Posted inଫୁରସତ

ପଶ୍ମିନା ଶାଲ୍‌

ପଶ୍ମିନା ଶାଲ୍‌ କେବଳ ଭାରତରେ କାହିଁକି ବିଦେଶରେ ବି ବେଶ୍‌ ଲୋକପ୍ରିୟ। ଏବେ ତ ଏହା ଷ୍ଟାଟସ୍‌ର ପ୍ରତିକ ପାଲଟିଗଲାଣି। ବଡ଼ ବଡ଼ ସେଲିବ୍ରିଟିଙ୍କର ଏହା ପ୍ରଥମ ପସନ୍ଦ। ହେଲେ ଜାଣନ୍ତି କି ଏହା କେବେଠୁ ଆରମ୍ଭ ଓ କେମିତି ହେଲା ଏତେ ଲୋକପ୍ରିୟ। ଜାଣନ୍ତୁ ସେ ସମ୍ପର୍କରେ…

ପଶ୍ମିନା ଶାଲ୍‌କୁ କେହି କେହି ‘କଶ୍ମିରୀ ଶାଲ୍‌’ ବି କୁହନ୍ତି। ପଶ୍ମିନା ଶବ୍ଦଟି ଫାରସୀ ଶବ୍ଦ ‘ପଶ୍ମ’ରୁ ଆସିଛି। ଯାହାର ଅର୍ଥ ହେଉଛି ଉଲ୍‌। ପଶ୍ମିନା ଉଲ୍‌ କଶ୍ମିରର ଏକ ଖାସ୍‌ ପ୍ରଜାତିର ପାହାଡି ଛେଳିରୁ ବାହାର କରାଯାଇଥାଏ, ଯାହାର ନାଁ ଚ୍ୟାଙ୍ଗରା। ଏହି ଛେଳି ଶୀତଦିନେ ନିଜ ଶରୀରର ଉଲ୍‌ର ଉପର ସ୍ତରକୁ ନିଜେ ତ୍ୟାଗ କରିଥାଏ। ତେଣୁ ଏହାକୁ କାଟିବାକୁ ପଡି ନ ଥାଏ। ହେଲେ ପଶ୍ମିନା ଶାଲ ପ୍ରସ୍ତୁତି ପ୍ରକ୍ରିୟା ବହୁତ ଜଟିଳ। ଗୋଟିଏ ଶାଲ ତିଆରି କରିବା ପାଇଁ ତିନିଟି ଚ୍ୟାଙ୍ଗରା ଛେଳିର ଉଲ ଆବଶ୍ୟକ ହୁଏ। ୭-୧୦ ଦିନ ଲାଗେ ଗୋଟିଏ ଶାଲ ତିଆରି କରିବାକୁ। ତେଣୁ ଏହାର ମୂଲ୍ୟ ବହୁତ ଥାଏ। ଐତିହାସିକଙ୍କ ମତରେ କଶ୍ମିରର ପଞ୍ଚଦଶ ଶତାବ୍ଦିର ଶାସକ ଜୈନୁଲ ଆବ୍‌ଦିନ ସୁବେଠାରେ ଉଲ୍‌ ଉଦ୍ୟୋଗର ସ୍ଥାପନା କରିଥିଲେ ଓ କଶ୍ମିରୀ ପଶ୍ମିନା ଶାଲ୍‌କୁ ପ୍ରୋତ୍ସାହିତ କରିଥିଲେ। ତେବେ କିଛି ଐତିହାସିକ ପଶ୍ମିନା ଶାଲ୍‌ର ଇତିହାସ ଏହାଠାରୁ ବି ବହୁ ପୂର୍ବର ବୋଲି କୁହନ୍ତି। ମୋଗଲ ଶାସନ ସମୟରେ କଶ୍ମିରୀ ଶାଲ୍‌ର ଲୋକପ୍ରିୟତା ବଢିଲା। ଆଉ କଶ୍ମିର ବ୍ୟତିତ ଏହା ଭାରତର ବିଭିନ୍ନ ସ୍ଥାନ ସହ ପୃଥିବୀର ବିଭିନ୍ନ କୋଣକୁ ଏହାର ସୁଗନ୍ଧ ପହଞ୍ଚତ୍ଥିଲା। ଐତିହାସିକଙ୍କ ମତରେ ବାବରଙ୍କ ଶାସନକାଳରେ ବିଶ୍ୱସ୍ଥ ତଥା ଖାସ୍‌ ବ୍ୟକ୍ତିଙ୍କୁ ଖିଲତ୍‌ ‘ସମ୍ମାନ ବସ୍ତ୍ର’ ପ୍ରଦାନ କରିବା ପରମ୍ପରା ଆରମ୍ଭ ହୋଇଥିଲା। ଖିଲତ୍‌ରେ ପଗଡି, କୋଟ୍‌, ଗାଉନ୍‌ ଓ ଅନ୍ୟାନ୍ୟ ବସ୍ତ୍ର ସହ କଶ୍ମିରୀ ପଶ୍ମିନା ଉଲ୍‌ରେ ପ୍ରସ୍ତୁତ ସାମଗ୍ରୀ ବି ସାମିଲ କରାଯାଇଥିଲା। ପରେ ୧୫୬୮ରେ ଯେବେ ଆକବର କଶ୍ମିର ଉପରେ ପୂର୍ଣ୍ଣ ବିଜୟ ଲାଭ କଲେ, ଏକ ଖାସ୍‌ ଖିଲତ୍‌ ସମାରୋହ କରାଯାଇଥିଲା। ଯେଉଁଥିରେ କଶ୍ମିରୀ ପଶ୍ମିନା ଶାଲ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ଏହି ସମୟରେ ଅନ୍ୟ ସମ୍ରାଟ ଯେମିତିକି ସଫଓ୍ବିଦ ଓ କଜରୋଁ ମଧ୍ୟ ପଶ୍ମିନା ଶାଲ ପିନ୍ଧିବା ସହ ଭେଟି ସ୍ବରୂପ ପ୍ରଦାନ କରୁଥିଲେ। ଏହିଭଳି ଭାବେ ଧୀରେ ଧୀରେ ପଶ୍ମିନା ଶାଲ୍‌ ଭାରତ ବ୍ୟତିତ ପଡୋଶୀ ଦେଶରେ ବି ପ୍ରସିଦ୍ଧ ହେବାରେ ଲାଗିଲା। ନେପାଳ ଓ ଅନ୍ୟ ଦେଶରେ ଏହି ଶାଲ୍‌କୁ ଯୌତୁକରେ ଦେବା ଅନିବାର୍ଯ୍ୟ କରାଗଲା। ୟୁରୋପର ସବୁ ଦେଶରେ ବି ଏହା ଲୋକପ୍ରିୟ ହେବାକୁ ଲାଗିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri