ପାଇଲଟ ଅସୁସ୍ଥ ହେବାରୁ ଯାତ୍ରୀ ବିମାନକୁ କରାଇଲେ ଅବତରଣ…

ଫ୍ଲୋରିଡା, ୧୨।୫ : ପାଇଲଟ ଅସୁସ୍ଥ ହୋଇପଡିଥିବାରୁ ଜଣେ ଯାତ୍ରୀ ଫ୍ଲୋରିଡାରେ ବିମାନକୁ ଅବତରଣ କରାଇଛନ୍ତି।
ସର୍ବସାଧାରଣ ବିମାନ ଉଡ଼ାଣ ରେକର୍ଡିଂରେ ଅଜ୍ଞାତ ବ୍ୟକ୍ତିଙ୍କ ସ୍ବର ଶୁଣିବାକୁ ମିଳିଥିଲା ଯେ ବିମାନକୁ କିପରି ବନ୍ଦ କରାଯିବ ସେ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ।

ଏନେଇ ପାଇଲଟଙ୍କୁ ଶିକ୍ଷା ଦେଉଥିବା ଜଣେ ଏୟାର ଟ୍ରାଫିକ ନିୟନ୍ତ୍ରକଙ୍କ ସହାୟତା ଲୋଡ଼ାଯାଇଥିଲା। ମଙ୍ଗଳବାର ମଧ୍ୟାହ୍ନ ପରେ ପାମ୍‌ ବିଚ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଘଟଣା ଘଟିଛି।

ନିୟନ୍ତ୍ରକ ଏବଂ ଯାତ୍ରୀ ଉଭୟଙ୍କ ମଧ୍ୟରେ ଟାର୍ମାକରେ ଯୋଗାଯୋଗ ହୋଇଥିଲା। ଯାତ୍ରୀ ବିକଳରେ କହିଥିଲେ ଯେ, ମୁଁ ଏକ ସଙ୍କଟ ଜନକ ପରିସ୍ଥିତିରେ ଅଛି। ମୋ ବିମାନର ପାଇଲଟ ଅସୁସ୍ଥ ହୋଇପଡିଛନ୍ତି। ଏବେ ବିମାନଟି ୯,୦୦୦ ଫୁଟ ଉପରେ ରହିଛି। ପାଇଲଟ ଏବେ ମୋ ପାଖରେ ମଧ୍ୟ ନାହାନ୍ତି ବୋଲି ଯାତ୍ରୀ ଜଣକ ସୂଚନା ଦେଇଥିଲେ।

ନିୟନ୍ତ୍ରକ ତାଙ୍କ ପଦବୀ ସମ୍ପର୍କରେ ପଚାରିବାରୁ ଯାତ୍ରୀ ଜଣକ କେବଳ ଉତ୍ତର ଦେଇଥିଲେ ଯେ ବିମାନ ଅବତରଣ ନେଇ ମୋର କୌଣସି ଧାରଣା ନାହିଁ। ସେ କେବଳ କହିଥିଲେ ଏତିକି କହିଥିଲେ ଯେ ସେ ତାଙ୍କ ଆଗରେ ଫ୍ଲୋରିଡା ଉପକୂଳ ଦେଖିପାରୁଛନ୍ତି।

ଯାତ୍ରୀ କହିଥିଲେ ଯେ, ନାଭିଗେଶନ ସ୍କ୍ରିନ୍‌ ଟର୍ନ ଅନ କରିବାକୁ ମଧ୍ୟ ସେ ସକ୍ଷମ ନୁହନ୍ତି ବୋଲି ଯାତ୍ରୀ ଜଣକ କହିଥିଲେ। ତେବେ ନିୟନ୍ତ୍ରକ ତାଙ୍କର ସାହସ ବଢ଼ାଇବାର ଉଦ୍ୟମ କରିଥିଲେ। ନାଭିଗେଶନ ସ୍କ୍ରିନ୍‌ରେ ସମସ୍ତ ସୂଚନା ଥିବା ନେଇ ନିୟନ୍ତ୍ରକ ଜଣକ ଯାତ୍ରୀଙ୍କୁ ଅବଗତ କରାଇଥିଲେ।

ପାମ ବିଚ ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ ନିୟନ୍ତ୍ରକ ରବର୍ଟ ମୋର୍ଗାନଙ୍କୁ ତାଙ୍କ ବିରତି ସମୟରେ ଜଣେ ସହକର୍ମୀ ଏଭଳି ପରିସ୍ଥିତି ବିଷୟରେ ସୂଚନା ପ୍ରଦାନ କରିଥିଲେ। ମୋର୍ଗାନ୍‌ ବନ୍ଦରକୁ ଫେରିଥିଲେ।

ଏୟାର ଟ୍ରାଫିକ ନିୟନ୍ତ୍ରଣରେ ୨୦ ବର୍ଷରୁ ଅଧିକ ସମୟ ଧରି ବିମାନ ଉଡ଼ାଣ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିବା ମୋର୍ଗାନ କେବେ ବି ବିମାନର ସମ୍ପୃକ୍ତ ମଡେଲକୁ ଉଡ଼ାଇ ନ ଥିଲେ। ବିମାନଟି ଗୋଟିଏ ଇଞ୍ଜିନ୍‌ ବିଶିଷ୍ଟ ସେସନା-୨୦୮ ଥିଲା। ବିମାନକୁ ଅବତରଣ ପାଇଁ ନିର୍ଦ୍ଦେଶ ଦେବା ଲାଗି ସେ ବିମାନର କକପିଟର ମ୍ୟାପ୍‌ ବ୍ୟବହାର କରିବାକୁ ସକ୍ଷମ ହୋଇ ପାରିଥିଲେ।

ଏହାପରେ ମୋର୍ଗାନ୍‌ ଯାତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ସଫଳତାର ସହିତ ବିମାନକୁ ଅବତରଣ କରାଇବାକୁ ସକ୍ଷମ ହୋଇଥିଲେ। ଯାତ୍ରୀଙ୍କ ନାମ ଜଣା ପଡ଼ି ନ ଥିଲା। ତେବେ ମୋର୍ଗାନ୍‌ କହିଛନ୍ତି ଯେ, ସେ ଜଣେ ସାହାସୀ ଏବଂ ଉପସ୍ଥିତ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି।

ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ କହିଛି ଯେ ବିମାନଟି କନେକ୍ଟିକଟ ରାଜ୍ୟର ଏକ ଠିକଣାରେ ବ୍ୟକ୍ତିଗତ ଭାବେ ପଞ୍ଜିକୃତ ହୋଇଛି। ଫ୍ଲାଇଟ ଟ୍ରାକର୍‌ ଫ୍ଲାଇଟ ଆୱାର୍‌ ଅନୁଯାୟୀ ଏହା ବାହାମାସର ମାର୍ଶ ହାରବର୍‌ ଠାରୁ ପ୍ରାୟ ଏକ ଘଣ୍ଟା ପୂର୍ବରୁ ଉଡ଼ାଣ ଆରମ୍ଭ କରିଥିଲା।

ବିମାନ ଅବତରଣ ପରେ ଅସୁସ୍ଥ ପାଇଲଟଙ୍କୁ ପାଲମ ବିଚ କାଉଣ୍ଟି ଫାୟାର ରେସକ୍ୟୁ ଦ୍ୱାରା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପାଇଲଟଙ୍କ ନାମ ଏବଂ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳି ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri