ପାର୍ବଣ ଉତ୍ସବ ପାଣିଚିଆ

ଅନୁଗୋଳ ଅଫିସ, ୨୪ା୧୦ – ଧରାପୃଷ୍ଠକୁ ମା’ ଆସିବେ ବୋଲି ମାସ ମାସ ଧରି ପ୍ରସ୍ତୁତି ଚାଲେ। ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ରାଜ୍ୟ ବାହାରୁ ଆସନ୍ତି କାରିଗର। ଲାଇଟ୍‌, ସାଉଣ୍ଡ ଆଦି ସାଜସଜ୍ଜା ଦାୟିତ୍ୱ ଦିଆଯାଏ ଭଲ ଚିତ୍ରାଳୟକୁ। ମା’ଙ୍କ ଷଷ୍ଠୀ ପୂଜା ପୂର୍ବରୁ ହିଁ ସହର ଝଲସି ଉଠେ ଝିଲ୍‌ମିଲ୍‌ ଆଲୋକରେ। ମଣ୍ଡପରେ ଦେବୀଙ୍କୁ ଦର୍ଶନ ପାଇଁ ମନ ଚଳଚଞ୍ଚଳ ହୋଇଯାଏ ଶ୍ରଦ୍ଧାଳୁଙ୍କର। ହେଲେ ଚଳିତବର୍ଷ କରୋନା କାରଣରୁ କଡ଼ା କଟକଣା ଲଗାଯାଇଛି। ମଣ୍ଡପରେ ସାଜସଜ୍ଜା ନାହିଁ କି ଶ୍ରଦ୍ଧାଳୁଙ୍କ ମନରେ ସରାଗ ନାହିଁ। ପରଦା ପଛରେ ମା’ଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଘରେ ରହି ଛଟପଟ ହେଉଛନ୍ତି ଦର୍ଶନରୁ ବଞ୍ଚିତ ଭକ୍ତବୃନ୍ଦ। ଫଳରେ ପାର୍ବଣ ଉତ୍ସବ ଚଳିତବର୍ଷ ପୂରା ପାଣିଚିଆ ହୋଇଯାଇଛି।
ଚଳିତବର୍ଷ ଅନୁଗୋଳ ସହରରେ ହୋଇଛି ୧୧ଟି ପୂଜା ମଣ୍ଡପ। ସହରର ଅମଲାପଡ଼ା, ଦଶହରା ପଡ଼ିଆ, ପିଟିସି, ଶିମିିଳିପଡ଼ା, ଷ୍ଟେଶନ ରୋଡ୍‌, ଗୀତାଗ୍ରାମ, ସୁସୁଡ଼ା, ବସ୍‌ଷ୍ଟାଣ୍ଡ, ହେମସୁରପଡ଼ା, ଗାନ୍ଧୀ ଛକ, ହୁଲୁରିସିଂହାରେ ମା’ ଦଶଭୁଜା ପୂଜା ପାଉଛନ୍ତି। କିନ୍ତୁ ମଣ୍ଡପ ସମ୍ମୁଖରେ ନାହିଁ ଗହଳି ଚହଳି କି ପଡ଼ିନି ମିନାବଜାର। ସରକାରଙ୍କ କୋଭିଡ୍‌ ନିୟମ ମଧ୍ୟରେ ହିଁ କେବଳ ବିଧି ରକ୍ଷା କରିବାକୁ ପୂଜା କମିଟିଗୁଡ଼ିକ ପକ୍ଷରୁ ଯାହା କିଛି ବ୍ୟବସ୍ଥା କରାଯାଇଛି। ସମସ୍ତ ମଣ୍ଡପ ସମ୍ମୁଖରେ ପାଲର ପାଚେରି କରାଯାଇଛି। କୌଣସି ପ୍ରକାରେ ଜନସାଧାରଣ ଯେପରି ଦର୍ଶନ ପାଇଁ ପ୍ରବେଶ କରି ନ ପାରନ୍ତି ତାହା ଉପରେ ନଜର ରଖାଯାଇଛି। ଯଦି ନିୟମ ଉଲ୍ଲଂଘନ କରି ମଣ୍ଡପ ନିକଟରେ ଭିଡ଼ ଜମେ ତା’ହେଲେ ପୋଲିସ ଓ ପ୍ରଶାସନ ପକ୍ଷରୁ ସେଠାରେ ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାର ନିର୍ଦ୍ଦେଶ ରହିଛି। ସେହିପରି ବଜାରରେ ସାମଗ୍ରୀ କିଣାକିଣି ପାଇଁ ଗହଳି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇ ସାରିଥିବାରୁ ସହରବାସୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। କଟକଣାକୁ ଦୃଷ୍ଟିରେ ରଖାଯାଇ କେବଳ ପୂଜକ ଓ କର୍ତ୍ତାଙ୍କୁ ନେଇ ମଣ୍ଡପରେ ରୀତିନୀତି ଅନୁଯାୟୀ ପୂଜା କରାଯାଉଛି ବୋଲି ସମସ୍ତ ମଣ୍ଡପ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଅପରପକ୍ଷରେ ସହରରେ ପୂଜା ନିୟନ୍ତ୍ରଣ ପାଇଁ ଅନୁଗୋଳ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରାଯାଇଛି। ୧୫ ଜଣ ଅଫିସରଙ୍କୁ ଦାୟିତ୍ୱରେ ରଖାଯାଇଛି। ନିଜେ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଏହାକୁ ମନିଟରିଂ କରିବେ। ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।
ଭାବିଲା ବେଳକୁ କଷ୍ଟ ଲାଗୁଛି
ସପ୍ତମୀରୁ ହିଁ ମଣ୍ଡପଗୁଡ଼ିକ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। କିନ୍ତୁ ମହାମାରୀ ଭୟ ଯୋଗୁ ଏ ବର୍ଷ ପୂଜା ମାନ୍ଦା ପଡ଼ିଯାଇଛି। ନା ମଣ୍ଡପକୁ ସାଜସଜ୍ଜା କରାଯାଇଛି ନା ଦର୍ଶନର କିଛି ବ୍ୟବସ୍ଥା ହୋଇଛି। ଘରେ ରହି ସହରବାସୀ ପୂଜା ପରି ଉତ୍ସବକୁ କେମିତି ପାଳନ କରିବେ ତାହା ଭାବିଲା ବେଳକୁ ବଡ଼ କଷ୍ଟ ଲାଗୁଛି।
-ନିଶିକାନ୍ତ ମିଶ୍ର, ଅମଲାପଡ଼ା
ଜୀବନରେ ଅବସୋସ ରହିଯିବ
ପ୍ରତିବର୍ଷ ମା’ଙ୍କ ନିକଟରେ ବ୍ରତ ରଖିବା ସହ ମଣ୍ଡପରେ ଜଗଜ୍ଜନନୀଙ୍କୁ ଦର୍ଶନ କରିଥାଏ। କିନ୍ତୁ ଚଳିତବର୍ଷ ତାହା ହୋଇପାରିବ ନାହିଁ। ତେଣୁ ମନ ଭିତରେ ଅବସୋସ ରହିବ। ତଥାପି ମଣ୍ଡପ ସମ୍ମୁଖରୁ ମା’ଙ୍କୁ ମୁଣ୍ଡିଆ ମାରି ଶୁଭ ମନାସିବା ସହ ଜଗତକୁ ଉଦ୍ଧାର କରିବାକୁ ପ୍ରାର୍ଥନା କରିବି।
-ଆଶାରାଣୀ ସାମଲ, ଶିମିଳିପଡ଼ା
ଘରେ ରହି ପୂଜାର୍ଚ୍ଚନା କରିବି
ମଣ୍ଡପକୁ ଯାଇ ଦର୍ଶନ କରିବା ସମ୍ଭବ ନୁହେଁ। ତେଣୁ ଘରେ ରହି ମା’ଙ୍କ ପୂଜାର୍ଚ୍ଚନା କରିବି। ଏବର୍ଷ ପୂଜାକୁ ନେଇ ଥିବା ସମସ୍ତ ଯୋଜନା ଯୋଜନାରେ ରହିଗଲା। ତେଣୁ ଆରବରଷକୁ ଅପେକ୍ଷା କରିବାକୁ ପଡ଼ିବ। ସରକାରୀ କଟକଣାକୁ ସମସ୍ତେ ଗ୍ରହଣ କରି ଭିଡ଼ରୁ ଦୂରେଇ ରହିଲେ ହିଁ ମଙ୍ଗଳ ହେବ।
-ସୁକାନ୍ତି ଦାଶ, ଅନୁଗୋଳ
ସାଙ୍ଗଙ୍କ ସହ ପୂଜା ବୁଲା ଜମିବନି
ପ୍ରତିବର୍ଷ ସାଙ୍ଗମାନଙ୍କ ସହ ପୂଜା ମାହୋଲ ଜମିଥାଏ। ଯିଏ ଯେଉଁଠି ଥିଲେ ବି ପାର୍ବଣରେ ସମସ୍ତେ ଘରକୁ ଆସିଥାନ୍ତି। ବହୁ ଦିନର ଅନ୍ତର ପରେ ସେମାନଙ୍କ ସହ ଦେଖା ହୋଇଥାଏ। କିନ୍ତୁ ଚଳିତବର୍ଷ ତାହା ହୋଇପାରିବ ନାହିଁ। କଟକଣାକୁ ମାନି ଆମକୁ ଘରେ ରହିବାକୁ ହିଁ ପଡ଼ିବ।
-ଦିବ୍ୟରଞ୍ଜନ ଦାସ, ହେମସୁରପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri