣରେ ଦାବି ହେଉଛି।
ପ୍ରସିଦ୍ଧ କବି ରବୀନ୍ଦ୍ରନାଥ ଟାଗୋର ପୁରୀରେ ପାଥେରପୁରୀ ନାମକ ଏକ ବିଶାଳ ଅଟ୍ଟାଳିକା ନିର୍ମାଣ କରି ନିଜ ସାହିତ୍ୟ ଓ ରଚନାର ଭଣ୍ଡାରକୁ ପୁରୀରେ ପରିବ୍ୟାପ୍ତ କରିବାକୁ ଚେଷ୍ଟା କରିଥିଲେ। ୧୯୩୮ରୁ ୧୯୪୦ ପର୍ଯ୍ୟନ୍ତ ୨ ବର୍ଷ ଧରି ସେ ଏହିଠାରେ ସ୍ଥାୟୀ ଭାବେ ରହିବା ସହ ବାରମ୍ବାର ପାଥେରପୁରୀକୁ ଆସି ସାହିତ୍ୟ କ୍ଷେତ୍ରରେ ନାନା ପର୍ଯ୍ୟାଲୋଚନା କରିଛନ୍ତି। ବିଶ୍ୱପ୍ରସିଦ୍ଧ ଗୀତାଞ୍ଜଳିର ଶେଷ କେତୋଟି ପଂକ୍ତି ଓ ଏପାର, ଓପାର, ଜନ୍ମଦିନ୍‌ ଓ ପ୍ରଭାସୀ ଭଳି କାବ୍ୟ ରଚନା ପାଥେରପୁରୀରୁ ଆରମ୍ଭ ହୋଇ ଏଠି ହିଁ ସରିଛି। ପାଥେରପୁରୀରେ ରହିବାବେଳେ ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ, ରାଧାନାଥ ରାୟ ନିଜ ରଚନା ଜୀବନର କିଛି ବିଶେଷ ମୁହୂର୍ତ୍ତ ଏଠାରେ କଟାଇଛନ୍ତି। କବି ଅଭିମନ୍ୟୁ ସାମନ୍ତସିଂହାର ଓ ଆସାମ ପ୍ରସିଦ୍ଧ ଲେଖକ ଲକ୍ଷ୍ମୀନାଥ ବିଜ୍‌ବରୁଆ ମଧ୍ୟ ଏଠାରେ ଆୟୋଜିତ ଜାତୀୟ ସାହିତ୍ୟ ସମାରୋହରେ ଯୋଗଦେଇଛନ୍ତି। ୧୯୩୧, ୧୯୩୩, ୧୯୩୪ ଓ ୧୯୩୯ରେ ପାଥେରପୁରୀରେ ଜାତୀୟ ସାହିତ୍ୟ ସମାରୋହର ଆୟୋଜନ ହୋଇଛି। ରବୀନ୍ଦ୍ରନାଥ ଟାଗୋରଙ୍କ ଏଭଳି ଏକ ଐତିହାସିକ ସ୍ମୃତିପୀଠର ସଂରକ୍ଷଣ ଦିଗରେ ସରକାର ଧ୍ୟାନ ନ ଦେବାରୁ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ହେକ୍ଟର ମିଶ୍ର ପାଥେରପୁରୀ ସମ୍ପର୍କରେ କହିଛନ୍ତି, ପାଥେରପୁରୀ ପୂର୍ବରୁ ଟାଗୋର ହାଉସ୍‌ ଭାବେ ଜଣାଥିଲା। ପରେ ନାମ ପରିବର୍ତ୍ତନ ହୋଇ ପାଥେରପୁରୀ ହୋଇଛି। ଟାଗୋର ହାଉସ୍‌କୁ ୧୯୪୫ରେ ଦାନ ଭାବେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ପରେ ଏପର୍ଯ୍ୟନ୍ତ ଉକ୍ତ ବିଭାଗର ମାଲିକାନା ରହିଛି। ସେତେବେଳେ ବିଶ୍ୱନାଥ ଦାଶ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ରାଜ୍ୟ ସରକାର ପାଥେରପୁରୀକୁ ୧୯୪୫ ମାର୍ଚ୍ଚ ୧ରେ ସାମନ୍ତ ଚନ୍ଦ୍ରଶେଖର(ଏସ୍‌ସିଏସ୍‌) ମହାବିଦ୍ୟାଳୟର ଛାତ୍ରାବାସ ଭାବେ କାର୍ଯ୍ୟକ୍ଷମ କରାଇଲେ। ସେବେଠାରୁ ପାଥେରପୁରୀର ପରିଚାଳନା ଦାୟିତ୍ୱ ଏସ୍‌ସିଏସ୍‌ କଲେଜ ହାତରେ ରହିଥିଲା। ତେବେ ଫନି ବାତ୍ୟାରେ ପାଥେରପୁରୀ ଅତି ଶୋଚନୀୟ ସ୍ଥିତିରେ ପହଞ୍ଚିଥିଲା। ୨୦୨୦ରେ ପାଥେରପୁରୀକୁ ଜବରଦଖଲ କରିବାକୁ ଚେଷ୍ଟା କରାଗଲା। ୧୨ ଡିସିମିଲ ଜାଗା ହୋଟେଲ ମାଲିକମାନେ ମାଡ଼ି ବସିଥିଲେ। ଏନେଇ ଭଏସ୍‌ କମନ୍‌ମ୍ୟାନ୍‌ ସଙ୍ଗଠନ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପାଥେରପୁରୀକୁ ବଞ୍ଚାଇବା ଲାଗି ସେତେବେଳେ ଛାତ୍ର ଆନ୍ଦୋଳନ ତେଜିଲା ଓ ପୁନଶ୍ଚ ତତ୍କାଳୀନ ପ୍ରଶାସନ ଜମି ଫେରାଇଆଣି ବାଡ଼ କରିଥିଲେ। ତେବେ ପାଥେରପୁରୀରେ ଥିବା ଛାତ୍ରାବାସ ୨୦୧୫-୧୬ ଶିକ୍ଷାବର୍ଷରୁ ବନ୍ଦ ହୋଇଗଲାଣି। ଫନି ପରେ ଏହି କୋଠା ଏବେ ପରିତ୍ୟକ୍ତ ହୋଇ ପଡ଼ିରହିଛି।
ଇନ୍‌ଟାକ୍‌ର ରିସର୍ଚ୍ଚ ସୂଚନା ଅନୁଯାୟୀ, ୧୯୦୫ରେ ପାଥେରପୁରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୧୨ରେ ଶେଷ ହୋଇଥିଲା। ଅର୍ଥାତ୍‌ ପାଥେରପୁରୀ ନିର୍ମାଣକୁ ଶହେବର୍ଷରୁ ଊର୍ଦ୍ଧ୍ୱ ହୋଇସାରିଲାଣି। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ପୁରାତନ କୋଠା ୧୦୦ ବର୍ଷରୁ ଊର୍ଦ୍ଧ୍ୱ ଦିନ ହେବ ଦଣ୍ଡାୟମାନ ଥିବ ତାହାକୁ ଐତିହ୍ୟ କୋଠା ଭାବେ ମାନ୍ୟତା ମିଳିବା ଉଚିତ। ଏଣୁ ଟାଗୋରଙ୍କ ସ୍ମୃତି ଭାବେ ପରିଚିତ ପାଥେରପୁରୀକୁ ଐତିହ୍ୟର ମାନ୍ୟତା ମିଳୁ ବୋଲି ସାହିତି୍ୟକ ବଦ୍ରି ମିଶ୍ର ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା କହିଛନ୍ତି, ଶହେ ବର୍ଷରୁ ଊର୍ଦ୍ଧ୍ୱ କୋଠାକୁ ଐତିହ୍ୟ ମାନ୍ୟତା ପାଇଁ ଚୟନ କରିହେବ। ପାଥେରପୁରୀକୁ ଐତିହ୍ୟ କୋଠାର ମାନ୍ୟତା ପାଇଁ ସୁପାରିସ କରିବୁ ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମ ହାତକୁ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri