ପାଠ ପଢ଼ିବେ ପାର୍ବତୀ

ବୈପାରିଗୁଡା,୧୭ା୯ (ଡି.ଏନ୍‌.ଏ.): ବାପା ମା’ ସ୍ନେହରୁ ବଞ୍ଚତ୍ତ ପାର୍ବତୀ ପୂଜାରୀଙ୍କ ମୁହଁରେ ହସ ଫୁଟିଛି। ଆର୍ଥିକ ଅନଟନ ଓ ପାରିବାରିକ ଅସୁବିଧା ଯୋଗୁ ତାଙ୍କ ପାଠପଢା ଅଧାରୁ ଅଟକିଯିବା ନେଇ ସୃଷ୍ଟି ହୋଇଥିବା ସଂସୟ ଦୂର ହୋଇଛି। ବ୍ଲକର ବାଲିଗଁାସ୍ଥିତ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ କନ୍ୟାଶ୍ରମରେ ରହି ପାର୍ବତୀ ଷଷ୍ଠ ଶ୍ରେଣୀରେ ପଢିବା ବ୍ୟବସ୍ଥା ହୋଇଛି। ଶନିବାରଠାରୁ ସେ ବିଦ୍ୟାଳୟକୁ ଆସିବେ ବୋଲି ବ୍ଲକ ମଙ୍ଗଳ ଅଧିକାରୀ ସୁଜ୍ଞାନ ରଞ୍ଜନ ଜାଲା କହିଛନ୍ତି।
୧୦ ବର୍ଷର ଝିଅ ପାର୍ବତୀଙ୍କ ଘର ବୈପାରିଗୁଡା ବ୍ଲକର ବାଣୁଆଗୁଡା ଗ୍ରାମରେ ା ଅତି ଛୋଟ ବୟସରୁ ସେ କଷ୍ଟରେ ବଢି ଆସିଛନ୍ତି। ସେ ବର୍ଷକର ହୋଇଥିବା ବେଳେ ତାଙ୍କୁ ଛାଡି ଅନ୍ୟତ୍ର ଚାଲିଯାଇ ମାଆ ବିବାହ କରି ଘରସଂସାର କରିଥିଲେ। ୨ ବର୍ଷ ପରେ ବାପା ତ୍ରିନାଥଙ୍କ ପରଲୋକ ହୋଇଥିଲା। ଏପରି ସ୍ଥଳେ ଖୁବ୍‌ ଅସହାୟ ହୋଇପଡିଥିବା ପାର୍ବତୀ ଜେଜେବାପା ଡମ୍ବରୁ ଓ ଜେଜେ ମା ମଣିମାଙ୍କ ନିକଟରେ ଲାଳିତପାଳିତ ହୋଇ ବଢିଥିଲେ। ଜେଜେ ମା’ ଏବେ ପକ୍ଷାଘାତ ରୋଗରେ ପିଡିତ ା ପୂର୍ବପରି ସେ ମୂଲମଜୁରି ଲାଗିପାରୁନାହାନ୍ତି। ଉଭୟେ ବୃଦ୍ଧାବୃଦ୍ଧ ଯାହା ମାସିକ ଭତ୍ତା ପାଆନ୍ତି ସେଥିରେ ପରିବାର ଚଳେ। ଅର୍ଥାଭାବରୁ ଚଳିତ ବର୍ଷ ପାର୍ବତୀ ମାଠପଡା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରୁ ଉନ୍ନୀତ ହୋଇଥିଲେ ମଧ୍ୟ ଆଗକୁ ପଢିପାରୁ ନ ଥିଲେ। ନାତୁଣିଙ୍କୁ ତ୍ରିନାଥ ବାଲିଗଁାସ୍ଥିତ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବାଳିକା ଆବାସିକ ବିଦ୍ୟାଳୟରେ ନାମ ଲେଖାଇବାକୁ ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କରିଥିଲେ, ମାତ୍ର ସମୟ ଅତିବାହିତ ହୋଇଯାଇଥିବାରୁ ଆଡିମିଶନ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିଲେ। ଏ ସଂକ୍ରାନ୍ତରେ ‘ଅର୍ଥ ସାଜିଛି ପ୍ରତିବନ୍ଧକ,ପାର୍ବତୀଙ୍କ ପାଠ ପଢା ଅଧାରୁ ବନ୍ଦ’ ଶୀର୍ଷକ ଖବର ଗୁରୁବାର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପରିଷଦ ସଭ୍ୟ ରାଜେଶ ମହୁରିଆ ଏବଂ ମାଠପଡା ସରପଞ୍ଚ ଗଙ୍ଗା ମସିଆ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଯୋଗାଯୋଗ କରି ପାର୍ବତୀଙ୍କ ନାମ ଲେଖାଇବା ବ୍ୟବସ୍ଥା କରିଛନ୍ତି। ପାର୍ବତୀଙ୍କୁ ପାଠ୍ୟ ଉପକରଣ କିଣି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri