ପାଇଲଟ ଅସୁସ୍ଥ ହେବାରୁ ଯାତ୍ରୀ ବିମାନକୁ କରାଇଲେ ଅବତରଣ…

ଫ୍ଲୋରିଡା, ୧୨।୫ : ପାଇଲଟ ଅସୁସ୍ଥ ହୋଇପଡିଥିବାରୁ ଜଣେ ଯାତ୍ରୀ ଫ୍ଲୋରିଡାରେ ବିମାନକୁ ଅବତରଣ କରାଇଛନ୍ତି।
ସର୍ବସାଧାରଣ ବିମାନ ଉଡ଼ାଣ ରେକର୍ଡିଂରେ ଅଜ୍ଞାତ ବ୍ୟକ୍ତିଙ୍କ ସ୍ବର ଶୁଣିବାକୁ ମିଳିଥିଲା ଯେ ବିମାନକୁ କିପରି ବନ୍ଦ କରାଯିବ ସେ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ।

ଏନେଇ ପାଇଲଟଙ୍କୁ ଶିକ୍ଷା ଦେଉଥିବା ଜଣେ ଏୟାର ଟ୍ରାଫିକ ନିୟନ୍ତ୍ରକଙ୍କ ସହାୟତା ଲୋଡ଼ାଯାଇଥିଲା। ମଙ୍ଗଳବାର ମଧ୍ୟାହ୍ନ ପରେ ପାମ୍‌ ବିଚ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଘଟଣା ଘଟିଛି।

ନିୟନ୍ତ୍ରକ ଏବଂ ଯାତ୍ରୀ ଉଭୟଙ୍କ ମଧ୍ୟରେ ଟାର୍ମାକରେ ଯୋଗାଯୋଗ ହୋଇଥିଲା। ଯାତ୍ରୀ ବିକଳରେ କହିଥିଲେ ଯେ, ମୁଁ ଏକ ସଙ୍କଟ ଜନକ ପରିସ୍ଥିତିରେ ଅଛି। ମୋ ବିମାନର ପାଇଲଟ ଅସୁସ୍ଥ ହୋଇପଡିଛନ୍ତି। ଏବେ ବିମାନଟି ୯,୦୦୦ ଫୁଟ ଉପରେ ରହିଛି। ପାଇଲଟ ଏବେ ମୋ ପାଖରେ ମଧ୍ୟ ନାହାନ୍ତି ବୋଲି ଯାତ୍ରୀ ଜଣକ ସୂଚନା ଦେଇଥିଲେ।

ନିୟନ୍ତ୍ରକ ତାଙ୍କ ପଦବୀ ସମ୍ପର୍କରେ ପଚାରିବାରୁ ଯାତ୍ରୀ ଜଣକ କେବଳ ଉତ୍ତର ଦେଇଥିଲେ ଯେ ବିମାନ ଅବତରଣ ନେଇ ମୋର କୌଣସି ଧାରଣା ନାହିଁ। ସେ କେବଳ କହିଥିଲେ ଏତିକି କହିଥିଲେ ଯେ ସେ ତାଙ୍କ ଆଗରେ ଫ୍ଲୋରିଡା ଉପକୂଳ ଦେଖିପାରୁଛନ୍ତି।

ଯାତ୍ରୀ କହିଥିଲେ ଯେ, ନାଭିଗେଶନ ସ୍କ୍ରିନ୍‌ ଟର୍ନ ଅନ କରିବାକୁ ମଧ୍ୟ ସେ ସକ୍ଷମ ନୁହନ୍ତି ବୋଲି ଯାତ୍ରୀ ଜଣକ କହିଥିଲେ। ତେବେ ନିୟନ୍ତ୍ରକ ତାଙ୍କର ସାହସ ବଢ଼ାଇବାର ଉଦ୍ୟମ କରିଥିଲେ। ନାଭିଗେଶନ ସ୍କ୍ରିନ୍‌ରେ ସମସ୍ତ ସୂଚନା ଥିବା ନେଇ ନିୟନ୍ତ୍ରକ ଜଣକ ଯାତ୍ରୀଙ୍କୁ ଅବଗତ କରାଇଥିଲେ।

ପାମ ବିଚ ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ ନିୟନ୍ତ୍ରକ ରବର୍ଟ ମୋର୍ଗାନଙ୍କୁ ତାଙ୍କ ବିରତି ସମୟରେ ଜଣେ ସହକର୍ମୀ ଏଭଳି ପରିସ୍ଥିତି ବିଷୟରେ ସୂଚନା ପ୍ରଦାନ କରିଥିଲେ। ମୋର୍ଗାନ୍‌ ବନ୍ଦରକୁ ଫେରିଥିଲେ।

ଏୟାର ଟ୍ରାଫିକ ନିୟନ୍ତ୍ରଣରେ ୨୦ ବର୍ଷରୁ ଅଧିକ ସମୟ ଧରି ବିମାନ ଉଡ଼ାଣ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିବା ମୋର୍ଗାନ କେବେ ବି ବିମାନର ସମ୍ପୃକ୍ତ ମଡେଲକୁ ଉଡ଼ାଇ ନ ଥିଲେ। ବିମାନଟି ଗୋଟିଏ ଇଞ୍ଜିନ୍‌ ବିଶିଷ୍ଟ ସେସନା-୨୦୮ ଥିଲା। ବିମାନକୁ ଅବତରଣ ପାଇଁ ନିର୍ଦ୍ଦେଶ ଦେବା ଲାଗି ସେ ବିମାନର କକପିଟର ମ୍ୟାପ୍‌ ବ୍ୟବହାର କରିବାକୁ ସକ୍ଷମ ହୋଇ ପାରିଥିଲେ।

ଏହାପରେ ମୋର୍ଗାନ୍‌ ଯାତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ସଫଳତାର ସହିତ ବିମାନକୁ ଅବତରଣ କରାଇବାକୁ ସକ୍ଷମ ହୋଇଥିଲେ। ଯାତ୍ରୀଙ୍କ ନାମ ଜଣା ପଡ଼ି ନ ଥିଲା। ତେବେ ମୋର୍ଗାନ୍‌ କହିଛନ୍ତି ଯେ, ସେ ଜଣେ ସାହାସୀ ଏବଂ ଉପସ୍ଥିତ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି।

ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ କହିଛି ଯେ ବିମାନଟି କନେକ୍ଟିକଟ ରାଜ୍ୟର ଏକ ଠିକଣାରେ ବ୍ୟକ୍ତିଗତ ଭାବେ ପଞ୍ଜିକୃତ ହୋଇଛି। ଫ୍ଲାଇଟ ଟ୍ରାକର୍‌ ଫ୍ଲାଇଟ ଆୱାର୍‌ ଅନୁଯାୟୀ ଏହା ବାହାମାସର ମାର୍ଶ ହାରବର୍‌ ଠାରୁ ପ୍ରାୟ ଏକ ଘଣ୍ଟା ପୂର୍ବରୁ ଉଡ଼ାଣ ଆରମ୍ଭ କରିଥିଲା।

ବିମାନ ଅବତରଣ ପରେ ଅସୁସ୍ଥ ପାଇଲଟଙ୍କୁ ପାଲମ ବିଚ କାଉଣ୍ଟି ଫାୟାର ରେସକ୍ୟୁ ଦ୍ୱାରା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପାଇଲଟଙ୍କ ନାମ ଏବଂ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳି ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri