ପତଞ୍ଜଳିର ୫ମେଡିସିନ କଟକଣା ମୁକ୍ତ

ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରମୁଖ ଆୟୁର୍ବେଦିକ ସଂସ୍ଥା ପତଞ୍ଜଳି ପକ୍ଷରୁ ପ୍ରସ୍ତୁତ ୫ ମେଡିସିନର ବିକ୍ରି ଉପରେ ଉତ୍ତରାଖଣ୍ଡ ସରକାର କଟକଣା (ବ୍ୟାନ୍‌) ଲଗାଇଥିଲେ। ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କିମିଟିର ପରାମର୍ଶ ପରେ ସରକାର ପତଞ୍ଜଳିର ଉକ୍ତ ଔଷଧଗୁଡ଼ିକ ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି।

ବିଶେଷକରି ଦିବ୍ୟ ମଧୁଗ୍ରିଡ ଟାବଲେଟ, ଆଇଗ୍ରିଡ ଗୋଲଡ, ଥାଇରୋଗ୍ରିଟ ଟାବଲେଟ, ଦିବ୍ୟ ବିପିଗ୍ରିଟ ଏବଂ ଦିବ୍ୟ ଲିପିଡମ ଟାବଲେଟ ଉପରେ ଉତ୍ତରାଖଣ୍ଡ ସରକାର କଟକଣା ଜାରି କରିଥିଲେ। ସେହିଭଳି ନିକଟରେ ରାଜ୍ୟ ସରକାର ଉକ୍ତ ଔଷଧଗୁଡିକୁ କଟକଣା ମୁକ୍ତ କରିବା ସହ କ୍ଷମା ପ୍ରାର୍ଥନା କରିଥିବା ପତଞ୍ଜଳି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏ ସମ୍ପର୍କରେ ପତଞ୍ଜଳିର ବରିଷ୍ଠ ଅଧିକାରୀ କହିଛନ୍ତି, କୌଣସି ମେଡିସିନ ପ୍ରସ୍ତୁତ ପୂର୍ବରୁ ବିସ୍ତୃତ ଗବେଷଣା ଓ ବିକାଶ କାର୍ଯ୍ୟ ହୋଇଥାଏ। ବିଶେଷକରି ଆୟୁର୍ବେଦ ଏବଂ ଋଷି ପରମ୍ପରାକୁ କଳଙ୍କିତ କରିବା ପାଇଁ ଉତ୍ତରାଖଣ୍ଡର ଆୟୁର୍ବେଦିକ ଲାଇସେନ୍ସ ଅଧିକାରୀଙ୍କ ଅବିବେକିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସରକାର ଉକ୍ତ ମେଡିସିନ ଉପରେ କଟକଣା ଲଗାଇଥିଲେ।

ଏପରିକି ପତଞ୍ଜଳିକୁ ବଦନାମ କରିବା ଦିଗରେ ଏଭଳି ଏକ ହୀନ ପ୍ରୟାସ ବେଶ୍‌ ନିନ୍ଦନୀୟ ବୋଲି ପତଞ୍ଜଳି ପକ୍ଷରୁ କୁହାଯାଇଛି। ଉକ୍ତ ଷଡ଼ଯନ୍ତ୍ରକୁ ସଂସ୍ଥା ପକ୍ଷରୁ ଦୃଢ଼ ବିରୋଧ ମଧ୍ୟ କରାଯାଇଛି। ପତଞ୍ଜଳି ବିଶ୍ୱର ପ୍ରଥମ ସଂସ୍ଥା, ଯାହାର ସର୍ବାଧିକ ରିସର୍ଚ୍ଚ ପେପର ପ୍ରକାଶିତ ହୋଇଛି। ସେହିପରି ଏନ୍‌ଏବିଏଚ୍‌ ସହବନ୍ଧିତ ହସ୍ପିଟାଲ ଏବଂ ଅନ୍ତର୍ଜାତୀୟ ମାନକ ଯୁକ୍ତ ଏନଏବିଏଲ ଅନୁବନ୍ଧିତ ରିସର୍ଚ୍ଚ ଲାବ୍‌ ସହ ଏହା କାମ ମଧ୍ୟ କରୁଛି। ପତଞ୍ଜଳିରେ ୫୦୦ରୁ ଊର୍ଦ୍ଧ୍ୱ ବିଶ୍ୱସ୍ତରୀୟ ବୈଜ୍ଞାନିକ ମଧ୍ୟ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri