ପାର୍ବତୀଙ୍କ ମୁହଁରେ ଫୁଟିଲା ହସ: ପହଞ୍ଚିଲା ପ୍ରଶାସନ

ମହାକାଳପଡ଼ା, ୮ା୭ (ଡି.ଏନ୍‌.ଏ.): ‘ପେଟକୁ ମିଳୁନି ଭାତ, ମୁଣ୍ଡରେ ନାହିଁ ଛାତ’ ଶୀର୍ଷକ ଖବର ଧରିତ୍ରୀରେ ବୁଧବାର ପ୍ରକାଶ ପାଇଥିଲା। ଗୁରୁବାର ଜିଲା ପ୍ରଶାସନ ସହାୟତାର ରାଶି ସହ ରାଶନ କାର୍ଡ ଦୁର୍ଦ୍ଦିନରେ କାଳ କାଟୁଥିବା ଆଦିବାସୀ ମହିଳା ପାର୍ବତୀ ସିଂଙ୍କ ପରିବାର ନିକଟରେ ପହଞ୍ଚତ୍ ସହଯୋଗର ହାତ ବଢାଇଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବଉଳକଣି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ସିଂପଡ଼ା ଗଁାର ପାର୍ବତୀ ସିଂ ଓ ସାନ ଭଉଣୀ ଫୁଲ ସିଂ ଦୀର୍ଘବର୍ଷ ଧରି ସରକାରୀ ଯୋଜନାରୁ ବାଦ୍‌ ପଡ଼ିଥିଲେ। ଏହି ପରିବାର ଅତି ଦୟନୀୟ ଭାବେ କାଳାତିପାତ କରୁଥିଲେ। ବୟସାଧିକ କାରଣରୁ ସବୁ ସମୟରେ ମୂଲ ମଜୁରି ଲାଗିବା ସମ୍ଭବ ହେଉ ନ ଥିଲା। କେବେ କେବେ କାମ ମିଳିଲେ ସେଥିରୁ ଯାହା ଦୁଇ ପଇସା ରୋଜଗାର ହୁଏ, ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇଥାଏ। ଓଳିଏ ଖାଇଲେ ଆର ଓଳିକୁ ଉପବାସ ରହିବାକୁ ପଡ଼ିଥାଏ। ୨୪ ବର୍ଷ ତଳେ ପାର୍ବତୀଙ୍କ ସ୍ବାମୀଙ୍କ ପରଲୋକ ହୋଇଥିବା ବେଳେ ଅଦ୍ୟାବଧି ଭତ୍ତା, ରାଶନ କାର୍ଡ, ବିଜୁଳି, ଶୌଚାଳୟ, ଆବାସ ଗୃହ ଆଦି ଜନକଲ୍ୟାଣ ଯୋଜନାରେ ସାମିଲ ହୋଇ ପାରି ନ ଥିଲେ। ଏହାକୁ ନେଇ ବୁଧବାର ଧରିତ୍ରୀରେ ଖବର ପ୍ରକାଶ ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ପୂର୍ବାହ୍ନରେ ଏକ ସ୍ବତନ୍ତ୍ର ଟିମ୍‌ ପାର୍ବତୀଙ୍କ ଘରେ ପହଞ୍ଚତ୍ଥିଲା। ଜିଲା ରେଡ୍‌କ୍ରସ ପାଣ୍ଠିରୁ ୮ ହଜାର ଟଙ୍କା ସହାୟତା ରାଶି ସହ ନୂଆ ରାଶନ୍‌ କାର୍ଡ ଓ ୨୦ କିଲୋ ଚାଉଳ ପ୍ରଦାନ କରାଯାଇଛି। ଏହି ଅସହାୟ ପରିବାରକୁ ଖୁବ୍‌ଶୀଘ୍ର ବିଧବା ଭତ୍ତା ସହ ସରକାରୀ ନିୟମ ଅନୁସାରେ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଜିଲାପାଳ ଋତୁରାଜ କହିଛନ୍ତି। ଅପରପକ୍ଷେ ଉକ୍ତ ଖବର ନେଇ ସମଗ୍ର ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଖବର ପଢ଼ି ସ୍ଥାନୀୟ ସରପଞ୍ଚ ସାଲବେଗ ମାହାଳି ଏହି ଅସହାୟ ପରିବାର ନିକଟରେ ପହଞ୍ଚତ୍ ଶୁଖିଲା ଖାଦ୍ୟ ଓ ରାଶନ୍‌ ସାମଗ୍ରୀ ପ୍ରଦାନ କରିଛନ୍ତି। ତେବେ ଖାଦ୍ୟ ସାମଗ୍ରୀ ମିଳିବା ପରେ ପାର୍ବତୀଙ୍କ ଖୁସି କହିଲେ ନ ସରେ। ଜିଲା ପ୍ରଶାସନକୁ ଧନ୍ୟବାଦ ଦେବା ସହ ପରିବାରକୁ ଆବାସ ଯୋଜନା ପକ୍କା ଗୃହ ଓ ବିଜୁଳି ଯୋଗାଇ ଦେବାକୁ ନେହୁରା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri