୩ ମାସ ଯାଏ ପଥିକଙ୍କୁ ମିଳିବ ପାନୀୟ ଜଳ

ତାଳଚେର,୨୭।୪ (ନି.ପ୍ର.) – ଅନୁଗୋଳ ଜିଲା ତାଳଚେରରେ ତାପମାତ୍ରା ବଢ଼ୁଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସେଣ୍ଟ ଜନ୍‌ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ସୋମବାର ଏକ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି। ଏମ୍‌ସିଏଲ୍‌ର ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠାନର ଡିଭିଜନାଲ କମାଣ୍ଡର ପ୍ରଦୀପ୍ତ କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଲାପାଳ ବିଶ୍ୱ ରଞ୍ଜନ ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଏବଂ କ୍ଷେତ୍ରୀୟ କାର୍ମିକ ଅଧିକାରୀ ଏ.ଏନ୍‌. ଶର୍ମା, ଅନନ୍ତ ବିହାର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ତ୍ରିନାଥ ପଣ୍ଡା, ବିତ୍ତ ବିଭାଗ ମୁଖ୍ୟ ସି.ଆର୍‌. ଦାସ,ବୈଦ୍ୟୁତିକ ବିଭାଗ ମୁଖ୍ୟ ଜୟପ୍ରକାଶ, ନିର୍ମାଣ ବିଭାଗ ମୁଖ୍ୟ ଏ. ତୀର୍ଥମଲେଇ, କ୍ଷେତ୍ରୀୟ ସୁରକ୍ଷା ଅଧିକାରୀ ଭି.ଏସ୍‌. ତିମିଆ, ଚିଫ୍‌ ମ୍ୟାନେଜର କେ.ସି. ଚୌଧୁରୀ, ଷ୍ଟାଫ୍‌ ଅଫିସର ବି.କେ. ସେଠୀ, ଜିଏମ୍‌ ସଚିବ ପ୍ରମୋଦ କୁମାର ପତ୍ରି, ଏଚ୍‌ଏମ୍‌ଏସ୍‌ ଶ୍ରମିକ ନେତା ଶଙ୍କର ବେହେରା, ବିଏମ୍‌ଏସ୍‌ ଶ୍ରମିକ ନେତା ସୁଦର୍ଶନ ମହାନ୍ତି, ଜିଲା ରେଡ୍‌କ୍ରସର ବରିଷ୍ଠ ସଦସ୍ୟ ବଳରାମ ପତୀ, ତୋଫାନ ଯୁବକ ସଂଘ ସଭାପତି ଧୀରେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଭଳି ଆଗାମୀ ତିନି ମାସ ଯାଏ ଉକ୍ତ ରାସ୍ତାରେ ଯାଆସ କରୁଥିବା ଜନସାଧାରଣ, ଛାତ୍ରୀଛାତ୍ରମାନଙ୍କୁ ଲେମ୍ବୁ ପାଣି, ଦହି ପାଣି, ଥଣ୍ଡା ପାଣି ଏବଂ ଓଆର୍‌ଏସ୍‌ ପାଣି ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ଆମ୍ବୁଲାନ୍ସ ଅଫିସର ପଞ୍ଚୁ ସାହୁ, ବ୍ରିଗ୍ରେଡ୍‌ ସଦସ୍ୟ ରଞ୍ଜିତ ସାହୁ, ଅଞ୍ଜନ ଶତପଥୀ, ପ୍ରଫୁଲ୍ଲ ସାହୁ, ବିଭୂତି ମହାରଣା, ଆଶିଷ ବାରିକ, ପ୍ରଶାନ୍ତ ରାଉତ, ଅମରେଶ ସାମଲ, ପ୍ରମୋଦ ସାହୁ, ମାୟାଧର ପ୍ରଧାନ, ବିଦ୍ୟାଧର ପ୍ରଧାନ, ସମୀର ପ୍ରଧାନ, ରାଜେନ୍ଦ୍ର ସାହୁ, ସତ୍ୟ ନାରାୟଣ ପ୍ରଧାନ, ବୈକୁଣ୍ଠ ପ୍ରଧାନ, ଡିଲେଶ୍ୱର ପ୍ରଧାନ, ଦୀପକ ଦାସ, ସୁମନ୍ତ ସାହୁ, ମଳୟ କୁମାର ସାହୁ, ମନୋଜ ପ୍ରଧାନ, କିଶୋରୀ ସାହୁ, ସୁନୀଲ ସାହୁ ପ୍ରମୁଖ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri