Posted inଫୁରସତ

ଛାତ୍ରାବସ୍ଥାରୁ ଆବେଗ ବଢ଼ିଥିଲା

ଛାତ୍ରାବସ୍ଥାରୁ ମୋର ସାମ୍ବାଦିକତା ପ୍ରତି ଆବେଗ ସୃଷ୍ଟି ହୋଇଥିଲା। ୧୯୭୧ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲି। ସେହି ବର୍ଷ ପୁନେ ଯାଇ ବର୍ଷିକିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇଲି। ୧୯୭୨ରେ ପାଠ୍ୟକ୍ରମ ଶେଷ ହେଲା, ଆଉ ସେହି ବର୍ଷ ଆରମ୍ଭ ହୋଇଥିଲା ମୋର ସାମ୍ବାଦିକତା ଜୀବନ। ସେ ସମୟରେ ଓଡ଼ିଶାରେ ପ୍ରମୁଖ ଭାବେ ସମାଜ, ପ୍ରଜାତନ୍ତ୍ର ଓ ମାତୃଭୂମି ଖବରକାଗଜ ପ୍ରକାଶ ପାଉଥିଲା।

ପ୍ରଥମେ ପ୍ରଜାତନ୍ତ୍ର ଏବଂ ପରବର୍ତ୍ତୀ ସମୟରେ ସମାଜ ଖବର କାଗଜର ଭୁବନେଶ୍ୱର ମୁଖ୍ୟ ପ୍ରତିନିଧି ଭାବେ କାର୍ଯ୍ୟ କରିଛି। ଆଜିକାଲି ଭଳି ସେତେବେଳେ ବ୍ୟବସ୍ଥା ନ ଥିଲା। କେବଳ ସାନ୍ଧ୍ୟ ସଂସ୍କରଣ ପ୍ରକାଶ ପାଉଥିଲା। ସାଇକେଲ ଧରି ବିଭିନ୍ନ ସ୍ଥାନରୁ ଖବର ସଂଗ୍ରହ କରି ଦିନବେଳା କିଏ କଟକ ଯାଉଥିଲେ ତାଙ୍କ ହାତରେ ଖବର ପଠାଇବା ସହ ଅଧିକାଂଶ ଖବର ଟେଲିଫୋନରେ ଡାକିବାକୁ ପଡ଼ୁଥିଲା। ଆଉ ପ୍ରଥମେ ରୋଟେରି ମେଶିନ ତା’ପରେ ମନୋଗ୍ରାମ ମେଶିନରେ କାଗଜ ଛପା ହେଉଥିଲା।

୧୯୯୦ ମସିହା ପୂର୍ବରୁ ଫାକ୍ସ ଆସିଲା, ତା’ପରେ ଅତ୍ୟାଧୁନିକ ବ୍ୟବସ୍ଥାମାନ ଗଣମାଧ୍ୟମ ସହ ଯୋଡ଼ିହେଲା। ପୁଣି ପ୍ରଭାତ ସଂସ୍କରଣ ପ୍ରକାଶିତ ହେଲା। ତେବେ ଆମ ବେଳେ ଭୁବନେଶ୍ୱରରେ ହାତ ଗଣତି କେତେଜଣ ରାଜ୍ୟସ୍ତରୀୟ ସାମ୍ବାଦିକ ଥିଲେ। ପୁଣି ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣଓଡ଼ିଆ। ୧୯୮୦ ମସିହାରେ ମୋତେ ରାଜ୍ୟସ୍ତରୀୟ ସାମ୍ବାଦିକ ଭାବେ ସ୍ବୀକୃତି ମିଳିଥିଲା। ୧୯୭୪ରେ ‘ଧରିତ୍ରୀ’ ଯେତେବେଳେ ପ୍ରକାଶ ପାଇଲା, ତାହା ମଧ୍ୟ ଚହଳ ପକାଇଥିଲା। ଏବେ ଓଡ଼ିଆ ଖବର କାଗଜ ସଂଖ୍ୟା ଢେର ବଢିଯାଇଛି ଆଉ ତା’ ସହିତ ବୈଦ୍ୟୁତିକ ଗଣମାଧ୍ୟମ ବି ଓଡ଼ିଆ ସାମ୍ବାଦିକତାକୁ ଆଗକୁ ନେଇଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ମାତ୍ର ୪୦ ମିନିଟ୍‌ ପାଇଁ ହୋଇଥାଏ ରାତି

ସମଗ୍ର ବିଶ୍ୱ ପ୍ରକୃତିର ନିୟମ ଅନୁଯାୟୀ ଚାଲିଥାଏ। ପ୍ରକୃତିର ନିୟମଠାରୁ ଭିନ୍ନ କିଛି ଏହି ପୃଥିବୀରେ ଘଟେ ନାହିଁ। ଏକ ନିର୍ଦ୍ଦିଷ୍ଟ ସମୟରେ ଦିନରାତି ହୋଇଥାଏ।...

ପୁରସ୍କାର ପରେ କେମିତି ଥାଆନ୍ତି ପ୍ରତିଭାମାନେ, କ’ଣ କରନ୍ତି…

ଅନେକ ସମୟରେ ଦେଖିବାକୁ ମିଳିଥାଏ, ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ଦେଖି କେହି କେହି ବାଟଭାଙ୍ଗି ଚାଲି ନ ଯାଇ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ...

ମାଙ୍କଡ଼କୁ ଚିଡ଼ାଉଥିଲେ ଯୁବତୀ, କେଶ ଧରି ଭିଡ଼ିନେଲା; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡ଼ିକ ମଧ୍ୟରୁ କେତେକ ମଜାଳିଆ ହୋଇଥିବା ବେଳେ ଆଉ କେତେକ ଅତ୍ୟନ୍ତ ସ୍ପର୍ଶକାତର ହୋଇଥାଏ।...

ନୀଳକଣ୍ଠ ମହାଦେବ ମନ୍ଦିର

ଦେବ ଦେବ ମହାଦେବଙ୍କୁ ସମର୍ପିତ ନୀଳକଣ୍ଠ ମହାଦେବ ମନ୍ଦିର ହେଉଛି ଉତ୍ତରାଖଣ୍ଡର ଅନ୍ୟତମ ପବିତ୍ର ତୀର୍ଥଭୂମି। ଏଠାରେ ପ୍ରଭୁଙ୍କୁ ଦର୍ଶନ କରି ତାଙ୍କ କରୁଣା ଲାଭ...

ଦୁନିଆର ସବୁଠାରୁ ଏକାକି ମହିଳା: ୭୬ ବର୍ଷ ଧରି ଜଙ୍ଗଲରେ ବିତାଉଛନ୍ତି ଜୀବନ

ଏକାକୀ ରହିବା ଯେକୌଣସି ମଣିଷ ପାଇଁ ସବୁଠାରୁ କଷ୍ଟକର କାର୍ଯ୍ୟ, ହେଲେ ସାଇବେରିଆର ଏକ ଜଙ୍ଗଲରେ ରୁହନ୍ତି ଦୁନିଆର ଏକମାତ୍ର ଏକାକି ମହିଳା। ତାଙ୍କର କୌଣସି...

ଭାଲେଣ୍ଟାଇନସ୍‌ ଆପ୍‌

ଦିନଟି ସେମିତି – ବଡ଼ ରୋମାଣ୍ଟିକ୍‌ । ସକାଳୁ ଚଇନି ଚିକ୍କଣ ହେଇ ଘରୁ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ , ‘ଶୁଣୁଛ ଘରେ...

ମୋରୋକୋ ରାଜାଙ୍କ ୫ କୋଟି ଟଙ୍କାର ଘଣ୍ଟା ଚୋରି

ମୋରୋକୋ ରାଜା ମହମ୍ମଦ-VIଙ୍କ ଘରୁ ୩୬ଟି ଦାମୀ ଘଣ୍ଟା ଚୋରି ହୋଇଛି। ଏହି ଘଣ୍ଟାଗୁଡିକର ମୂଲ୍ୟ ପାଖାପାଖି ୫କୋଟି ଟଙ୍କା ହେବ। ୪୬ ବର୍ଷୀୟ ଜଣେ...

୬୦ ଲକ୍ଷ ଟଙ୍କା ଅଗ୍ରୀମ ନେଇ ବିବାହରେ ପହଞ୍ଚିଲେନି ଫଟୋଗ୍ରାଫର, ଆଉ ତା’ ପରେ…

ପ୍ରତ୍ୟେକ ଦମ୍ପତି ଏବଂ ସେମାନଙ୍କ ପରିବାର ପାଇଁ ବିବାହ ଏକ ସ୍ମରଣୀୟ ମୁହୂର୍ତ୍ତ। କେବଳ ବରକନ୍ୟା ନୁହନ୍ତି ବରଂ ବିବାହକୁ ଆସିଥିବା ଅତିଥିମାନଙ୍କ ସ୍ମୃତିକୁ ବି...

Advertisement
Archives

Model This Week