Posted inଫୁରସତ

ଗିଟାର ସହ ତାଳ ଦେଇ ଶୁଆ ଗାଉଛି ଗୀତ

ଶୁଆ ଅନୁକରଣ କରି ମଣିଷ ଭଳି କଥା ହୋଇପାରେ ତାହା ସମସ୍ତେ ଜାଣନ୍ତି। ହେଲେ ନିକଟରେ ସୋସିଆଲ ମିଡିଆରେ ଟିକୋ ନାମକ ଏକ ଶୁଆ ବେଶ୍‌ ସୁନ୍ଦରଭାବେ କ୍ଲାସିକାଲ୍‌ ରକ୍‌ ଗାଇ ସମସ୍ତଙ୍କ ହୃଦୟ ଜିଣିଛି। ସେ ପୁଣି ଗିଟାରର ଧୂନ ସହ ତାଳ ମିଶାଇ ବେଶ୍‌ ଚମତ୍କାରଭାବେ ଗୀତ ଗାଇପାରୁଛି। ତେଣୁ ସୋସିଆଲ ମିଡିଆରେ ଏବେ ଏହି ଶୁଆ ‘ଟିକୋ ଦ ପ୍ୟାରୋଟ୍‌’ ନାମରେ ବେଶ୍‌ ଲୋକପ୍ରିୟ ହୋଇଛି।

ଭିଡିଓରେ ଦେଖିପାରିବେ ଜଣେ ବ୍ୟକ୍ତି ଗିଟାର ବଜାଉଛନ୍ତି ଓ ତାଙ୍କ ପାଖରେ ବସିଥିବା ଶୁଆଟି ବେଶ୍‌ ସୁରିଲା ସ୍ବରରେ ଗୀତ ଗାଉଛି। ୩୩ ସେକେଣ୍ଡର ଏହି ଭିଡିଓକୁ ଦେଖି ଅନେକେ ବିଶ୍ୱାସ କରିପାରୁ ନାହାନ୍ତି ଯେ, ଏକ ଶୁଆ କେମିତି ଏତେ ମଧୁର କଣ୍ଠରେ କ୍ଲାସିକାଲ୍‌ ରକ୍‌ ଗୀତ ଗାଇପାରୁଛି ବୋଲି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri