Posted inଖେଳ

୬୫ ବର୍ଷ ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ଘଟିଲା ଏମିତି

ସିଡନୀ,୨୬।୧୧: ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟ ଦଳର ନୂତନ ଅଧିନାୟକ ଭାବରେ ବିଶ୍ୱର ଏକ ନମ୍ବର ଟେଷ୍ଟ ବୋଲର ପ୍ୟାଟ କମିନ୍ସଙ୍କୁ ମନୋନୀତ କରାଯାଇଛି। କମିନ୍ସ ଅଷ୍ଟ୍ରେଲିଆର ୪୭ ତମ ଟେଷ୍ଟ ଅଧିନାୟକ ହୋଇଛନ୍ତି। ଭେଟେରାନ ଖେଳାଳି ଷ୍ଟିଭ ସ୍ମିଥଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। ୬୫ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଘଟଛି ଯେ ଜଣେ ବୋଲର ଅଷ୍ଟ୍ରେଲୀୟ ଟେଷ୍ଟ ଦଳର ଅଧିନାୟକ ହେବେ। କମିନ୍ସ ଟିମ ପେନ୍‌ଙ୍କ ସ୍ଥାନ ନେଇଛନ୍ତି। ଜଣେ ଯୁବତୀଙ୍କୁ ତାଙ୍କର ଅଶ୍ଳୀଳ ଫଟୋ ଏବଂ ଅଶ୍ଳୀଳ ବାର୍ତ୍ତା ପଠାଇଥିବାରୁ ଦୁଃଖ ପ୍ରକାଶ କରି ପେନ୍‌ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଆସନ୍ତା ମାସରୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜ ଅନୁଷ୍ଠିତ ହେବ।
୨୦୧୮ରେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଟାଉନ ଟେଷ୍ଟରେ ବଲ ଟାମ୍ପରିଂ କରିବା ପରେ ଷ୍ଟିଭ ସ୍ମିଥ ଅଧିନାୟକତ୍ୱରୁ ବଞ୍ଚିତ ହୋଇଥିଲେ ଏବଂ ତାଙ୍କ ସ୍ଥାନରେ ପେନ୍‌ ଟେଷ୍ଟ ଦଳର ଅଧିନାୟକ ହୋଇଥିଲେ। ସ୍ମିଥଙ୍କୁ ମଧ୍ୟ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ଦଳକୁ ଫେରିବା ପରେ ସେ ଜଣେ ବ୍ୟାଟ୍ସମ୍ୟାନ ଭାବରେ ଖେଳୁଥିଲେ। ତେବେ କ୍ରିକେଟ ଅଷ୍ଟ୍ରେଲିଆ ପୁଣି ଥରେ ସ୍ମିଥଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଉପ-ଅଧିନାୟକ ହେବାପରେ ସ୍ମିଥ କହିଛନ୍ତି, ଦଳର ନେତୃତ୍ୱରେ ଫେରି ମୁଁ ବହୁତ ଖୁସି। ମୁଁ ପ୍ୟାଟ କମିନ୍ସଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ।କମିନ୍ସ ଏବଂ ମୁଁ ଦୀର୍ଘ ସମୟ ଧରି ଏକାଠି ଖେଳୁଛୁ ତେଣୁ ଆମେ ପରସ୍ପରର ଶୈଳୀ ଜାଣିଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri