ପେଟେଣ୍ଟମୁକ୍ତ ଟିକା

ଡ. ନରେନ୍ଦ୍ର ସେଠୀ

ଟିକାକରଣ ଏକମାତ୍ର ଉପାୟ ଯାହା କରୋନା ମହାମାରୀ ସଙ୍କଟରୁ ଉଦ୍ଧାର କରିପାରିବ। ଯଦି ଦ୍ରୁତ ଗତିରେ ଟିକାକରଣ ନ ହୁଏ, ତା’ହଲେ କେତେ ମାନବ ଜୀବନ ହାନି ହେବ ତାହା କଳ୍ପନା ବାହାରେ। ସୂଚନାଯୋଗ୍ୟ, ଏହି ମହାମାରୀ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ତିରିଶ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ଏଭଳି ପରିସ୍ଥିତିରେ ଦ୍ରୁତ ଟିକାକରଣରେ ବାଧା ଉପୁଜିଛି। ଟିକାର ଅଭାବ ଦେଖାଦେଇଛି। ଆବଶ୍ୟକ ପରିମାଣର ଟିକା ତିଆରି ହୋଇ ଲୋକମାନଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଏହାର ଏକମାତ୍ର କାରଣ ହେଲା କିଛି ହାତଗଣତି ଲୋକଙ୍କ ପାଖରେ ଟିକା ତିଆରି କରିବାର ଗୁପ୍ତ ଜ୍ଞାନ କୌଶଳ ଅଛି। ତେଣୁ ଯୋଉ କେତୋଟି ଟିକା ତିଆରି କରିବା କମ୍ପାନୀ ଟିକା ପ୍ରସ୍ତୁତ କରୁଛନ୍ତି, ତାହା ଯଥେଷ୍ଟ ହେଉ ନାହିଁ। ଏହି କାରଣ ଯୋଗୁ ଉଭୟ ଭାରତ ଓ ଦକ୍ଷିଣ ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପାଖରେ ଟିକାର ଜ୍ଞାନ କୌଶଳକୁ ପେଟେଣ୍ଟମୁକ୍ତ କରିବାକୁ ଆଗ୍ରହ କରିଥିଲେ। ଏହାକୁ ଷାଠିଏରୁ ଅଧିକ ରାଷ୍ଟ୍ର ସମର୍ଥନ କରିଥିଲେ। ମାତ୍ର ୟୁରୋପୀୟାନ ୟୁନିୟନ ଏହାର ଘୋର ବିରୋଧ କରିଥିଲା। ସୂଚନାଯୋଗ୍ୟ, ବର୍ତ୍ତମାନ ଆମେରିକା ପ୍ରଶାସନ ଭାରତର ଏହି ଦାବିକୁ ସମର୍ଥନ କରି ଏକ ଐତିହାସିକ ନିର୍ଣ୍ଣୟ ନେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତାହାଲେ ଅନେକ କମ୍ପାନୀ ଟିକା ତିଆରି କରିବେ ଓ ଏହା ଅତି ଶସ୍ତା ଓ ଦ୍ରୁତ ଗତିରେ ଲୋକମାନଙ୍କ ପାଖରେ ପହଞ୍ଚିବ। ଫଳରେ ମାନବ ସଭ୍ୟତା ଉପରେ ଦେଖାଦେଇଥିବା ଏହି ମହାସଙ୍କଟକୁ ନିଶ୍ଚିତ ସାମ୍ନା କରିବାକୁ ସହଜ ହେବ।
ପେଟେଣ୍ଟ ବା ବୌଦ୍ଧିକ ସମ୍ପଦ ଅଧିକାର ଉଠେଇନେଲେ ଏହା କିପରି ମାନବ କଲ୍ୟାଣରେ ଲାଗେ, ତାହାର ଏକ ବଳିଷ୍ଠ ଉଦାହରଣ ଅତୀତରେ ବହୁରାଷ୍ଟ୍ରୀୟ ଭାରତୀୟ ଔଷଧ ତିଆରି କମ୍ପାନୀ ସିପ୍‌ଲା ପ୍ରଦର୍ଶନ କରିଥିଲା। ନବେ ଦଶକରେ ଦୁରାରୋଗ୍ୟ ଏଡ୍‌ସ ପାଇଁ ଔଷଧ ୟୁରୋପୀୟ କମ୍ପାନୀଗୁଡ଼ିକ ଚଢ଼ା ଦରରେ ବିକ୍ରି କରୁଥିବା ବେଳେ ଭାରତୀୟ କମ୍ପାନୀ ସିପ୍‌ଲା ଆନ୍ତର୍ଜାତିକ ନିୟମ ଭଙ୍ଗ ନ କରି ଅତି ଶସ୍ତାରେ ଏଡ୍‌ସ ପାଇଁ ଔଷଧ ଉପଲବ୍ଧ କରି ଚହଳ ସୃଷ୍ଟି କରିଥିଲା, ଯାହା ବହୁତ ଆଫ୍ରିକୀୟ ଗରିବ ରାଷ୍ଟ୍ରକୁ ଏଡ୍‌ସର ମୁକାବିଲା କରିବା ପାଇଁ ସାହାଯ୍ୟ କରିଥିଲା। ୨୦୦୧ରେ ଆନ୍ଥ୍ରାକ୍ସ ମହାମାରୀ ବେଳେ କାନାଡ଼ା ସରକାର ବେୟାର କମ୍ପାନୀର ପେଟେଣ୍ଟ ଛଡ଼େଇ ନେବାକୁ ଧମକ ଦେଇଥିଲେ, ଯାହା ଫଳରେ ବେୟାର କମ୍ପାନୀ ବହୁମାତ୍ରାରେ ମୁକ୍ତରେ ଔଷଧ ଦାନ କରିଥିଲା। ଏକଥା ସତ ଯେ, କୌଣସି ବିଜ୍ଞାନ ଉଦ୍ଭାବନ ପେଟେଣ୍ଟ ହୋଇଥାଏ। ଏହା ଆନ୍ତର୍ଜାତିକ ନିୟମ ଅଧୀନସ୍ଥ ସୁରକ୍ଷାପ୍ରାପ୍ତ। ଏହା ଦ୍ୱାରା ତାକୁ ଅନ୍ୟ କୌଣସି କମ୍ପାନୀ ବା ବ୍ୟକ୍ତିବିଶେଷ କପି କରି ପାରନ୍ତି ନାହିଁ। କିନ୍ତୁ ଏବେ କରୋନା ଏକ ସାମାନ୍ୟ ସମସ୍ୟା ନୁହେଁ। କରୋନା ଭଳି ବେଶ୍ୱିିକ ମହାମାରୀ ବିରୋଧରେ ସାରା ମାନବ ସମାଜ ଲଢ଼େଇ କରୁଥିବା ବେଳେ ଏହି ପେଟେଣ୍ଟ ନିୟମକୁ ଡଷ୍ଟବିନରେ ଫିଙ୍ଗିଦେବା ଉଚିତ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏଥିରେ ମୁଖ୍ୟ ଭୂମିକା ନେଇ ଆଗେଇ ଆସିବା ଉଚିତ। ତେବେ ବର୍ତ୍ତମାନ ଆମେରିକାର ଏହି ଘୋଷଣା ପରେ ସାରା ବିଶ୍ୱରେ ଆଲୋଡ଼ନ ଖେଳିଯାଇଛି। ଏହାର କାରଣ ହେଲା ବ୍ୟବହାର ନ କରି ଅନେକ ଟିକା ଆମେରିକା ଠୁଳ କରି ରଖିଚି ଓ ଏହି ଟିକାକୁ ତୁରନ୍ତ ଅନ୍ୟ ଦେଶକୁ ଦେବା ପାଇଁ ଆମେରିକା ଉପରେ ଚାପ ପଡୁଛି। କିନ୍ତୁ ଜର୍ମାନୀ ଓ ବ୍ରାଜିଲ ଭଳି ଦେଶ ଟିକାକୁ ପେଟେଣ୍ଟମୁକ୍ତ କରିବାର ବିରୋଧ କରିଛନ୍ତି। ଏପରିକି ଆମେରିକାର ପୂର୍ବତନ ରାଷ୍ଟ୍ରପତି କ୍ଲିଣ୍ଟନ ମଧ୍ୟ ଭାରତକୁ ଟିକା ପେଟେଣ୍ଟମୁକ୍ତ କରି ଦେବାକୁ ବିରୋଧ କରୁଛନ୍ତି। ତେବେ ବିଶ୍ୱ ବାଣିଜ୍ୟ ସଙ୍ଗଠନରେ ଏହା ଉପରେ ଆଲୋଚନା ହେବ। ଯେହେତୁ ବିଶ୍ୱ ବାଣିଜ୍ୟ ସଙ୍ଗଠନରେ ସବୁ ନିଷ୍ପତ୍ତି ସର୍ବସମ୍ମତିରେ ହେଇଥାଏ, ଏଥିପାଇଁ ସମୟ ଲାଗିପାରେ। କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏଥିମଧ୍ୟରେ ଅନେକ ଜୀବନ ହାନି ପାଇଁ କିଏ ଦାୟୀ ହେବ?
ଖୁସିର କଥା ହେଲା, ବିଶ୍ୱ ବାଣିଜ୍ୟ ସଙ୍ଗଠନର ୧୬୪ ଦେଶ ମଧ୍ୟରୁ ୧୨୦ ଦେଶ ଟିକାକୁ ପେଟେଣ୍ଟମୁକ୍ତ କରିବା ପାଇଁ ସମର୍ଥନ କରି ସାରିଲେଣି। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ସର୍ବମୋଟ ଟିକା ଉତ୍ପାଦନର ଷାଠିଏ ଭାଗରୁ ଅଧିକ ଧନୀ ଦେଶ ନିଜ ପାଖରେ ଠୁଳ କରି ରଖିଛନ୍ତି, ଯାହାଙ୍କ ଲୋକସଂଖ୍ୟ ବିଶ୍ୱର ମାତ୍ର ଶତକଡ଼ା ଷୋହଳଭାଗ। ଯଦି ଜଣକୁ ଦୁଇଟି ଟିକା ଦିଆଯାଏ, ବିଶ୍ୱର ସତୁରି ପ୍ରତିଶତ ଲୋକଙ୍କ ଟିକାକରଣ ପାଇଁ ୧୧ ଶହ କୋଟି ଟିକା ଆବଶ୍ୟକ। ଏପର୍ଯ୍ୟନ୍ତ ୮୬୦ କୋଟି ଟିକା ପ୍ରସ୍ତୁତ ସରିଥିଲେ ମଧ୍ୟ ଏଥିମଧ୍ୟରୁ ୬ ଶହ କୋଟି ଟିକା ଧନୀ ରାଷ୍ଟ୍ରମାନେ ନେଇଯିବେ। ଅବଶିଷ୍ଟ ଟିକା ଗରିବ ରାଷ୍ଟ୍ରମାନେ, ଯିଏ କି ବିଶ୍ୱର ଅଶୀଭାଗ ଜନସଂଖ୍ୟା ଅଟନ୍ତି ପାଇବେ। ଏଭଳି ଅସନ୍ତୁଳିତ ଅବସ୍ଥାରେ ଟିକାକୁ ପେଟେଣ୍ଟମୁକ୍ତ କରିବା ଛଡ଼ା ଅନ୍ୟ ଉପାୟ ନାହିଁ। ଏହି କାରଣ ଯୋଗୁ ଶହେରୁ ଅଧିକ ଦେଶ ଭାରତ ନେତୃତ୍ୱରେ ଟିକାର ପେଟେଣ୍ଟମୁକ୍ତ ନିର୍ମାଣ ପାଇଁ ବିଶ୍ୱ ବାଣିଜ୍ୟ ସଂଗଠନ ପାଖରେ ଦାବି ଜଣେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅନେକ ଦୁରାରୋଗ୍ୟରୁ ରକ୍ଷା ପାଇଁ ପେନ୍‌ସିଲିନିର ଉତ୍ପାଦନ ପାଇଁ ଏହିଭଳି ପେଟେଣ୍ଟ ଉଠେଇ ଦିଆଯାଇଥିଲା। ଯଦିଓ ସବୁବେଳେ ପ୍ରତିଦ୍ବନ୍ଦ୍ୱିତା ଗବେଷଣା ଓ ନୂତନ ଆବିଷ୍କାର ପାଇଁ ସହାୟକ ହେଇଥାଏ। କିନ୍ତୁ ଏମିତି ବି ସମୟ ଥାଏ, ଯେତେବେଳେ ବୃହତ୍‌ ମାନବ କଲ୍ୟାଣ ପାଇଁ ଏହାକୁ ପଛ କରି ଦିଆଯାଇପାରେ। ତେଣୁ କରୋନା ଟିକା ନିର୍ମାଣ ଜ୍ଞାନ କୌଶଳକୁ ତୁରନ୍ତ ପେଟେଣ୍ଟମୁକ୍ତ କରାଯାଇ ମାନବ ଅସ୍ତିତ୍ୱକୁ ରକ୍ଷା କରାଯାଉ। ଫଳରେ ଟିକା ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଦେଶରେ ତିଆରି ହେବ ଓ କରୋନା ମହାମାରୀ କବଳରୁ ସାରା ବିଶ୍ୱ ରକ୍ଷାପାଇବ, ଏଥିରେ ସନ୍ଦେହ ନାହିଁ। ଭାରତ ଛଡ଼ା ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ତାଇୱାନ ପ୍ରଭୃତି ଅନେକ ଦେଶ ପାଖରେ ଟିକା ତିଆରି କରିବା ପାଇଁ ଯଥେଷ୍ଟ ଆନୁଷଙ୍ଗିକ ଭିତ୍ତିଭୂମି ଅଛି, ଯାହା ଏଥିପାଇଁ ସହାୟକ ହେବ । ସାରା ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ ଏକଜୁଟ ହୋଇ ଏଥିପାଇଁ ଆଗେଇ ଆସିବା ଉଚିତ। ତେବେ ଭାରତ ଏହାକୁ ଅପେକ୍ଷା ନ କରି ନିଜର ବୃହତ୍‌ ମାନବ ସମ୍ବଳକୁ ରକ୍ଷା କରିବା ପାଇଁ ଦ୍ରୁତ ଟିକାକରଣ ପ୍ରକ୍ରିୟାକୁ ଆହୁରି ଦ୍ରୁତ କରିବା ଉଚିତ।
ଯାଦୁଗୁଡା, ପଶ୍ଚିମ ସିଂହଭୂମ, ଝାଡ଼ଖଣ୍ଡ
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri