ପାର୍ବତୀଙ୍କ ମୁହଁରେ ଫୁଟିଲା ହସ: ପହଞ୍ଚିଲା ପ୍ରଶାସନ

ମହାକାଳପଡ଼ା, ୮ା୭ (ଡି.ଏନ୍‌.ଏ.): ‘ପେଟକୁ ମିଳୁନି ଭାତ, ମୁଣ୍ଡରେ ନାହିଁ ଛାତ’ ଶୀର୍ଷକ ଖବର ଧରିତ୍ରୀରେ ବୁଧବାର ପ୍ରକାଶ ପାଇଥିଲା। ଗୁରୁବାର ଜିଲା ପ୍ରଶାସନ ସହାୟତାର ରାଶି ସହ ରାଶନ କାର୍ଡ ଦୁର୍ଦ୍ଦିନରେ କାଳ କାଟୁଥିବା ଆଦିବାସୀ ମହିଳା ପାର୍ବତୀ ସିଂଙ୍କ ପରିବାର ନିକଟରେ ପହଞ୍ଚତ୍ ସହଯୋଗର ହାତ ବଢାଇଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବଉଳକଣି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ସିଂପଡ଼ା ଗଁାର ପାର୍ବତୀ ସିଂ ଓ ସାନ ଭଉଣୀ ଫୁଲ ସିଂ ଦୀର୍ଘବର୍ଷ ଧରି ସରକାରୀ ଯୋଜନାରୁ ବାଦ୍‌ ପଡ଼ିଥିଲେ। ଏହି ପରିବାର ଅତି ଦୟନୀୟ ଭାବେ କାଳାତିପାତ କରୁଥିଲେ। ବୟସାଧିକ କାରଣରୁ ସବୁ ସମୟରେ ମୂଲ ମଜୁରି ଲାଗିବା ସମ୍ଭବ ହେଉ ନ ଥିଲା। କେବେ କେବେ କାମ ମିଳିଲେ ସେଥିରୁ ଯାହା ଦୁଇ ପଇସା ରୋଜଗାର ହୁଏ, ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇଥାଏ। ଓଳିଏ ଖାଇଲେ ଆର ଓଳିକୁ ଉପବାସ ରହିବାକୁ ପଡ଼ିଥାଏ। ୨୪ ବର୍ଷ ତଳେ ପାର୍ବତୀଙ୍କ ସ୍ବାମୀଙ୍କ ପରଲୋକ ହୋଇଥିବା ବେଳେ ଅଦ୍ୟାବଧି ଭତ୍ତା, ରାଶନ କାର୍ଡ, ବିଜୁଳି, ଶୌଚାଳୟ, ଆବାସ ଗୃହ ଆଦି ଜନକଲ୍ୟାଣ ଯୋଜନାରେ ସାମିଲ ହୋଇ ପାରି ନ ଥିଲେ। ଏହାକୁ ନେଇ ବୁଧବାର ଧରିତ୍ରୀରେ ଖବର ପ୍ରକାଶ ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ପୂର୍ବାହ୍ନରେ ଏକ ସ୍ବତନ୍ତ୍ର ଟିମ୍‌ ପାର୍ବତୀଙ୍କ ଘରେ ପହଞ୍ଚତ୍ଥିଲା। ଜିଲା ରେଡ୍‌କ୍ରସ ପାଣ୍ଠିରୁ ୮ ହଜାର ଟଙ୍କା ସହାୟତା ରାଶି ସହ ନୂଆ ରାଶନ୍‌ କାର୍ଡ ଓ ୨୦ କିଲୋ ଚାଉଳ ପ୍ରଦାନ କରାଯାଇଛି। ଏହି ଅସହାୟ ପରିବାରକୁ ଖୁବ୍‌ଶୀଘ୍ର ବିଧବା ଭତ୍ତା ସହ ସରକାରୀ ନିୟମ ଅନୁସାରେ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଜିଲାପାଳ ଋତୁରାଜ କହିଛନ୍ତି। ଅପରପକ୍ଷେ ଉକ୍ତ ଖବର ନେଇ ସମଗ୍ର ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଖବର ପଢ଼ି ସ୍ଥାନୀୟ ସରପଞ୍ଚ ସାଲବେଗ ମାହାଳି ଏହି ଅସହାୟ ପରିବାର ନିକଟରେ ପହଞ୍ଚତ୍ ଶୁଖିଲା ଖାଦ୍ୟ ଓ ରାଶନ୍‌ ସାମଗ୍ରୀ ପ୍ରଦାନ କରିଛନ୍ତି। ତେବେ ଖାଦ୍ୟ ସାମଗ୍ରୀ ମିଳିବା ପରେ ପାର୍ବତୀଙ୍କ ଖୁସି କହିଲେ ନ ସରେ। ଜିଲା ପ୍ରଶାସନକୁ ଧନ୍ୟବାଦ ଦେବା ସହ ପରିବାରକୁ ଆବାସ ଯୋଜନା ପକ୍କା ଗୃହ ଓ ବିଜୁଳି ଯୋଗାଇ ଦେବାକୁ ନେହୁରା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri