Categories: ଖେଳ

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେଲେ ପାର୍ଥିବ

ମୁମ୍ବାଇ, ୧୧ା୧୨ (ପି.ଟି.)-ଭାରତ ଓ ଗୁଜରାଟର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସରେ ଜଣେ ଟ୍ୟାଲେଣ୍ଟ ସ୍କାଉଟ ଭାବେ ଯୋଗଦାନ କରିଛନ୍ତି। ଭାରତ ତରଫରୁ ୨୫ ଟେଷ୍ଟ, ୩୮ଅନ୍ତର୍ଜାତୀୟ ଦିନିକିଆ ଏବଂ ଦୁଇଟି ଟି୨୦ ଖେଳିଥିବା ପାର୍ଥତ୍ବ ବୁଧବାର ଜଣେ ଖେଳାଳି ହିସାବରେ ୧୮ ବର୍ଷର କ୍ୟାରିୟରର ପରିସମାପ୍ତି ଘଟାଇଥିଲେ। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ପାର୍ଥିବଙ୍କର ଉଭୟ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରେ ବହୁ ଅଭିଜ୍ଞତା ରହିଛି। ପାର୍ଥତ୍ବଙ୍କ ଯୋଗଦାନରେ ସେ ଖୁବ୍‌ ଆନନ୍ଦିତ ବୋଲି କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ଆକାଶ ଅମ୍ବାନୀ। ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିଥିବାବେଳେ ଏହି କ୍ରିକେଟର ଦଳପାଇଁ ତାଙ୍କ ମସ୍ତିଷ୍କ ଖଟାଇଛନ୍ତି। କ୍ରିକେଟରେ ପ୍ରଚୁର ଅଭିଜ୍ଞତା ରହିଥିବାରୁ ଦଳ ପାଇଁ ପ୍ରତିଭା ଖେଳାଳି ଅନ୍ବେଷଣ କ୍ଷେତ୍ରରେ ସେ ବିଶେଷ ଭୂମିକା ଗ୍ରହଣ କରିବେ ବୋଲି ଆକାଶ କହିଛନ୍ତି।

Share