ପତଞ୍ଜଳିର ୫ମେଡିସିନ କଟକଣା ମୁକ୍ତ

ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରମୁଖ ଆୟୁର୍ବେଦିକ ସଂସ୍ଥା ପତଞ୍ଜଳି ପକ୍ଷରୁ ପ୍ରସ୍ତୁତ ୫ ମେଡିସିନର ବିକ୍ରି ଉପରେ ଉତ୍ତରାଖଣ୍ଡ ସରକାର କଟକଣା (ବ୍ୟାନ୍‌) ଲଗାଇଥିଲେ। ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କିମିଟିର ପରାମର୍ଶ ପରେ ସରକାର ପତଞ୍ଜଳିର ଉକ୍ତ ଔଷଧଗୁଡ଼ିକ ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି।

ବିଶେଷକରି ଦିବ୍ୟ ମଧୁଗ୍ରିଡ ଟାବଲେଟ, ଆଇଗ୍ରିଡ ଗୋଲଡ, ଥାଇରୋଗ୍ରିଟ ଟାବଲେଟ, ଦିବ୍ୟ ବିପିଗ୍ରିଟ ଏବଂ ଦିବ୍ୟ ଲିପିଡମ ଟାବଲେଟ ଉପରେ ଉତ୍ତରାଖଣ୍ଡ ସରକାର କଟକଣା ଜାରି କରିଥିଲେ। ସେହିଭଳି ନିକଟରେ ରାଜ୍ୟ ସରକାର ଉକ୍ତ ଔଷଧଗୁଡିକୁ କଟକଣା ମୁକ୍ତ କରିବା ସହ କ୍ଷମା ପ୍ରାର୍ଥନା କରିଥିବା ପତଞ୍ଜଳି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏ ସମ୍ପର୍କରେ ପତଞ୍ଜଳିର ବରିଷ୍ଠ ଅଧିକାରୀ କହିଛନ୍ତି, କୌଣସି ମେଡିସିନ ପ୍ରସ୍ତୁତ ପୂର୍ବରୁ ବିସ୍ତୃତ ଗବେଷଣା ଓ ବିକାଶ କାର୍ଯ୍ୟ ହୋଇଥାଏ। ବିଶେଷକରି ଆୟୁର୍ବେଦ ଏବଂ ଋଷି ପରମ୍ପରାକୁ କଳଙ୍କିତ କରିବା ପାଇଁ ଉତ୍ତରାଖଣ୍ଡର ଆୟୁର୍ବେଦିକ ଲାଇସେନ୍ସ ଅଧିକାରୀଙ୍କ ଅବିବେକିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସରକାର ଉକ୍ତ ମେଡିସିନ ଉପରେ କଟକଣା ଲଗାଇଥିଲେ।

ଏପରିକି ପତଞ୍ଜଳିକୁ ବଦନାମ କରିବା ଦିଗରେ ଏଭଳି ଏକ ହୀନ ପ୍ରୟାସ ବେଶ୍‌ ନିନ୍ଦନୀୟ ବୋଲି ପତଞ୍ଜଳି ପକ୍ଷରୁ କୁହାଯାଇଛି। ଉକ୍ତ ଷଡ଼ଯନ୍ତ୍ରକୁ ସଂସ୍ଥା ପକ୍ଷରୁ ଦୃଢ଼ ବିରୋଧ ମଧ୍ୟ କରାଯାଇଛି। ପତଞ୍ଜଳି ବିଶ୍ୱର ପ୍ରଥମ ସଂସ୍ଥା, ଯାହାର ସର୍ବାଧିକ ରିସର୍ଚ୍ଚ ପେପର ପ୍ରକାଶିତ ହୋଇଛି। ସେହିପରି ଏନ୍‌ଏବିଏଚ୍‌ ସହବନ୍ଧିତ ହସ୍ପିଟାଲ ଏବଂ ଅନ୍ତର୍ଜାତୀୟ ମାନକ ଯୁକ୍ତ ଏନଏବିଏଲ ଅନୁବନ୍ଧିତ ରିସର୍ଚ୍ଚ ଲାବ୍‌ ସହ ଏହା କାମ ମଧ୍ୟ କରୁଛି। ପତଞ୍ଜଳିରେ ୫୦୦ରୁ ଊର୍ଦ୍ଧ୍ୱ ବିଶ୍ୱସ୍ତରୀୟ ବୈଜ୍ଞାନିକ ମଧ୍ୟ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri