Posted inଜାତୀୟ

ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱର ଏମ୍ସ ଅଣାଯିବ

କୋଲକାତା, ୨୫ା୭: ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯିବ। ପାର୍ଥଙ୍କ ସ୍ବାସ୍ଥ୍ୟ ବିିଗିଡ଼ିଯିବା ପରେ ରବିବାର କାଲ୍‌କାଟା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହିସାବ ବହିର୍ଭୂତ ୨୧ କୋଟି ଟଙ୍କା ଜବତ କରିବା ପରେ ଉଭୟଙ୍କୁ ଶନିବାର ଗିରଫ କରିଥିଲା। ଗିରଫ ପରେ ପାର୍ଥଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରି ଇଡି ଦୁଇଦିନିଆ ରିମାଣ୍ଡରେ ନେଇଥିଲା। ମେଟ୍ରୋ ପଲିଟାନ୍‌ ମାଜିଷ୍ଟ୍ରେଟ୍‌ ନମ୍ରତା ସିଂ ପାର୍ଥଙ୍କୁ ସୋମବାର କୋର୍ଟରେ ହାଜର କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେ ହଠାତ୍‌ ଅସୁସ୍ଥ ହୋଇଯିବାରୁ ତାଙ୍କୁ କୋଲକାତା ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଟିଏମ୍‌ସି ଏହି ମାମଲାର ସମୟବଦ୍ଧ ଶୁଣାଣି ଦାବି କରିଥିବାବେଳେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ପାର୍ଥ ଚିକିତ୍ସିତ ହେଲେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଆଶଙ୍କା କରି ଇଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଇଡି ପକ୍ଷରୁ ଦାଏର ରିଭିଜନ୍‌ ପିଟିଶନର ଶୁଣାଣି କରି ଜଷ୍ଟିସ୍‌ ବିବେକ ଚୌଧୁରୀଙ୍କ ଖଣ୍ଡପୀଠ କହିଛନ୍ତି, ପାର୍ଥଙ୍କୁ ସୋମବାର ଭୋର୍‌ ସମୟରେ ଏୟାର ଆମ୍ବୁଲାନ୍ସରେ କୋଲକାତାରୁ ଭୁବନେଶ୍ୱରରେ ନିଆଯିବ। ତାଙ୍କୁ ଏମ୍ସରେ ଚିକିତ୍ସା କରାଯିବ।

ସେଠାରୁ ଭର୍ଚୁଆଲ ମୋଡ୍‌ରେ ଅପରାହ୍ନ ୪ଟାରେ ସ୍ବତନ୍ତ୍ର ଇଡି କୋର୍ଟରେ ହାଜର କରାଯିବ। ପାର୍ଥଙ୍କ ଚିକିତ୍ସା ପାଇଁ ଏମ୍ସ କର୍ତ୍ତୃପକ୍ଷ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରିବେ। ଉକ୍ତ ଟିମ୍‌ରେ କାର୍ଡିଓଲୋଜି, ନେଫ୍ରୋଲୋଜି, ରେସ୍ପିରେଟୋରି ମେଡିସିନ ଏବଂ ଏଣ୍ଡୋକ୍ରାଇନୋଲୋଜି ବିଭାଗର ବିଶେଷଜ୍ଞମାନେ ଚିକିିତ୍ସା କରିବେ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜଷ୍ଟିସ୍‌ ଚୌଧୁରୀ ଏମ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ପାର୍ଥ ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଥିବାବେଳେ ଡବ୍ଲ୍ୟୁବିଏସ୍‌ଏସ୍‌ସି ଅଧୀନରେ ଶିକ୍ଷକ ନିଯୁକ୍ତି ବେଳେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ୨୦୧୬ରେ ଡବ୍ଲ୍ୟୁବିଏସ୍‌ଏସ୍‌ସିଙ୍କ ସୁପାରିସ କ୍ରମେ ସରକାରୀ ଓ ସରକାରଙ୍କ ପକ୍ଷରୁ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ଗ୍ରୁପ୍‌-ସି, ଗ୍ରୁପ୍‌-ଡି ଷ୍ଟାଫ୍‌ ଏବଂ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ମାମଲା କାଲ୍‌କାଟା ହାଇକୋର୍ଟରେ ପହଞ୍ଚତ୍ଲା। ହାଇକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଗତ ଏପ୍ରିଲ ଓ ମେ’ରେ ପାର୍ଥଙ୍କୁ ସିବିଆଇ ଜେରା କରିଥିଲା। ଇଡି ମଧ୍ୟ ଏହାର ଆର୍ଥିକ ଅନିୟମିତତା ଦିଗକୁ ନେଇ ତଦନ୍ତ ଚଳାଇଥିଲା। ଶୁକ୍ରବାର ଇଡି ପକ୍ଷରୁ ପାର୍ଥ ଓ ତାଙ୍କ ଘନିଷ୍ଠ କୁହାଯାଉଥିବା ଅର୍ପିତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ଅର୍ପିତାଙ୍କ ଘରୁ ବିପୁଳ ଅର୍ଥ, କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା ଓ ଅନେକ ଦସ୍ତାବିଜ ଜବତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri